ବିଶ୍ୱକପ୍‌ ୨୦୨୩: ଆଜି ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା, ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

The Sakala Picture
Published On

କୋଲକାତା: ଚଳିତ ଆଇସିସି ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିସାରିଥିବା ଆୟୋଜକ ଭାରତ ଆଜି ତା’ର ଅଷ୍ଟମ ମୁକାବିଲାରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ ଜିତି ଭାରତ ତା’ର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଭାରତ ତା’ର ପ୍ରଥମ ୭ଟି ମ୍ୟାଚ୍‌‌ ଜିତି ୧୪ ପଏଣ୍ଟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ସେମିକୁ ଉଠିଛି। ସେମି ଟିକଟ ହାସଲ […]

କୋଲକାତା: ଚଳିତ ଆଇସିସି ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିସାରିଥିବା ଆୟୋଜକ ଭାରତ ଆଜି ତା’ର ଅଷ୍ଟମ ମୁକାବିଲାରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ ଜିତି ଭାରତ ତା’ର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଭାରତ ତା’ର ପ୍ରଥମ ୭ଟି ମ୍ୟାଚ୍‌‌ ଜିତି ୧୪ ପଏଣ୍ଟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ସେମିକୁ ଉଠିଛି। ସେମି ଟିକଟ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍‌‌କୁ ଆଦୌ ହାଲକା ଭାବେ ନେବନାହିଁ। ଗୁରୁବାର ଭାରତ ତା’ର ଗତ ମ୍ୟାଚରେ ଶ୍ରୀଲଙ୍କାକୁ ବୃହତ ୩୦୨ ରନରେ ପରାସ୍ତ କରିଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ସମ୍ପୂର୍ଣ୍ଣ ବିଶ୍ୱକପ୍‌‌ରୁ ବାଦ୍‌‌ ପଡ଼ିଛନ୍ତି। ଫଳରେ ଭାରତକୁ ଝଟ୍‌‌କା ଲାଗିଛି। ଭାରତ କିନ୍ତୁ ପାଣ୍ଡ୍ୟାଙ୍କ ବିନା ଗତ କେତୋଟି ମ୍ୟାଚ୍‌‌ରେ ବିଜୟୀ ହୋଇଛି। ତେଣୁ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଭାରତ ପାଇଁ ସେତେଟା ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ଆଶା କରାଯାଉଛି। ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ୭ ମ୍ୟାଚ୍‌‌ ଖେଳି ୬ ବିଜୟ ଓ ୧ ପରାଜୟ ସହ ୧୨ ପଏଣ୍ଟ ପାଇ ତାଲିକାରେ ଭାରତ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ଶନିବାର ଖେଳାଯାଇଥିବା ମ୍ୟାଚ୍‌‌ରେ ପାକିସ୍ତାନଠାରୁ ନ୍ୟୁଜିଲାଣ୍ଡ ହାରିଯିବା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ମ୍ୟାଚ୍‌‌ ହାଇସ୍କୋରିଂ ହେବ
ଇଡେନ ଗାର୍ଡେନ୍ସର ଏହି ପିଚ୍‌‌ରେ ଏକ ହାଇସ୍କେ୍‌‌ାରିଂ ମ୍ୟାଚ୍‌‌ ଦେଖିବାକୁ ୍ୱିଳିବା ସମ୍ଭାବନା ରହିଛି। ଫଳରେ ଏହି ୱିକେଟ ବ୍ୟାଟରଙ୍କୁ ସୁହାଇବ। କିନ୍ତୁ ମ୍ୟାଚ୍‌‌ ଶେଷ ଆଡକୁ ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏହି ପିଚ୍‌‌ରେ ଚଳିତ ବିଶ୍ୱକପ୍‌‌ର ଦୁଇଟି ମ୍ୟାଚ୍‌‌ ଖେଳାଯାଇଛି। ୧୯୯୧ ଓ ୧୯୯୩ରେ ଦୁଇ ଦଳ ଏଠାରେ ପରସ୍ପରକୁ ଭେଟିଛନ୍ତି ଓ ଦୁଇଥର ଯାକ ଭାରତ ବିଜୟୀ ହୋଇଛି। ତେବେ ୨୦୦୫ରେ ଏଠାରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟରେ ଭାରତକୁ ହରାଇଥିଲା। ଉଭୟ ଦଳ ମୋଟ୍‌‌ ଉପରେ ୯୦ଥର ପରସ୍ପରକୁ ଭେଟିଛନ୍ତି। ଭାରତ ୩୭ ଓ ଦକ୍ଷିଣ ଆଫ୍ରିକା ୫୦ଟି ମ୍ୟାଚ୍‌‌ରେ ବିଜୟୀ ହୋଇଛନ୍ତି।

ଚଳିତ ବିଶ୍ୱକପ୍‌‌ର ପ୍ରଦର୍ଶନକୁ ଦେଖିଲେ ଉଭୟ ଦଳ ମଧ୍ୟରେ ମ୍ୟାଚ୍‌‌ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଉଭୟ ଦଳ କ୍ରିକେଟର ସମସ୍ତ ୩ଟି ବିଭାଗ ଯଥା ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏହା ସତ୍ତ୍ବେ ୪ଟି ଶତକ ହାସଲ କରିଥିବା କ୍ୱିଣ୍ଟନ ଡି କକ୍‌‌, ୨ଟି ଶତକ ହାସଲ କରିଥିବା ରାସି ଭାନ ଡର ଡୁସେନ, ବିସ୍ଫୋରକ ବ୍ୟାଟିଂ କରୁଥିବା ହେନରିକ୍‌‌ କ୍ଲାସେନଙ୍କୁ ନେଇ ଗଠିତ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ସାମାନ୍ୟ ଅଧିକ ସଫଳତା ପାଇଛି। ଦଳ ୩ଥର ୩୫୦ କିମ୍ବା ତା’ଠାରୁ ଅଧିକ ରନ୍‌‌ ସଂଗ୍ରହ କରିଛି। ତାହା ତୁଳନାରେ ବୋଲିଂ ସେତେଟା ପ୍ରଭାବ ପକାଇପାରି ନାହିଁ। ଅନ୍ୟ ପକ୍ଷରେ ଭାରତର ବୋଲିଂ ଏହି ବିଶ୍ୱକପ୍‌‌ରେ ଘାତକ ସାବ୍ୟସ୍ତ ହୋଇଛି। ଦଳର ୩ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌‌ରା, ମହମ୍ମଦ୍‌‌ ସାମି ଓ ମହମ୍ମଦ୍‌‌ ସିରାଜ ଭଲ ଫର୍ମରେ ଅଛନ୍ତି। ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ବେଶ ଫର୍ମରେ ଅଛନ୍ତି। ଏଣୁ ପ୍ରଦର୍ଶନ ଓ ଫର୍ମକୁ ବିଚାରକୁ ନେଲେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଓ ଭାରତର ବୋଲିଂ ମଧ୍ୟରେ ଏହି ମୁକାବିଲା ହେବ। ମୋଟାମୋଟି ଭାବେ ଭାରତ ଘରୋଇ ମାଟିରେ ଖେଳି ଭଲ ଫର୍ମରେ ଥିଲାବେଳେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର