ଆଇସିସି ବିଶ୍ୱକପ୍‌ ୨୦୨୩: ୬ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

The Sakala Picture
Published On

ଚେନ୍ନାଇ: ଆଇସିସି ବିଶ୍ୱକପ୍‌ ୨୦୨୩ । ରବିବାର ବିଶ୍ୱକପ୍‌ର ୫ମ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଟସ୍‌ ଜିତି ଅଷ୍ଟ୍ରେଲିଆ ଟିମ୍‌ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତର ଘାତକ ବୋଲିଂରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟ ଘଟିଥିଲା । ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୦୦ ରନର ଆବଶ୍ୟକତା ରହିଥିଲା । ଭାରତ ୪୧.୨ ଓଭରରେ ୪ ୱିକେଟ ହରାଇ […]

ଚେନ୍ନାଇ: ଆଇସିସି ବିଶ୍ୱକପ୍‌ ୨୦୨୩ । ରବିବାର ବିଶ୍ୱକପ୍‌ର ୫ମ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଟସ୍‌ ଜିତି ଅଷ୍ଟ୍ରେଲିଆ ଟିମ୍‌ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତର ଘାତକ ବୋଲିଂରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟ ଘଟିଥିଲା । ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୦୦ ରନର ଆବଶ୍ୟକତା ରହିଥିଲା । ଭାରତ ୪୧.୨ ଓଭରରେ ୪ ୱିକେଟ ହରାଇ ୨୦୧ ରନ କରି ସହଜରେ ମ୍ୟାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା  ଓ ଇଷାନ୍‌ କିଷାନ କୌଣିସ ରନ ନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟର ମଧ୍ୟ ନିରାଶ କରିଥିଲେ। ହେଲେ ପାରିକୁ ବିରାଟ କୋହଲି ଓ କେଏଲ୍‌ ରାହୁଲ ପାରିକୁ ସମ୍ଭାଳିଥିଲେ । ଉଭୟ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ପରେ ବିରାଟ କୋହଲି ୧୧୬ ବଲରେ ୮୫ ରନ କରି ଆଉଟ ହୋଇଥିଲେ। ଏହା ପରେ କେଏଲ୍‌ ରାହୁଲଙ୍କ ସାଥ ଦେବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପଡିଆକୁ ଆସିଥିଲେ। କେଏଲ୍‌ ରାହୁଲ ୧୧୫ ବଲରେ ୯୭ ରନ କରି ଅପରାଜିତ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୮ ବଲରେ ୧୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଜୋଷ ହେଜେଲହୁଡ୍‌ ୩ ଟି ୱିକେଟ ନେଇଥିବା ବେଳେ ମିଚେଲ୍‌ ଷ୍ଟାର୍କ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର