ଆଇସିସି ବିଶ୍ୱକପ୍‌ ୨୦୨୩: ରୋହିତଙ୍କ ବିସ୍ଫୋରକ ଶତକୀୟ ଓ ବିରାଟଙ୍କ ଅର୍ଦ୍ଧଶତକୀୟ ଇଂନିସ, ଆଫଗାନିସ୍ତାନକୁ ୮ ୱିକେଟରେ ହରାଇଲା ଭାରତ

The Sakala Picture
Published On

ନୂଆଦିଲ୍ଳୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍‌‌ରେ ଚଳିତ ବିଶ୍ୱକପ୍‌‌ରେ ବୁଧବାର ଦ୍ୱିତୀୟ ଲିଗ୍‌‌ ମ୍ୟାଚ୍‌‌ ଖେଳଯାଇଥିଲା।  ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୭୨ ରନ କରିଥିଲା। ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୭୩ ରନର ଆବଶ୍ୟକତା ରହିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ୍‌‌ ଶର୍ମା ଓ ଇଶାନ କିଶାନ ପଡିଆକୁ ଓହ୍ଲାଇଥିଲେ। ରୋହିତ୍‌‌ ଶର୍ମାଙ୍କ ବ୍ୟାଟରୁ ଆଜି ଏକ ବିସ୍ଫୋରକ ଇଂନିସ ଦେଖିବାକୁ ମିଳିଥିଲା। ଭାରତ […]

ନୂଆଦିଲ୍ଳୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍‌‌ରେ ଚଳିତ ବିଶ୍ୱକପ୍‌‌ରେ ବୁଧବାର ଦ୍ୱିତୀୟ ଲିଗ୍‌‌ ମ୍ୟାଚ୍‌‌ ଖେଳଯାଇଥିଲା।  ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୭୨ ରନ କରିଥିଲା। ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୭୩ ରନର ଆବଶ୍ୟକତା ରହିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ୍‌‌ ଶର୍ମା ଓ ଇଶାନ କିଶାନ ପଡିଆକୁ ଓହ୍ଲାଇଥିଲେ। ରୋହିତ୍‌‌ ଶର୍ମାଙ୍କ ବ୍ୟାଟରୁ ଆଜି ଏକ ବିସ୍ଫୋରକ ଇଂନିସ ଦେଖିବାକୁ ମିଳିଥିଲା। ଭାରତ ୩୫ ଓଭରରେ ୨ ୱିକେଟ ହରାଇ ୨୭୩ ରନ କରି ମ୍ୟାଚକୁ ସହଜରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ରୋହିତ୍‌‌ ଶର୍ମା ଏକ ଶତକୀୟ ଇଂନିସ ଖେଳିଥିଲେ।  ୮୪ ବଲରେ ୧୩୧ ରନ କରି ଆଉଟ କରି ଆଉଟ ହୋଇଥିଲେ। ରୋହିତ୍‌‌ ଶର୍ମାଙ୍କ ଏହି ଶତକୀୟ ଇଂନିସରେ ୫ ଟି ଛକା ଓ ୧୬ଟି ଚୌକା ସାମିଲ ରହିଛି। ଇଶାନ କିଶାନ ୪୭ ବଲରେ ୪୭ ରନ କରି ଆଉଟ ହୋଇଥିଲେ। ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି ମଧ୍ୟ ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ବିରାଟ ୫୬ ବଲରେ ୫୫ ରନ କରି ଅପରାଜିତ ରହିଥିବା ବେଳେ ଶ୍ରେୟସ ଆୟର ୨୩ ବଲରେ ୨୫ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଫଗାନିସ୍ତାନ ପକ୍ଷରୁ ବୋଲିଂରେ ରଶିଦ ଖାନ ୨ଟି ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର