ଦ୍ଵିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ; ୧୦୬ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

The Sakala Picture
Published On

ବିଶାଖାପାଟନମ୍: ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଭାରତର ଦମଦାର୍ ବିଜୟ । ୧୦୬ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ । ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍‌ ଆଉଟ୍ ହୋଇଗଲା ଇଂଲଣ୍ଡ। ଦ୍ଵିତୀୟ ଟେଷ୍ଟ ଜିତି ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସ୍ଥିତି ବରାବର କରିଛି ଭାରତ । ଭାରତ ପକ୍ଷରୁ ବୁମରାହ ଓ ଅଶ୍ୱିନୀଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ବିଜୟୀ ହୋଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ […]

ବିଶାଖାପାଟନମ୍: ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଭାରତର ଦମଦାର୍ ବିଜୟ । ୧୦୬ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ । ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍‌ ଆଉଟ୍ ହୋଇଗଲା ଇଂଲଣ୍ଡ। ଦ୍ଵିତୀୟ ଟେଷ୍ଟ ଜିତି ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସ୍ଥିତି ବରାବର କରିଛି ଭାରତ । ଭାରତ ପକ୍ଷରୁ ବୁମରାହ ଓ ଅଶ୍ୱିନୀଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ବିଜୟୀ ହୋଇଛି ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ହାରିଥିଲା ଭାରତୀୟ ଟିମ୍‌ । ଏହାପରେ ଫେବୃଆରୀ ୨ ତାରିଖରେ ଆରମ୍ଭ ହୋଇଥିଲା ୨ୟ ଟେଷ୍ଟ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଯାହାକୁ ଟିମ୍‌ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଯୁବ ଜଶସ୍ୱୀ ଜୈସଓ୍ୱାଲ୍‌ଙ୍କ ଦମ୍‌ଦାର ଦ୍ୱିଶତକ ବଳରେ ଭାରତ ପ୍ରଥମ ପାରିରେ ୩୯୬ ରନ୍‌ କରିଥିଲା । ଏହାପରେ ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଦ୍ଵିତୀୟ ଇନିଂସରେ ମଧ୍ୟ ଭାରତ ବଡ ସ୍କୋର କରିବାରେ ଅସମର୍ଥ ହୋଇଥିଲା । ମାତ୍ର ୨୫୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ପୁରା ଟିମ୍‌ ଇଣ୍ଡିଆ । ପୂର୍ବ ଇନିଂସର ରନ୍‌ ଏବଂ ୨ୟ ପାରିର ରନ୍‌କୁ ମିଶାଇ ୩୯୯ ରନ୍‌ର ଟାର୍ଗେଟ ରହିଥିଲା । ମାତ୍ର ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଫଳରେ ଇଂଲଣ୍ଡ ଦଳ ୨୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ଏହି ମ୍ୟାଚକୁ ୧୦୬ ରନରେ ଜିତି ନେଇଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

05 Feb 2024 By The Sakala

ଦ୍ଵିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ; ୧୦୬ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

ବିଶାଖାପାଟନମ୍: ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଭାରତର ଦମଦାର୍ ବିଜୟ । ୧୦୬ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ । ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍‌ ଆଉଟ୍ ହୋଇଗଲା ଇଂଲଣ୍ଡ। ଦ୍ଵିତୀୟ ଟେଷ୍ଟ ଜିତି ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସ୍ଥିତି ବରାବର କରିଛି ଭାରତ । ଭାରତ ପକ୍ଷରୁ ବୁମରାହ ଓ ଅଶ୍ୱିନୀଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ବିଜୟୀ ହୋଇଛି ।

୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ହାରିଥିଲା ଭାରତୀୟ ଟିମ୍‌ । ଏହାପରେ ଫେବୃଆରୀ ୨ ତାରିଖରେ ଆରମ୍ଭ ହୋଇଥିଲା ୨ୟ ଟେଷ୍ଟ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଯାହାକୁ ଟିମ୍‌ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଯୁବ ଜଶସ୍ୱୀ ଜୈସଓ୍ୱାଲ୍‌ଙ୍କ ଦମ୍‌ଦାର ଦ୍ୱିଶତକ ବଳରେ ଭାରତ ପ୍ରଥମ ପାରିରେ ୩୯୬ ରନ୍‌ କରିଥିଲା । ଏହାପରେ ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା ।

ଦ୍ଵିତୀୟ ଇନିଂସରେ ମଧ୍ୟ ଭାରତ ବଡ ସ୍କୋର କରିବାରେ ଅସମର୍ଥ ହୋଇଥିଲା । ମାତ୍ର ୨୫୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ପୁରା ଟିମ୍‌ ଇଣ୍ଡିଆ । ପୂର୍ବ ଇନିଂସର ରନ୍‌ ଏବଂ ୨ୟ ପାରିର ରନ୍‌କୁ ମିଶାଇ ୩୯୯ ରନ୍‌ର ଟାର୍ଗେଟ ରହିଥିଲା । ମାତ୍ର ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଫଳରେ ଇଂଲଣ୍ଡ ଦଳ ୨୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ଏହି ମ୍ୟାଚକୁ ୧୦୬ ରନରେ ଜିତି ନେଇଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

https://www.thesakala.in/sports/ind-vs-eng-second-test-india-won-by-106-runs/article-29675
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର