ଫେଲ୍‌ ମାରିଲେ ରନ୍‌ ମେସିନ୍‌, ଜାଡେଜାଙ୍କ ଲଢୁଆ ବ୍ୟାଟିଂ ବଳରେ ଇଂଲଣ୍ଡକୁ ୧୭୧ ରନ୍‌ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

The Sakala Picture
Published On

ବର୍ମିଂହାମ୍‍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭର ଖେଳି ୧୭୦ ରନ୍ କରିଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାରତ। ଭାରତ ପକ୍ଷରୁ ଅଧିନାୟକ ରୋହିତ ଓ ଋଷଭ ଓପନ କରିବାକୁ ଆସିଥିଲେ। ଦୁହେଁ ଭଲ ଆରମ୍ଭ […]

ବର୍ମିଂହାମ୍‍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭର ଖେଳି ୧୭୦ ରନ୍ କରିଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାରତ। ଭାରତ ପକ୍ଷରୁ ଅଧିନାୟକ ରୋହିତ ଓ ଋଷଭ ଓପନ କରିବାକୁ ଆସିଥିଲେ। ଦୁହେଁ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ସମୟ ରହିପାରିନଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ରୋହିତ ଓ ପନ୍ତ ପ୍ରଥମ ୱିକେଟ ପାଇଁ ୪.୫ ଓଭରରେ ୪୯ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ଗ୍ଲିସନ ୨୦ ବଲରେ ୩୧ ରନ କରିଥିବା ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ।ଏହାପରେ ବିରାଟ କୋହଲି(୧) ଗ୍ଲିସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହାର ପରବର୍ତ୍ତୀ ବଲରେ ହିଁ ସେ ୨୬ ରନ କରିଥିବା ପନ୍ତଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏକଦା ୪୯ ରନରେ କୌଣସି ୱିକେଟ ହରାଇ ନଥିବା ଭାରତ ୬୧ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।ଭାରତ ବ୍ୟାଟିଂ ଲାଇନକୁ ଯୁବ ଇଂଲିଶ ବୋଲର ତଥା ଡେବ୍ୟୁଟାଣ୍ଟ ରିଚାର୍ଡ ଗ୍ଲିସନ ଛିନଛତ୍ର କରି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଏହାପରେ ସୂର୍ଯ୍ୟ କୁମାର ଯାଦବ ଓ ଇନଫର୍ମ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଦଳୀୟ ସ୍କୋରକୁ କେବଳ ୮୯ ରନ୍‌ରେ ପହଞ୍ଚାଇ ପାରିଥିଲେ। ଉଭୟଙ୍କୁ କ୍ରମାଗତ ଦୁଇଟି ବଲରେ କ୍ରିସ ଜୋର୍ଡାନ ଆଉଟ କରିଥିଲେ।ସୂର୍ୟ୍ୟ କୁମାର ଯାବଦ ୧୫ ଓ ପାଣ୍ଡ୍ୟା ୧୨ ରନ କରିଛନ୍ତି। ଦୀନେଶ କାର୍ତ୍ତିକ ଭଲ ଆରମ୍ଭ କରିଥିଲେ ହେଁ ୧୨ ରନ କରି ରନ ଆଉଟ ରୂପେ ପ୍ୟାଭିଲିୟନ ଫେରିଛନ୍ତି। ହର୍ଷଲ ପଟେଲ କିଛି ବଡ଼ ଶଟ ଖେଳି ୩ ବଲରେ ୭ ରନ୍‌ କରିଛନ୍ତି। ତାଙ୍କ ୱିକେଟ ଜୋର୍ଡାନଙ୍କ ଖାତାକୁ ଯାଇଛି। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ନିଜର ଯାଦୁ ଦେଖାଇଥିଲେ। ହେଲେ ଅନ୍ୟ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ। ଜାଡେଜା ଶେଷ ଯାଏ ୨୯ ବଲରେ ଅପରାଜିତ ୪୬ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ୨ ରନ୍‌ କରି ଜୋର୍ଡାନଙ୍କ ବଲରେ ଆଉଟ ହୋଇଛନ୍ତି। ଯଶପ୍ରୀତ ବୁମ୍ରା ବ୍ୟାଟିଂ କରିବାକୁ ଆସିଥିଲେ ବି କୌଣସି ବଲର ସମ୍ମୁଖୀନ ହୋଇ ନାହାନ୍ତି।ଇଂଲଣ୍ଡ ପକ୍ଷରୁ ଜୋର୍ଡାନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଗ୍ଲିସନ ୩ଟି ଓ ଗୋଟିଏ ୱିକେଟ ରନ ଆଉଟ ରୂପେ ମିଳିଛି।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

09 Jul 2022 By The Sakala

ଫେଲ୍‌ ମାରିଲେ ରନ୍‌ ମେସିନ୍‌, ଜାଡେଜାଙ୍କ ଲଢୁଆ ବ୍ୟାଟିଂ ବଳରେ ଇଂଲଣ୍ଡକୁ ୧୭୧ ରନ୍‌ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

ବର୍ମିଂହାମ୍‍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭର ଖେଳି ୧୭୦ ରନ୍ କରିଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାରତ। ଭାରତ ପକ୍ଷରୁ ଅଧିନାୟକ ରୋହିତ ଓ ଋଷଭ ଓପନ କରିବାକୁ ଆସିଥିଲେ। ଦୁହେଁ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ସମୟ ରହିପାରିନଥିଲେ।

ରୋହିତ ଓ ପନ୍ତ ପ୍ରଥମ ୱିକେଟ ପାଇଁ ୪.୫ ଓଭରରେ ୪୯ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ଗ୍ଲିସନ ୨୦ ବଲରେ ୩୧ ରନ କରିଥିବା ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ।ଏହାପରେ ବିରାଟ କୋହଲି(୧) ଗ୍ଲିସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହାର ପରବର୍ତ୍ତୀ ବଲରେ ହିଁ ସେ ୨୬ ରନ କରିଥିବା ପନ୍ତଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏକଦା ୪୯ ରନରେ କୌଣସି ୱିକେଟ ହରାଇ ନଥିବା ଭାରତ ୬୧ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।ଭାରତ ବ୍ୟାଟିଂ ଲାଇନକୁ ଯୁବ ଇଂଲିଶ ବୋଲର ତଥା ଡେବ୍ୟୁଟାଣ୍ଟ ରିଚାର୍ଡ ଗ୍ଲିସନ ଛିନଛତ୍ର କରି ଦେଇଥିଲେ।

ଏହାପରେ ସୂର୍ଯ୍ୟ କୁମାର ଯାଦବ ଓ ଇନଫର୍ମ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଦଳୀୟ ସ୍କୋରକୁ କେବଳ ୮୯ ରନ୍‌ରେ ପହଞ୍ଚାଇ ପାରିଥିଲେ। ଉଭୟଙ୍କୁ କ୍ରମାଗତ ଦୁଇଟି ବଲରେ କ୍ରିସ ଜୋର୍ଡାନ ଆଉଟ କରିଥିଲେ।ସୂର୍ୟ୍ୟ କୁମାର ଯାବଦ ୧୫ ଓ ପାଣ୍ଡ୍ୟା ୧୨ ରନ କରିଛନ୍ତି। ଦୀନେଶ କାର୍ତ୍ତିକ ଭଲ ଆରମ୍ଭ କରିଥିଲେ ହେଁ ୧୨ ରନ କରି ରନ ଆଉଟ ରୂପେ ପ୍ୟାଭିଲିୟନ ଫେରିଛନ୍ତି। ହର୍ଷଲ ପଟେଲ କିଛି ବଡ଼ ଶଟ ଖେଳି ୩ ବଲରେ ୭ ରନ୍‌ କରିଛନ୍ତି। ତାଙ୍କ ୱିକେଟ ଜୋର୍ଡାନଙ୍କ ଖାତାକୁ ଯାଇଛି। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ନିଜର ଯାଦୁ ଦେଖାଇଥିଲେ। ହେଲେ ଅନ୍ୟ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ। ଜାଡେଜା ଶେଷ ଯାଏ ୨୯ ବଲରେ ଅପରାଜିତ ୪୬ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ୨ ରନ୍‌ କରି ଜୋର୍ଡାନଙ୍କ ବଲରେ ଆଉଟ ହୋଇଛନ୍ତି। ଯଶପ୍ରୀତ ବୁମ୍ରା ବ୍ୟାଟିଂ କରିବାକୁ ଆସିଥିଲେ ବି କୌଣସି ବଲର ସମ୍ମୁଖୀନ ହୋଇ ନାହାନ୍ତି।ଇଂଲଣ୍ଡ ପକ୍ଷରୁ ଜୋର୍ଡାନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଗ୍ଲିସନ ୩ଟି ଓ ଗୋଟିଏ ୱିକେଟ ରନ ଆଉଟ ରୂପେ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର