ଆଜିଠୁ ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ ମୁକାବିଲା

The Sakala Picture
Published On

ଅହମ୍ମଦାବାଦ୍‍: ବିଶ୍ୱର ସର୍ବବୃହଦ୍‍ କ୍ରିକେଟ ଷ୍ଟାଡିୟମ୍‍ ମୋଟେରାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ୍‍ରେ ବୁଧବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜ୍‍ର ତୃତୀୟ ଟେଷ୍ଟ ମ୍ୟାଚ୍‍ ଖେଳାଯିବ। ସିରିଜ୍‍ ୧-୧ ବରାବର ସ୍ଥିତିରେ ଥିବାବେଳେ ଦିବାରାତ୍ରରେ ଏହି ମ୍ୟାଚ୍‍ ପିଙ୍କ୍‍ ବଲ୍‍ରେ ଖେଳାଯାଉଥିବାରୁ ଏହାର ଗୁରୁତ୍ୱ ଅନେକ ପରିମାଣରେ ବଢ଼ିଯାଇଛି। ବିଶେଷ କରି ଷ୍ଟାଡିୟମ୍‍ ନବୀକରଣ ହେବା ଓ ଏଠାରେ ୧.୧ କୋଟି ଦର୍ଶକ ଖେଳ ଦେଖିପାରିବାର ଦକ୍ଷତା ବୃଦ୍ଧି ପାଇବା ପରେ ଏହା […]

ଅହମ୍ମଦାବାଦ୍‍: ବିଶ୍ୱର ସର୍ବବୃହଦ୍‍ କ୍ରିକେଟ ଷ୍ଟାଡିୟମ୍‍ ମୋଟେରାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ୍‍ରେ ବୁଧବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜ୍‍ର ତୃତୀୟ ଟେଷ୍ଟ ମ୍ୟାଚ୍‍ ଖେଳାଯିବ। ସିରିଜ୍‍ ୧-୧ ବରାବର ସ୍ଥିତିରେ ଥିବାବେଳେ ଦିବାରାତ୍ରରେ ଏହି ମ୍ୟାଚ୍‍ ପିଙ୍କ୍‍ ବଲ୍‍ରେ ଖେଳାଯାଉଥିବାରୁ ଏହାର ଗୁରୁତ୍ୱ ଅନେକ ପରିମାଣରେ ବଢ଼ିଯାଇଛି। ବିଶେଷ କରି ଷ୍ଟାଡିୟମ୍‍ ନବୀକରଣ ହେବା ଓ ଏଠାରେ ୧.୧ କୋଟି ଦର୍ଶକ ଖେଳ ଦେଖିପାରିବାର ଦକ୍ଷତା ବୃଦ୍ଧି ପାଇବା ପରେ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‍। ଏଣୁ ନୂଆକରି ତିଆରି କରାଯାଇଥିବା ପିଚ୍‍ କିପରି ବ୍ୟବହାର କରିବ ତାହାକୁ ନେଇ ଉଭୟ ଦଳ ଦ୍ୱନ୍ଦ୍ୱରେ ରହିଛନ୍ତି। ମ୍ୟାଚ୍‍ ପୂର୍ବଦିନ ସୁଦ୍ଧା ଏହି ପିଚ୍‍ରେ କେଉଁ ବୋଲରଙ୍କୁ ଖେଳାଇବେ ଓ କାହାକୁ ବାଦ୍‍ ଦେବେ ତାହା ସ୍ଥିର କରିବାରେ କୌଣସି ଦଳ ନିଷ୍ପତ୍ତି ନେଇ ପାରି ନାହାନ୍ତି। ଚେନ୍ନାଇ ପରି ପିଚ୍‍ ଟର୍ଣ୍ଣିଂ କରିବାକୁ ଘରୋଇ ଦଳ ଚାହୁଁଥିବାରୁ ଏଠାରେ ଗୋଟିଏ ହେଲେ ଘାସ ନାହିଁ। ଏହା ସତ୍ତ୍ବେ ପିଙ୍କ୍‍ ବଲ ସୁଇଂ କରିବ ନା ଘାସ ନଥିବାରୁ ପିଚ୍‍ରେ ବଲ୍‍ ଟର୍ଣ୍ଣ କରିବ ତାହାର ଭବିଷ୍ୟବାଣୀ କେହି କରିବାରେ ସମର୍ଥ ହୋଇ ନାହାନ୍ତି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ମତରେ ପିଚ୍‍ ଉଭୟ ପେସ୍‍ ଓ ସ୍ପିନ୍‍ ବୋଲରଙ୍କୁ ସହାୟତା ଦେବ। ସାଧାରଣ ଭାବେ ପିଙ୍କ୍‍ବଲ୍‍ରେ ଅଧିକ ସୁଇଂ ହୋଇଥାଏ। ଏଣୁ ବଲ୍‍ରେ ସାଇନ୍‍ ଥିବାଯାଏ ଏହା ପେସ୍‍ ବୋଲରଙ୍କୁ ଓ ଏହା ପରେ ସ୍ପିନରଙ୍କୁ ସୁହାଇବ ବୋଲି ମଙ୍ଗଳବାର ମ୍ୟାଚ୍‍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି। କିନ୍ତୁ ବଲ୍‍ ଆରମ୍ଭରୁ ଟର୍ଣ୍ଣ ନେବ ବୋଲି ଯାହା କୁହାଯାଉଛି, ତାହା ଏଠାରେ ଦେଖିବାକୁ ମିଳିବ ନାହିଁ। ପୂର୍ବରୁ ଦଳର ଓପନର ରୋହିତ ଶର୍ମା ଏଠାରେ ବଲ୍‍ ଆରମ୍ଭରୁ ଟର୍ଣ୍ଣ ନେବ ବୋଲି କହିଥିଲେ। ଫଳରେ ପିଚ୍‍କୁ ନେଇ ଭାରତୀୟ ଖେଳାଳିଙ୍କ ଆକଳନ ମଧ୍ୟରେ ତାଳମେଳ ରହୁନାହିଁ।

ଆହୁରି ପଢ଼ନ୍ତୁ: ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା: ପ୍ରସିଦ୍ଧ ସୁଟର ତଥା କୋଚ୍ ଯଶପାଲ ରାଣାଙ୍କ ୪୯ ବର୍ଷ ବୟସରେ ପରଲୋକ

ଅନ୍ୟପକ୍ଷରେ ସବୁ ପିଚ୍‍ରେ ଖେଳିବାକୁ ଟେଷ୍ଟ ବ୍ୟାଟ୍ସମ୍ୟାନ୍‍ ନିଜକୁ ପ୍ରସ୍ତୁତ କରିନେବା ଉଚିତ୍‍ ବୋଲି ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ବେନ୍‍ ଷ୍ଟୋକ୍ସ ମତ ଦିଅନ୍ତି। ମଙ୍ଗଳବାର ଦଳର ସୁଇଂ ମାଷ୍ଟର ଜେମ୍ସ ଆଣ୍ଡରସନ ଭିନ୍ନ ମତ ପୋଷଣ କରିଛନ୍ତି। ସେ କିଛି ଭବିଷ୍ୟବାଣୀ କରି ନଥିଲେ ମଧ୍ୟ ସୂର୍ଯ୍ୟାସ୍ତ ସମୟରେ ପିଙ୍କ୍‍ ବଲ୍‍ ଅଧିକ ସୁଇଂ ନେବ ବୋଲି କହିଛନ୍ତି। ପିଚ୍‍ରେ ଘାସ ରହୁ କି ନରହୁ ବଲ ସୁଇଂ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିପରି ଦିବାରାତ୍ର ମ୍ୟାଚ୍‍ରେ କାକର ଏକ ସମସ୍ୟା ହୋଇଥାଏ। ଶେଷ ଦୁଇଟି ସେସନ୍‍ରେ ସ୍ପିନରମାନେ ବଲ୍‍କୁ ଟର୍ଣ୍ଣ କରାଇପାରିବେ କି ନାହିଁ ତାହା ଏବେଠାରୁ ଆକଳନ କରିହେବ ନାହିଁ। କିନ୍ତୁ ସ୍ପିନରମାନଙ୍କୁ ଶେଷ ଭାଗରେ ବୋଲିଂ କରିବା ଓ ଫିଲ୍ଡିଂରେ ନିଶ୍ଚିତ ବ୍ୟତିକ୍ରମ ଦେଖିବାକୁ ମିଳିବ ବୋଲି ଆଣ୍ଡରସନ କହିଛନ୍ତି। ୫୫ ହଜାର ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍ ନିଶ୍ଚିତଭାବେ ଭିନ୍ନ ସ୍ୱାଦ ଆଣିବ।

24 Feb 2021 By The Sakala

ଆଜିଠୁ ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ ମୁକାବିଲା

ଅହମ୍ମଦାବାଦ୍‍: ବିଶ୍ୱର ସର୍ବବୃହଦ୍‍ କ୍ରିକେଟ ଷ୍ଟାଡିୟମ୍‍ ମୋଟେରାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ୍‍ରେ ବୁଧବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜ୍‍ର ତୃତୀୟ ଟେଷ୍ଟ ମ୍ୟାଚ୍‍ ଖେଳାଯିବ। ସିରିଜ୍‍ ୧-୧ ବରାବର ସ୍ଥିତିରେ ଥିବାବେଳେ ଦିବାରାତ୍ରରେ ଏହି ମ୍ୟାଚ୍‍ ପିଙ୍କ୍‍ ବଲ୍‍ରେ ଖେଳାଯାଉଥିବାରୁ ଏହାର ଗୁରୁତ୍ୱ ଅନେକ ପରିମାଣରେ ବଢ଼ିଯାଇଛି। ବିଶେଷ କରି ଷ୍ଟାଡିୟମ୍‍ ନବୀକରଣ ହେବା ଓ ଏଠାରେ ୧.୧ କୋଟି ଦର୍ଶକ ଖେଳ ଦେଖିପାରିବାର ଦକ୍ଷତା ବୃଦ୍ଧି ପାଇବା ପରେ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‍। ଏଣୁ ନୂଆକରି ତିଆରି କରାଯାଇଥିବା ପିଚ୍‍ କିପରି ବ୍ୟବହାର କରିବ ତାହାକୁ ନେଇ ଉଭୟ ଦଳ ଦ୍ୱନ୍ଦ୍ୱରେ ରହିଛନ୍ତି। ମ୍ୟାଚ୍‍ ପୂର୍ବଦିନ ସୁଦ୍ଧା ଏହି ପିଚ୍‍ରେ କେଉଁ ବୋଲରଙ୍କୁ ଖେଳାଇବେ ଓ କାହାକୁ ବାଦ୍‍ ଦେବେ ତାହା ସ୍ଥିର କରିବାରେ କୌଣସି ଦଳ ନିଷ୍ପତ୍ତି ନେଇ ପାରି ନାହାନ୍ତି। ଚେନ୍ନାଇ ପରି ପିଚ୍‍ ଟର୍ଣ୍ଣିଂ କରିବାକୁ ଘରୋଇ ଦଳ ଚାହୁଁଥିବାରୁ ଏଠାରେ ଗୋଟିଏ ହେଲେ ଘାସ ନାହିଁ। ଏହା ସତ୍ତ୍ବେ ପିଙ୍କ୍‍ ବଲ ସୁଇଂ କରିବ ନା ଘାସ ନଥିବାରୁ ପିଚ୍‍ରେ ବଲ୍‍ ଟର୍ଣ୍ଣ କରିବ ତାହାର ଭବିଷ୍ୟବାଣୀ କେହି କରିବାରେ ସମର୍ଥ ହୋଇ ନାହାନ୍ତି।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ମତରେ ପିଚ୍‍ ଉଭୟ ପେସ୍‍ ଓ ସ୍ପିନ୍‍ ବୋଲରଙ୍କୁ ସହାୟତା ଦେବ। ସାଧାରଣ ଭାବେ ପିଙ୍କ୍‍ବଲ୍‍ରେ ଅଧିକ ସୁଇଂ ହୋଇଥାଏ। ଏଣୁ ବଲ୍‍ରେ ସାଇନ୍‍ ଥିବାଯାଏ ଏହା ପେସ୍‍ ବୋଲରଙ୍କୁ ଓ ଏହା ପରେ ସ୍ପିନରଙ୍କୁ ସୁହାଇବ ବୋଲି ମଙ୍ଗଳବାର ମ୍ୟାଚ୍‍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି। କିନ୍ତୁ ବଲ୍‍ ଆରମ୍ଭରୁ ଟର୍ଣ୍ଣ ନେବ ବୋଲି ଯାହା କୁହାଯାଉଛି, ତାହା ଏଠାରେ ଦେଖିବାକୁ ମିଳିବ ନାହିଁ। ପୂର୍ବରୁ ଦଳର ଓପନର ରୋହିତ ଶର୍ମା ଏଠାରେ ବଲ୍‍ ଆରମ୍ଭରୁ ଟର୍ଣ୍ଣ ନେବ ବୋଲି କହିଥିଲେ। ଫଳରେ ପିଚ୍‍କୁ ନେଇ ଭାରତୀୟ ଖେଳାଳିଙ୍କ ଆକଳନ ମଧ୍ୟରେ ତାଳମେଳ ରହୁନାହିଁ।

ଅନ୍ୟପକ୍ଷରେ ସବୁ ପିଚ୍‍ରେ ଖେଳିବାକୁ ଟେଷ୍ଟ ବ୍ୟାଟ୍ସମ୍ୟାନ୍‍ ନିଜକୁ ପ୍ରସ୍ତୁତ କରିନେବା ଉଚିତ୍‍ ବୋଲି ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ବେନ୍‍ ଷ୍ଟୋକ୍ସ ମତ ଦିଅନ୍ତି। ମଙ୍ଗଳବାର ଦଳର ସୁଇଂ ମାଷ୍ଟର ଜେମ୍ସ ଆଣ୍ଡରସନ ଭିନ୍ନ ମତ ପୋଷଣ କରିଛନ୍ତି। ସେ କିଛି ଭବିଷ୍ୟବାଣୀ କରି ନଥିଲେ ମଧ୍ୟ ସୂର୍ଯ୍ୟାସ୍ତ ସମୟରେ ପିଙ୍କ୍‍ ବଲ୍‍ ଅଧିକ ସୁଇଂ ନେବ ବୋଲି କହିଛନ୍ତି। ପିଚ୍‍ରେ ଘାସ ରହୁ କି ନରହୁ ବଲ ସୁଇଂ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିପରି ଦିବାରାତ୍ର ମ୍ୟାଚ୍‍ରେ କାକର ଏକ ସମସ୍ୟା ହୋଇଥାଏ। ଶେଷ ଦୁଇଟି ସେସନ୍‍ରେ ସ୍ପିନରମାନେ ବଲ୍‍କୁ ଟର୍ଣ୍ଣ କରାଇପାରିବେ କି ନାହିଁ ତାହା ଏବେଠାରୁ ଆକଳନ କରିହେବ ନାହିଁ। କିନ୍ତୁ ସ୍ପିନରମାନଙ୍କୁ ଶେଷ ଭାଗରେ ବୋଲିଂ କରିବା ଓ ଫିଲ୍ଡିଂରେ ନିଶ୍ଚିତ ବ୍ୟତିକ୍ରମ ଦେଖିବାକୁ ମିଳିବ ବୋଲି ଆଣ୍ଡରସନ କହିଛନ୍ତି। ୫୫ ହଜାର ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍ ନିଶ୍ଚିତଭାବେ ଭିନ୍ନ ସ୍ୱାଦ ଆଣିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର