ଟି -୨୦ ବିଶ୍ୱ କପ୍‌ରୁ ଯଶପ୍ରୀତ ବୁମରା ବାଦ୍ ପଡିବା ପରେ ଦଳରେ ତାଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳି

The Sakala Picture
Published On

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି -୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି । ପିଠିରେ ଆଘାତ ସମସ୍ୟା କାରଣରୁ ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି । ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଠିକ ହେବା ପାଇଁ ତାଙ୍କୁ ୪ ରୁ ୬ ମାସ ସମୟ ଲାଗିପାରେ । ଟି-୨୦ ବିଶ୍ୱକପ ସହିତ ସାଉଥ ଆଫ୍ରିକା ସିରିଜରୁ ମଧ୍ୟ ବାଦ୍‌ […]

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି -୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି । ପିଠିରେ ଆଘାତ ସମସ୍ୟା କାରଣରୁ ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି । ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଠିକ ହେବା ପାଇଁ ତାଙ୍କୁ ୪ ରୁ ୬ ମାସ ସମୟ ଲାଗିପାରେ । ଟି-୨୦ ବିଶ୍ୱକପ ସହିତ ସାଉଥ ଆଫ୍ରିକା ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ତେବେ ବୁମରାଙ୍କ ବଦଳ ଖେଳାଳି ଭାବେ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିକେଟ ମିଳିଛି । ଏନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଅବଶିଷ୍ଟ ୨ଟି ଟି-୨୦ ମୁକାବିଲା ପାଇଁ ମଧ୍ୟ ସିରାଜ ଉପଲବ୍ଧ ରହିବେ । ବିସିସିଆଇ ଜାରି କରିଥିବା ବିବୃତିରେ କହିଛି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ବାକି ୨ଟି ମ୍ୟାଚ୍‌ ପାଇଁ ବୁମରାଙ୍କ ବଦଳରେ ମହମ୍ମଦ ସିରିଜାଙ୍କୁ ଚୟନ କରାଯାଇଛି। ପିଠି ଯନ୍ତ୍ରଣା ଯୋଗୁ ବୁମରା ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଛନ୍ତି। ଏବେ ତାଙ୍କର ଆହତ ସମସ୍ୟା ଉପରେ ବସିସିଆଇର ମେଡିକାଲ ଟିମ ନଜର ରଖିଛି ବୋଲି ବିସିସିଆଇ କହିଛି। ପୂର୍ବରୁ ମହମ୍ମଦ ସାମି ଏବଂ ରବିନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଛନ୍ତି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ତେବେ ଟି -୨୦ ବିଶ୍ୱ କପ୍‌ରୁ ବୁମରା ବାଦ୍ ପଡିବା ଭାରତୀୟ ଦଳର ଚିନ୍ତାକୁ ଆହୁରି ବଢାଇ ଦେଇଛି। ବର୍ତ୍ତମାନ ଦଳକୁ ତାଙ୍କର ଉପଯୁକ୍ତ ବଦଳ ଖେଳାଳି ଚୟନ କରିବାକୁ ପଡିବ। ମହମ୍ମଦ ସିରାଜ ବୁମରାଙ୍କ ଭଲ ବିକଳ୍ପ ହୋଇ ପାରିବେ। ସିରାଜ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟରେ ଚମତ୍କାର ବୋଲିଂ କରି ଭାରତକୁ ସ୍ମରଣୀୟ ବିଜୟ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗାବାରେ ଐତିହାସିକ ଟେଷ୍ଟ ବିଜୟର ସ୍ମରଣୀୟ ମୁହୂର୍ତ୍ତ ଏବେ ମଧ୍ୟ ଭାରତୀୟ ପ୍ରଶଂସକଙ୍କ ମନରେ ସତେଜ ରହିଛି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

30 Sep 2022 By The Sakala

ଟି -୨୦ ବିଶ୍ୱ କପ୍‌ରୁ ଯଶପ୍ରୀତ ବୁମରା ବାଦ୍ ପଡିବା ପରେ ଦଳରେ ତାଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି -୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି । ପିଠିରେ ଆଘାତ ସମସ୍ୟା କାରଣରୁ ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି । ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଠିକ ହେବା ପାଇଁ ତାଙ୍କୁ ୪ ରୁ ୬ ମାସ ସମୟ ଲାଗିପାରେ । ଟି-୨୦ ବିଶ୍ୱକପ ସହିତ ସାଉଥ ଆଫ୍ରିକା ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ତେବେ ବୁମରାଙ୍କ ବଦଳ ଖେଳାଳି ଭାବେ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିକେଟ ମିଳିଛି । ଏନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଅବଶିଷ୍ଟ ୨ଟି ଟି-୨୦ ମୁକାବିଲା ପାଇଁ ମଧ୍ୟ ସିରାଜ ଉପଲବ୍ଧ ରହିବେ । ବିସିସିଆଇ ଜାରି କରିଥିବା ବିବୃତିରେ କହିଛି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ବାକି ୨ଟି ମ୍ୟାଚ୍‌ ପାଇଁ ବୁମରାଙ୍କ ବଦଳରେ ମହମ୍ମଦ ସିରିଜାଙ୍କୁ ଚୟନ କରାଯାଇଛି। ପିଠି ଯନ୍ତ୍ରଣା ଯୋଗୁ ବୁମରା ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଛନ୍ତି। ଏବେ ତାଙ୍କର ଆହତ ସମସ୍ୟା ଉପରେ ବସିସିଆଇର ମେଡିକାଲ ଟିମ ନଜର ରଖିଛି ବୋଲି ବିସିସିଆଇ କହିଛି। ପୂର୍ବରୁ ମହମ୍ମଦ ସାମି ଏବଂ ରବିନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଛନ୍ତି।

ତେବେ ଟି -୨୦ ବିଶ୍ୱ କପ୍‌ରୁ ବୁମରା ବାଦ୍ ପଡିବା ଭାରତୀୟ ଦଳର ଚିନ୍ତାକୁ ଆହୁରି ବଢାଇ ଦେଇଛି। ବର୍ତ୍ତମାନ ଦଳକୁ ତାଙ୍କର ଉପଯୁକ୍ତ ବଦଳ ଖେଳାଳି ଚୟନ କରିବାକୁ ପଡିବ। ମହମ୍ମଦ ସିରାଜ ବୁମରାଙ୍କ ଭଲ ବିକଳ୍ପ ହୋଇ ପାରିବେ। ସିରାଜ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟରେ ଚମତ୍କାର ବୋଲିଂ କରି ଭାରତକୁ ସ୍ମରଣୀୟ ବିଜୟ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗାବାରେ ଐତିହାସିକ ଟେଷ୍ଟ ବିଜୟର ସ୍ମରଣୀୟ ମୁହୂର୍ତ୍ତ ଏବେ ମଧ୍ୟ ଭାରତୀୟ ପ୍ରଶଂସକଙ୍କ ମନରେ ସତେଜ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର