ଟସ୍‌ ଜିତି ବୋଲିଂ କରୁଛି ଇଂଲଣ୍ଡ, ବ୍ୟାଟିଙ୍ଗ ଆରମ୍ଭରୁ ଭାରତକୁ ଝଟକା; ୪୦ ରନରେ ଗଲାଣି ୩ ୱିକେଟ

The Sakala Picture
Published On

ଲକ୍ଷ୍ନୌ: ବିଶ୍ୱକପ୍ କ୍ରିକେଟରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଟିମ୍ । ତେବେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ଭାରତକୁ ଆରମ୍ଭରୁ ଲାଗିଲାଣି ଜୋରଦାର ଝଟକା । ଦଳଗତ ମାତ୍ର ୪୦ ରନରେ ଆଉଟ୍ ହୋଇଯାଇଛନ୍ତି ଶୁବମନ ଗିଲ୍‌, ବିରାଟ କୋହଲି ଏବଂ ଶ୍ରେୟସ ଆୟାର । ଶୁବମନ ୯ ରନ୍ କରି ଆଉଟ୍ ଥିବା ବେଳେ ବିରାଟ କୋହଲି ଖାତା ଖୋଲିପାରି ନାହାନ୍ତି। ଏହାପରେ ଫାଇଲଦକୁ […]

ଲକ୍ଷ୍ନୌ: ବିଶ୍ୱକପ୍ କ୍ରିକେଟରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଟିମ୍ । ତେବେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ଭାରତକୁ ଆରମ୍ଭରୁ ଲାଗିଲାଣି ଜୋରଦାର ଝଟକା । ଦଳଗତ ମାତ୍ର ୪୦ ରନରେ ଆଉଟ୍ ହୋଇଯାଇଛନ୍ତି ଶୁବମନ ଗିଲ୍‌, ବିରାଟ କୋହଲି ଏବଂ ଶ୍ରେୟସ ଆୟାର ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଶୁବମନ ୯ ରନ୍ କରି ଆଉଟ୍ ଥିବା ବେଳେ ବିରାଟ କୋହଲି ଖାତା ଖୋଲିପାରି ନାହାନ୍ତି। ଏହାପରେ ଫାଇଲଦକୁ ଆସିଥିବା ଶ୍ରେୟସ ଆୟାର ମଧ୍ୟ ୧୬ଟି ବଲ ଖେଳି ମାତ୍ର ୪ ରନ କରି ଆଉଟ ହୋଇଯାଇଛନ୍ତି । ୩.୬ ଓଭରରେ କ୍ରିସ୍‌ ୱକ୍ସଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ ଗିଲ୍‌। ସେ ୧୩ଟି ବଲ୍‌ରୁ ଗୋଟିଏ ୪ ଚୌକା ସହାୟତାରେ ୯ ରନ୍ କରିଥିଲେ। ସେହିପରି ୬.୫ ଓଭରରେ ଡାଭିଡ ୱିଲୀଙ୍କ ବଲ୍‌ରେ ବେନ୍‌ ଷ୍ଟୋକ୍ସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ବିରାଟ କୋହଲି। ସେ ୯ଟି ବଲ୍ ଖେଳିଥିଲେ ହେଁ ଖାତା ଖୋଲି ପାରି ନଥିଲେ। ଶ୍ରେୟସ ଆୟାର ମଧ୍ୟ କ୍ରିସ୍‌ ୱକ୍ସଙ୍କ ଏକ ସର୍ଟ ବଲ୍କୁ ଖେଳିବାକୁ ଯାଇ କ୍ୟାଚ ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର