କ୍ରିକେଟ ବିଶ୍ୱକପ-୨୦୨୩: ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ

The Sakala Picture
Published On

ଅହମ୍ମଦାବାଦ: ବିଶ୍ଵକପ୍ ୨୦୨୩ର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ । ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ନ୍ୟୁଜିଲାଣ୍ଡ । ଡେଭନ କନଓ୍ଵେ ଓ ରଚିନ ରବୀନ୍ଦ୍ରଙ୍କ ବିସ୍ଫୋରକ ଶତକୀୟ ବ୍ୟାଟିଂ ବଳରେ କିଓ୍ଵି ଦଳ ଇଂଲଣ୍ଡକୁ ୯ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ […]

ଅହମ୍ମଦାବାଦ: ବିଶ୍ଵକପ୍ ୨୦୨୩ର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ । ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ନ୍ୟୁଜିଲାଣ୍ଡ । ଡେଭନ କନଓ୍ଵେ ଓ ରଚିନ ରବୀନ୍ଦ୍ରଙ୍କ ବିସ୍ଫୋରକ ଶତକୀୟ ବ୍ୟାଟିଂ ବଳରେ କିଓ୍ଵି ଦଳ ଇଂଲଣ୍ଡକୁ ୯ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ।

ଆହୁରି ପଢ଼ନ୍ତୁ: Union Budget 2026: ଶସ୍ତା ହେବ ୧୭ କର୍କଟ ଔଷଧ, ଦେଶରେ ଖୋଲିବ ଆଉ ୩ ନୂଆ ଏମ୍‌ସ

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୮୨ ରନର ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡକୁ। ଏହାର ଜବାବରେ ନ୍ୟୁଜିଲାଣ୍ଡ ଡେଭନ କନଓ୍ଵେଙ୍କ ଅପରାଜିତ ୧୫୨ ଓ ରଚିନ ରବୀନ୍ଦ୍ରଙ୍କ ୧୨୩ ରନ ବଳରେ ୩୬.୨ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ଏକତରଫା ବିଜୟ ହାସଲ କରିଛି କିଓ୍ବି ଟିମ୍‌ । ଅପରାଜିତ ୧୨୩ ରନ ସହ ବୋଲିଂରେ ଗୋଟିଏ ୱିକେଟ ନେଇଥିବା ରବୀନ୍ଦ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।

ଆହୁରି ପଢ଼ନ୍ତୁ: ଲୋକସଭାରୁ ୮ ବିରୋଧୀ ସାଂସଦ ନିଲମ୍ବିତ: ଚୀନ୍ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ଡାଓ୍ବିଡ୍ ମଲାନ ଓ ଜନି ବେୟାରଷ୍ଟୋ ୪୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଜୋ ରୁଟ ସର୍ବାଧିକ ୭୭ ରନ, ଅଧିନାୟକ ଜୋଶ ବଟଲର ୪୩ ଓ ଜନ୍ନି ବେୟାରଷ୍ଟୋ ୩୩ ରନର ଇନିଂସ ବଳରେ ୯ ୱିକେଟ ହରାଇ ୨୮୨ ରନ କରିଥିଲା।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

ନ୍ୟୁଜିଲ୍ୟାଣ୍ତ ପାଇଁ ମ୍ୟାଟ ହେନରୀ ସର୍ବାଧିକ ୩ଟି ୱିକେଟ ନେଇଥିବେ ବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ, ଟ୍ରେଣ୍ଟ ବୋଲ୍ଡ ଓ ରଚିନ ରବୀନ୍ଦ୍ରଙ୍କୁ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp