ଆଇସିସି ବିଶ୍ୱକପ୍‌ ୨୦୨୩: ଅଷ୍ଟ୍ରେଲିଆକୁ ୧୩୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

The Sakala Picture
Published On

ଲକ୍ଷ୍ନୌ: ବିଶ୍ୱକପ୍‌ ଲିଗ୍ ପର୍ଯ୍ୟାୟରେ ଗୁରୁବାର ଖେଳାଯାଇଛି ଦଶମ ମ୍ୟାଚ୍ । ଏକନ୍ନା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାମୁହିଁ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି  ୭ ୱିକେଟ ହରାଇ ୩୧୧ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୧୨ ରନର ଆବଶ୍ୟକତା ରହିଥିଲା । ହେଲେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୪୦.୦୫ […]

ଲକ୍ଷ୍ନୌ: ବିଶ୍ୱକପ୍‌ ଲିଗ୍ ପର୍ଯ୍ୟାୟରେ ଗୁରୁବାର ଖେଳାଯାଇଛି ଦଶମ ମ୍ୟାଚ୍ । ଏକନ୍ନା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାମୁହିଁ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି  ୭ ୱିକେଟ ହରାଇ ୩୧୧ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୧୨ ରନର ଆବଶ୍ୟକତା ରହିଥିଲା । ହେଲେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୪୦.୦୫ ଓଭରରେ୧୭୭  ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୧୩୪ ରନରେ ମ୍ୟାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍‌ ୱାର୍ଣ୍ଣର୍‌ ୨୭ ବଲରେ ୧୩ ରନ କରି ଆଉଟ ହୋଇଥିବା ବେଳେ ମିସେଲ୍‌ ମାର୍ସ ୧୫ ବଲରେ ୭ ରନ କରି ଆଉଟ ହୋଇଥିଲେ। ଷ୍ଟିଭେନ୍‌ ସ୍ମିଥ୍‌ ୧୬ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଜସ୍‌ ଇଙ୍ଗ୍‌ଲିସ୍‌ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍‌ ମାକ୍ସୱେଲ୍‌ ୧୭ ବଲରେ ୩ ରନ କରି ଆଉଟ ହୋଇଥିଲେ। ମାର୍କସ୍‌ ଷ୍ଟଇନିସ୍‌ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ପାରିକୁ ମିସେଲ୍‌ ଷ୍ଟାର୍କ  ଓ ମାର୍ଣ୍ଣସ୍‌ ଲାବୁସେନ୍‌ ସମ୍ଭାଳିଥିଲେ। ମିସେଲ୍‌ ଷ୍ଟାର୍କ ୫୧ ବଲରେ ୨୭ ରନ କରି ଆଉଟ ହୋଇଥିବା ବେଳେ ମାର୍ଣ୍ଣସ୍‌ ଲାବୁସେନ୍‌ ୭୪ ବଲରେ ୪୬ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ପ୍ୟାଟ୍‌ କୁମିନ୍‌ସ୍‌  ଓ ଆଦାମ୍‌ ଜାମ୍ପା ସମ୍ଭାଳିଥିଲେ। ପ୍ୟାଟ୍‌ କୁମିନ୍‌ସ୍‌  ୨୧ ବଲରେ ୨୨ ରନ କରି  ଆଉଟ ହୋଇଥିଲେ। ପରେ ଜସ୍‌ ହେଜେଲ୍‌ଉଡ୍‌ ୨ ବଲରେ ୨ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଦକ୍ଷିଣ ଆଫ୍ରିକା ପକ୍ଷରୁ କଗିସୋ ରବାଡ଼ା ୩ଟି ୱିକେଟ ନେଇଥିଲେ। ମାକ୍ରୋ ‌ଜାନ୍‌ସେନ୍‌, ତବ୍‌ରେଜ୍‌ ଶମ୍‌ସୀ ଓ କେଶବ ମହାରାଜ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଲୁଙ୍ଗୀ ଏଙ୍ଗୀଡ଼ୀ ଗୋଟିଏ  ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର