ଟି-୨୦ ବିଶ୍ୱକପ: ଘୋଷଣା ହେଲା ଆଇସିସି ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’, ସ୍ଥାନ ପାଇଲେନି ଜଣେ ବି ହେଲେ ଭାରତୀୟ

The Sakala Picture
Published On

ଦୁବାଇ: ନିକଟରେ ଶେଷ ହୋଇଛି ଆଇସିସି ଟି-୨୦ ବିଶ୍ୱକପ ୨୦୨୧ । ଗତ ରବିବାର ଦିନ ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱ ଚାମ୍ପିୟନ ହୋଇଛି। ଆଇସିସି ଟି-୨୦ ବିଶ୍ୱକପ ୨୦୨୧ ଶେଷ ହେବା ପରେ ଆଇସିସି ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି । ତେବେ ଏହି ୧୨ ଜଣିଆ ଟିମରେ ଜଣେ ବି ହେଲେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ଏହା […]

ଦୁବାଇ: ନିକଟରେ ଶେଷ ହୋଇଛି ଆଇସିସି ଟି-୨୦ ବିଶ୍ୱକପ ୨୦୨୧ । ଗତ ରବିବାର ଦିନ ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱ ଚାମ୍ପିୟନ ହୋଇଛି। ଆଇସିସି ଟି-୨୦ ବିଶ୍ୱକପ ୨୦୨୧ ଶେଷ ହେବା ପରେ ଆଇସିସି ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି । ତେବେ ଏହି ୧୨ ଜଣିଆ ଟିମରେ ଜଣେ ବି ହେଲେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ଏହା ସହିତ ଦୁଇଥର ଟି-୨୦ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ୍ ଟିମର କୌଣସି ଖେଳାଳିଙ୍କୁ ମଧ୍ୟ ଏହି ୧୨ ଜଣିଆ ଟିମରେ ସ୍ଥାନ ମିଳିନାହିଁ। ପାକିସ୍ଥାନର ବାବର ଆଜମଙ୍କୁ ଏ‌ହି ଦଳର ଅଧିନାୟକ କରାଯାଇଛି । ବାବର ୬ ମ୍ୟାଚରେ ୬୦.୬୦ ଆଭରେଜରେ ୩୦୩ ରନ କରିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ: କୁଲଦୀପ ଯାଦବଙ୍କୁ ବାଦ୍ ନଦେବାକୁ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୂଜାରା

ଆଇସିସି ଟି-୨୦ ବିଶ୍ୱକପ ୨୦୨୧ରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଚୟନ କରାଯାଇଛି । ଟି-୨୦ ବିଶ୍ୱକପରେ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ୱାର୍ଣ୍ଣର ଓ ଇଂଲଣ୍ଡ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ଓପ୍ନର ଭାବେ ଚୟନ କରାଯାଇଛି। ବାବରଙ୍କୁ ତୃତୀୟ ସ୍ଥାନରେ ରଖାଯାଇଛି। ୱାର୍ଣ୍ଣର ୨୮୯ ରନ୍ ସହ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିବା ବେଳେ ବଟଲର୍ ୨୬୯ ରନ୍ କରିଛନ୍ତି। ଏଥି ସହିତ ବାବର ଆଜମଙ୍କୁ ତିନି ନମ୍ବରରେ ରଖାଯାଇଛି, ଯିଏ ଦଳର ଅଧିନାୟକ ମଧ୍ୟ ଅଟନ୍ତି। ମିଡିଲ୍ ଅର୍ଡ଼ର ବ୍ୟାଟ୍ସମ୍ୟାନ୍ ଭାବେ ଶ୍ରୀଲଙ୍କାର ଚରିଥ ଅସଲଙ୍କା ଏବଂ ଦକ୍ଷିଣ ଆଫ୍ରିକାର ଆଡାମ ମାର୍କ୍ରାମଙ୍କୁ ସାମିଲ କରାଯାଇଥିବାବେଳେ ଅଲରାଉଣ୍ଡର ମୋଇନ୍ ଅଲି ଏବଂ ୱ୍ବାନିନ୍ଦୁ ହସରଙ୍ଗାଙ୍କୁ ଏକାଦଶରେ ସ୍ଥାନ ମିଳିଛି।

ଏହି ଦଳରେ କୌଣସି ଭାରତୀୟ ଖେଳାଳି ସ୍ଥାନ ନ ପାଇବା ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ଦର୍ଶାଉଛି । ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ୨୦୨୧ରେ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବାଦ୍ ପଡ଼ିଥିଲା ।

ଆଇସିସି ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ:

ଡେଭିଡ ୱାର୍ନର, ଜୋସ୍ ବଟଲର (ଓ୍ବିକେଟ୍ କିପର), ବାବର ଆଜାମ (ଅଧିନାୟକ), ଚରିଥ ଅସଲଙ୍କା, ଆଇଡେନ୍ ମାର୍କରମ, ମୋଇନ ଅଲି, ଓ୍ବାନିନ୍ଦୁ ହସରଙ୍ଗା, ଆଡାମ ଜାମ୍ପା, ଜୋଶ ହାଜଲେଉଡ, ଟ୍ରେଣ୍ଟ ବୋଲ୍ଟ, ଅନ୍ରିଚ ନର୍ଟେ, ଶାହିନ ଆଫ୍ରିଦି (ଦ୍ୱାଦଶ ଖେଳାଳି)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp