ଆଇସିସି ଟି-୨୦ ବିଶ୍ବକପ: ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ

The Sakala Picture
Published On

ଆବୁଧାବି: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଭାରତର ଏହାର ସୁପର୍‌-୧୨ ପର୍ଯ୍ୟାୟର ୩ୟ ମ୍ୟାଚରେ ବୁଧବାର ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହେବାପରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତ ପ୍ରତିଯୋଗିତାରେ ବିଜୟଶୂନ୍ୟ ରହିଛି। ସେମିଫାଇନାଲରେ ପ୍ରବେଶ କରିବା ଏବେ ଭାରତ ଲାଗି କାଠିକର ପାଠ ହୋଇପଡ଼ିଛି। ଭାରତ ଏହାର ପରବର୍ତ୍ତୀ ୩ଟି ମ୍ୟାଚରେ ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିବା ସହ ଅନ୍ୟ ମ୍ୟାଚର ଫଳାଫଳ ଉପରେ […]

ଆବୁଧାବି: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଭାରତର ଏହାର ସୁପର୍‌-୧୨ ପର୍ଯ୍ୟାୟର ୩ୟ ମ୍ୟାଚରେ ବୁଧବାର ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହେବାପରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତ ପ୍ରତିଯୋଗିତାରେ ବିଜୟଶୂନ୍ୟ ରହିଛି। ସେମିଫାଇନାଲରେ ପ୍ରବେଶ କରିବା ଏବେ ଭାରତ ଲାଗି କାଠିକର ପାଠ ହୋଇପଡ଼ିଛି। ଭାରତ ଏହାର ପରବର୍ତ୍ତୀ ୩ଟି ମ୍ୟାଚରେ ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିବା ସହ ଅନ୍ୟ ମ୍ୟାଚର ଫଳାଫଳ ଉପରେ ସେମିଫାଇନାଲ ଖେଳିବା ନିର୍ଭର କରେ। ତେଣୁ ଆଫଗାନିସ୍ତାନ ବିପକ୍ଷରେ ବୃହତ୍ ବିଜୟ ହାସଲ କରି ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବା ଲାଗି କୋହଲିଙ୍କ ଦଳ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଆଫ ଗାନିସ୍ତାନର ପ୍ରଦର୍ଶନ ପ୍ରତିଯୋଗିତାରେ ବେଶ୍ ଉତ୍ସାହଜନକ ରହିଛି। ଦଳ ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ୍‌-୨’ରେ ପାକିସ୍ତାନ (୬) ପଛକୁ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ ପାଇଁ ପ୍ରମୁଖ ଦାବିଦାର ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ତେଣୁ ଆଫଗାନିସ୍ତାନ ମଧ୍ୟ ଏହି ମ୍ୟାଚରେ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଫେଲ୍ ମାରିଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସକୁ ଛାଡ଼ିଦେଲେ ଅନ୍ୟକୌଣସି ବ୍ୟାଟର୍ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଭାରତୀୟ ଦଳର ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଉଭୟ ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ଦୁଇଟିଯାକ ମ୍ୟାଚରେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ମଧ୍ୟ ଭାରତକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ବିଶେଷ କରି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ବାଦ୍ ଦେବାକୁ ଅନେକ କ୍ରିକେଟ୍ ପଣ୍ଡିତ ନାପସନ୍ଦ କରିଛନ୍ତି। ତେଣୁ ଆଫ ଗାନିସ୍ତାନ ବିପକ୍ଷରେ ଭାରତ ଚୂଡ଼ାନ୍ତ ଏକାଦଶରେ କିଛିଟା ପରିବର୍ତ୍ତନ କରିପାରେ। ବିଶେଷ କରି ବରୁଣ ଚକ୍ରବର୍ତୀ ଚାପରେ ବୋଲିଂ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ଅଶ୍ବିନଙ୍କୁ ସୁଯୋଗ ମିଳିପାରେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସେହିଭଳି ଆଘାତପ୍ରାପ୍ତ ସୂର୍ଯ୍ୟ କୁମାର ଯାଦବ ଯଦି ଫିଟ୍ ହୁଅନ୍ତି ତେବେ ସେ ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି। ପାଣ୍ଡ୍ଯା ୨ଟି ମ୍ୟାଚରେ ୩୫ ବଲ ଖେଳି ୩୧ ରନ୍ ସଂଗ୍ରହ କରିଛନ୍ତି । ଆଗ ଧାଡ଼ିର ଫିନିଶର ଭାବେ ପାଣ୍ଡ୍ୟାଙ୍କଠାରୁ ଭାରତ ଯାହା ଆଶାରଖିଥିଲା ସେଥିରେ ସେ ବିଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅପରପକ୍ଷରେ ଆଫଗାନିସ୍ତାନ ସ୍କଟ୍‌ଲାଣ୍ଡ ଓ ନାମିବ୍ୟା ବିପକ୍ଷରେ ବିଜୟ ହାସଲ କରି ୪ ପଏଣ୍ଟ ପାଇଛି। କିନ୍ତୁ ପାକିସ୍ତାନଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଦଳ ଲଢ଼ୁଆ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ଏପରିକି ଗୋଟିଏ ସମୟରେ ପାକିସ୍ତାନ ପରାଜୟଦ୍ବାର ଦେଶରେ ରହିଥିଲେ ମଧ୍ୟ ମଧ୍ୟ ଆସିଫ୍ ଅଲ୍ଲୀ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଉଦ୍ଧାର କରିଥିଲେ। ତେଣୁ ଆଫଗାନିସ୍ତାନ ଖେଳାଳିଙ୍କ ମନୋବଳ ବେଶ୍ ଉଚ୍ଚରେ ରହିଛି। ବିଶେଷ କରି ରଶିଦ୍ ଖାନ୍, ମହମ୍ମଦ ନବି  ଓ ମୁଜିବ ଉର୍ ରେହମାନଙ୍କ ସ୍ପିନ ଆଟାକ୍‌କୁ ଭ।ରତୀୟ ବ୍ୟାଟ୍ସମ୍ଯାନ କେମିତି ସାମ୍ନା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର