ଆଇସିସି ବିଶ୍ୱକପ୍‌ ୨୦୨୩: ଆଜି ମୁହାଁମୁହିଁ ହେବେ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ

The Sakala Picture
Published On

ଚେନ୍ନଇ: ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ରେ ଶୁକ୍ରବାର ସକିବ ଅଲ ହାସନଙ୍କ ନେତୃତ୍ୱାଧୀନ ବାଂଲାଦେଶ ଓ କେନ୍‌‌ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌‌ଏ ଚିଦାମ୍ବରମ୍‌‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ୱକପ୍‌‌ର ଏହି ୧୧ତମ ମ୍ୟାଚ୍‌‌ ବାଂଲାଦେଶ ପାଇଁ ଅଧିକ ଗୁରତ୍ୱ ବହନ କରୁଛି। ନୁଜିଲାଣ୍ଡ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌‌ ଖେଳି ସବୁଥିରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିବା ସହ ଉନ୍ନତ ନେଟ୍‌‌ ରନରେଟ୍‌‌ କାରଣରୁ ତାଲିକା ଶୀର୍ଷରେ […]

ଚେନ୍ନଇ: ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ରେ ଶୁକ୍ରବାର ସକିବ ଅଲ ହାସନଙ୍କ ନେତୃତ୍ୱାଧୀନ ବାଂଲାଦେଶ ଓ କେନ୍‌‌ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌‌ଏ ଚିଦାମ୍ବରମ୍‌‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ୱକପ୍‌‌ର ଏହି ୧୧ତମ ମ୍ୟାଚ୍‌‌ ବାଂଲାଦେଶ ପାଇଁ ଅଧିକ ଗୁରତ୍ୱ ବହନ କରୁଛି। ନୁଜିଲାଣ୍ଡ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌‌ ଖେଳି ସବୁଥିରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିବା ସହ ଉନ୍ନତ ନେଟ୍‌‌ ରନରେଟ୍‌‌ କାରଣରୁ ତାଲିକା ଶୀର୍ଷରେ ରହିଛି। ଅନ୍ୟପଟେ ବାଂଲାଦେଶ ୨ଟି ମ୍ୟା୍‌‌ଚ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୨ ପଏଣ୍ଟ ପାଇଁ ତାଲିକାର ଷଷ୍ଠ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ନ୍ୟୁଜିଲାଣ୍ଡ ତା’ର ପ୍ରଥମ ମ୍ୟାଚ୍‌‌ରେ ଇଂଲଣ୍ଡକୁ ୯ ୱିକେଟରେ ଅତି ସହଜରେ ପରାସ୍ତ କରିଥିଲା ଓ ଦ୍ୱିତୀୟ ମୁକାବିଲାରେ ନେଦରଲାଣ୍ଡସକୁ ୯୯ ରନରେ ହରାଇଥିଲା। ଅପରପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌‌ରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇବା ପରେ ଇଂଲଣ୍ଡଠାରୁ ୧୩୭ ରନରେ ପରାସ୍ତ ହୋଇଥିଲା। ବିଜୟୀ ହେଲେ ନ୍ୟୁଜିଲାଣ୍ଡ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ କରିବ। ସେମି ଦୌଡ଼ରେ ରହିବାକୁ ହେଲେ ବାଂଲାଦେଶ ପାଇଁ ବିଜୟ ଅଧିକ ଜରୁରି। ରେକର୍ଡ ଓ ଫର୍ମ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ଯଥେଷ୍ଟ ଆଗରେ ରହିଛି। ଦୁଇ ଦଳ ଏପର୍ଯ୍ୟନ୍ତ ପରସ୍ପରକୁ ୪୧ଟି ମ୍ୟାଚ୍‌‌ରେ ଭେଟିଛନ୍ତି। ଏଥିରେ ନ୍ୟୁଜିଲାଣ୍ଡ ୩୦ଟିରେ ଓ ବାଂଲାଦେଶ ୧୦ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌‌ର ଫଳାଫଳ ମିଳିନଥିଲା। ନିରପେକ୍ଷ ଭେନ୍ୟୁରେ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ୍‌‌ରେ ବିଜୟୀ ହୋଇଥିବା ବେଳେ ବାଂଲାଦେଶ ୨ଟିରେ ବିଜୟୀ ହୋଇଛି। ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡ ଗତ ୬ଟି ମ୍ୟାଚ୍‌‌ରେ କ୍ରମାଗତ ଅପରାଜେୟ ରହିଛି। ଚେନ୍ନାଇର ଏହି ପିଚ୍‌‌ ସ୍ପିନରଙ୍କୁ ସୁହାଇବ। ତେଣୁ ଏହି ମନ୍ଥର ପିଚ୍‌‌ରେ ଟସ୍‌‌ ଜିତିବା ଦଳ ବୋଲିଂ କରିବାକୁ ପସନ୍ଦ କରିବ। ବର୍ଷାର ଆଶଙ୍କା ନାହିଁ। ତେବେ କାକର ସମସ୍ୟା ରହିବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର