ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡକୁ ୩୧୮ରନର ଟାର୍ଗେଟ ଦେଲା ବିରାଟ୍ ବାହିନୀ

The Sakala Picture
Published On

ପୁଣେ: ଆଜିଠାରୁ ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜ୍‍ ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏହି ଦିନିକିଆ ସିରିଜର ପ୍ରଥମ ମ୍ଯାଚ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ଯାଟିଂ କରିଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୫ ୱିକେଟ୍ ହାରାଇ ୩୧୭ ରନ ସଂଗ୍ରହ କରିଛି। ଇଂଲଣ୍ଡକୁ ଏହି ମ୍ଯାଚ ଜିତିବାକୁ ହେଲେ […]

ପୁଣେ: ଆଜିଠାରୁ ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜ୍‍ ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏହି ଦିନିକିଆ ସିରିଜର ପ୍ରଥମ ମ୍ଯାଚ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ଯାଟିଂ କରିଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୫ ୱିକେଟ୍ ହାରାଇ ୩୧୭ ରନ ସଂଗ୍ରହ କରିଛି। ଇଂଲଣ୍ଡକୁ ଏହି ମ୍ଯାଚ ଜିତିବାକୁ ହେଲେ ୩୧୮ ରନ୍ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱାନ ଓପନିଂ କରିଥିଲେ। ପ୍ରଥମେ ରୋହିତ ଶର୍ମା ୨୮ ରନ କରି ଆଉଟ ହୋଇଥିଲେ। ପରେ ଶିଖର ଧାୱନ ଓ ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି ଅର୍ଦ୍ଧଶତକ କରିବାପରେ ୫୬ ରନ କରି ଆଉଟ ହୋଇଥିଲେ। ଗୋଟେିଏ ପଟେ ଶିଖର ଲଢୁଆ ବ୍ଯାଟିଂ ଜାରି ରଖିଥିଲେ। ଶ୍ରେୟାସ ଆୟର ୬ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାୱନ ଶତକରୁ ୨ ରନରେ ପଛରେ ରହି ଯାଇ ୯୮ ରନ କରି ଆଉଟ ହୋଇଥିଲେ। ଏହାପରେ ଲୋକେଶ ରାହୁଲ ଓ ହାର୍ଦିକ ପାଣ୍ଡ୍ଯା ପାରିକୁ ସମ୍ଭାଳିଥିଲେ। ହାର୍ଦିକ ପାଣ୍ଡ୍ଯା ୧ ରନ କରି ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ। କୃନାଲ ପାଣ୍ଡ୍ଯା ଓ ରାହୁଲ ଶେଷ ଓଭର ପର୍ଯ୍ଯନ୍ତ ରହି ବିସ୍ଫୋରକ ବ୍ଯାଟିଂ କରିଥିଲେ। କୃନାଲ  ୩୧ ବଲରେ ୫୮ ରନ୍ ଓ ରାହୁଲ ୪୩ ବଲରେ ୬୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ସେହିପରି ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମାର୍କ ଉଡ୍‌ ୨ଟି ୱିକେଟ ଅକ୍ତିଆର କରିଛନ୍ତି।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର