ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌‌-୨୦୨୩ରେ ବାରବାଟୀରେ ନାହିଁ ମ୍ୟାଚ୍‌‌ର ସୁଯୋଗ!

The Sakala Picture
Published On

କଟକ : ଆସନ୍ତା ଅକ୍ଟୋବର ୧୦ରୁ ଆରମ୍ଭ ହେବ ପୁରୁଷ କ୍ରିକେଟ ବିଶ୍ୱକପ୍‌‌। ଭାରତ ହେଉଛି ଏହାର ଆୟୋଜକ। ଦେଶର ବିଭିନ୍ନ ଭେନ୍ୟୁରେ ବିଶ୍ୱକପ୍‌‌ ମ୍ୟାଚ୍‌‌ ଖେଳାଯିବ। ହେଲେ ବାରବାଟୀରେ ମ୍ୟାଚ୍‌‌ ସୁଯୋଗ ନାହିଁ। ଗୁରୁଡ଼ିଝାଟିଆର କପୁରସିଂହଠାରେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସ ଆଣ୍ଡ ସେଣ୍ଟର ଅଫ ଏକ୍ସିଲେନ୍ସ ଫର କ୍ରିକେଟର ଉଦ୍‌‌ଘାଟନୀ ଉତ୍ସବରେ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ନିଜ ଅଭିଭାଷଣ ମଧ୍ୟରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ବାରବାଟୀ ଷ୍ଟାଡିୟମକୁ ବିଶ୍ୱକପ୍‌‌ […]

କଟକ : ଆସନ୍ତା ଅକ୍ଟୋବର ୧୦ରୁ ଆରମ୍ଭ ହେବ ପୁରୁଷ କ୍ରିକେଟ ବିଶ୍ୱକପ୍‌‌। ଭାରତ ହେଉଛି ଏହାର ଆୟୋଜକ। ଦେଶର ବିଭିନ୍ନ ଭେନ୍ୟୁରେ ବିଶ୍ୱକପ୍‌‌ ମ୍ୟାଚ୍‌‌ ଖେଳାଯିବ। ହେଲେ ବାରବାଟୀରେ ମ୍ୟାଚ୍‌‌ ସୁଯୋଗ ନାହିଁ। ଗୁରୁଡ଼ିଝାଟିଆର କପୁରସିଂହଠାରେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସ ଆଣ୍ଡ ସେଣ୍ଟର ଅଫ ଏକ୍ସିଲେନ୍ସ ଫର କ୍ରିକେଟର ଉଦ୍‌‌ଘାଟନୀ ଉତ୍ସବରେ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ନିଜ ଅଭିଭାଷଣ ମଧ୍ୟରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ବାରବାଟୀ ଷ୍ଟାଡିୟମକୁ ବିଶ୍ୱକପ୍‌‌ ମ୍ୟାଚ୍‌‌ ଦେବା ନିମନ୍ତେ ଓସିଏ ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ପ୍ରସ୍ତାବ ଦିଆଯାଇଥିଲା। ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ହେଲେ ବିଭିନ୍ନ କାରଣ ଦର୍ଶାଇ ବାରବାଟୀରେ ମ୍ୟାଚ୍‌‌ ହୋଇ ପାରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅନ୍ତର୍ଜାତୀୟ ବିମାନ ସେବା ନଥିବାରୁ ଏଠାରେ ମ୍ୟାଚ୍‌‌ ହୋଇ ପାରିବ ନାହିଁ ବୋଲି ବିସିସିଆଇର ଅଧିକାରୀ କହୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ନିକଟରେ ୨ୟଥର ଲାଗି ସଫଳତାର ସହ ପୁରୁଷ ହକି ବିଶ୍ୱକପ୍‌‌ ଆୟୋଜନ କରି ସାରା ବିଶ୍ୱରୁ ପ୍ରଶଂସା ସାଉଁଟିଛି। ୧୬ଟି ଦେଶର ହକି ଖେଳାଳି ଭୁବନେଶ୍ୱର ସମେତ ରାଉରକେଲାରେ ଯାଇ ମ୍ୟାଚ୍‌‌ ଖେଳିଲେ। ଅଥଚ ବିସିସିଆଇର ଏଭଳି ନୀତି ରାଜ୍ୟର କ୍ରିକେଟପ୍ରେମୀଙ୍କୁ ନିରାଶ କରିବ। ବାରବାଟୀର ବିଶ୍ୱକପ୍‌‌ ଇତିହାସ ବିଶ୍ୱକପ୍‌‌ ମ୍ୟାଚ୍‌‌ ଆୟୋଜନ କରିବା କ୍ଷେତ୍ରରେ ବାରବାଟୀର ପୁରୁଣା ରେକର୍ଡ ରହିଛି। ୧୯୮୭ ମସିହାରେ ଏଠାରେ ପ୍ରଥମଥର ନିମନ୍ତେ ବିଶ୍ୱକପ୍‌‌ ମ୍ୟାଚ୍‌‌ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ୭୦ ରନରେ ଜିମ୍ବାୱେକୁ ପରାସ୍ତ କରିଥିଲା। ୧୯୯୬ ମସିହା ବିଶ୍ୱକପ୍‌‌ରେ ମଧ୍ୟ ବାରବାଟୀକୁ ଏକ ମ୍ୟାଚ୍‌‌ ଆୟୋଜନର ସୁଯୋଗ ମିଳିଥିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଉକ୍ତ ମ୍ୟାଚ୍‌‌ରେ ଭାରତ ୭ ୱିକେଟରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା କେନିୟା ଦଳକୁ ହରାଇଥିଲା। ୨୦୧୩ ମସିହାରେ ଭାରତରେ ଆୟୋଜନ ହୋଇଥିଲା ମହିଳା କ୍ରିକେଟ ବିଶ୍ୱକପ୍‌‌। ଏହି ସମୟରେ ପାକିସ୍ତାନ ଦଳର ଅଂଶଗ୍ରହଣକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପାକିସ୍ତାନ ଦଳକୁ ବାରବାଟୀ ଷ୍ଟାଡିୟମ ପରିସରରେ ସୁରକ୍ଷାବଳୟ ଭିତରେ ରଖାଯାଇଥିଲା। ଏଠାରେ ପାକିସ୍ତାନ ଗ୍ରୁପ ଷ୍ଟେଜର ସମସ୍ତ ମ୍ୟାଚ୍‌‌ ମଧ୍ୟ ଖେଳିଥିଲା। ରାଜ୍ୟର ଏହି ଐତିହାସିକ କ୍ରିକେଟ ଭେନ୍ୟୁରେ ୨୦୨୩ ବିଶ୍ୱକପ୍‌‌ର ଏକ ମ୍ୟାଚ୍‌‌ ଖେଳାଯିବ ବୋଲି ଆଶା ରହିଥିଲା। ଏ ସଂକ୍ରାନ୍ତରେ ପୂର୍ବରୁ ମଧ୍ୟ ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ବିସିସିଆଇ ପକ୍ଷରୁ ଏଭଳି ଆଳ ଦେଖାଇ ମ୍ୟାଚ୍‌‌ ନଦେବା ପ୍ରସଙ୍ଗକୁ କ୍ରିକେଟପ୍ରେମୀ ଦୃଢ଼ ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp