ଫ୍ଲାଇଟ୍ ମିସ୍ କରିବା ପଡ଼ିଲା ମହଙ୍ଗା : ସିମରନ ହେଟମାୟରଙ୍କୁ ଟି-୨୦ ବିଶ୍ୱକପ୍ ଦଳରୁ ବାଦ୍ ଦେଲା ୱେଷ୍ଟଇଣ୍ଡିଜ୍ ବୋର୍ଡ଼

The Sakala Picture
Published On

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପ୍ ଦଳରୁ ସିମରନ ହେଟମାୟରଙ୍କୁ ବାଦ୍ ଦିଆଯାଇଛି। ତେବେ କୌଣସି ଆଘାତ ସମସ୍ୟା ଯୋଗୁଁ ନୁହେଁ , ଫ୍ଲାଇଟ୍ ମିସ୍ କରିବା ଯୋଗୁଁ ହେଟମାୟରଙ୍କୁ ଏହି ମେଗା ଇଭେଣ୍ଟରୁ ବାଦ୍ ଦେଇଛି ଓ୍ବେଷ୍ଟଇଣ୍ଡିଜ ବୋର୍ଡ । ତାଙ୍କ ସ୍ଥାନରେ ଶାମରା ବ୍ରୁକ୍ସଙ୍କୁ ଦଳରେ ସାମିଲ କରାଯାଇଛି। ହେଟମାୟରଙ୍କୁ ସର୍ବସମ୍ମତି କ୍ରମେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ ବିଶ୍ବକପ୍ ଦଳରୁ ବାହାର କରିଛି । ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଫ୍ଲାଇଟ୍ ମିସ୍ […]

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପ୍ ଦଳରୁ ସିମରନ ହେଟମାୟରଙ୍କୁ ବାଦ୍ ଦିଆଯାଇଛି। ତେବେ କୌଣସି ଆଘାତ ସମସ୍ୟା ଯୋଗୁଁ ନୁହେଁ , ଫ୍ଲାଇଟ୍ ମିସ୍ କରିବା ଯୋଗୁଁ ହେଟମାୟରଙ୍କୁ ଏହି ମେଗା ଇଭେଣ୍ଟରୁ ବାଦ୍ ଦେଇଛି ଓ୍ବେଷ୍ଟଇଣ୍ଡିଜ ବୋର୍ଡ । ତାଙ୍କ ସ୍ଥାନରେ ଶାମରା ବ୍ରୁକ୍ସଙ୍କୁ ଦଳରେ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ୩୬ ବଲ୍‌ରେ ଶତକ ମାରି ରଚିଲେ ଇତିହାସ, ହେଲେ ଜୟପୁର ଖରାରେ ଟଳିପଡ଼ିଲେ ୧୫ ବର୍ଷର ବୈଭବ

ହେଟମାୟରଙ୍କୁ ସର୍ବସମ୍ମତି କ୍ରମେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ ବିଶ୍ବକପ୍ ଦଳରୁ ବାହାର କରିଛି । ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଫ୍ଲାଇଟ୍ ମିସ୍ କରିବା ପାଇଁ ହେଟମାୟରଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଭାରତର ନୂଆ 'ରେସଲିଂ କିଙ୍ଗ୍': ହରିୟାଣାର ଇମଲୋଟା ଗାଁର ସୁଜିତ କଲକଲଙ୍କ କମାଲ

ଶନିବାର କାରିବିୟାନ୍ ପ୍ରିମିୟର ଲିଗ୍ ଶେଷ ହେବା ପରେ ୱେଷ୍ଟଇଣ୍ଡିଜ୍ ଦଳ ଛୋଟ ଛୋଟ ଗ୍ରୁପ୍ ହୋଇ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଥିଲେ। ହେଟମାୟର ପୂର୍ବରୁ ଅକ୍ଟୋବର ୧ରେ ଅଷ୍ଟ୍ରେଲିଆ ଯିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ବ୍ୟକ୍ତିଗତ କାରଣରୁ ସେ ବିମାନର ତାରିଖ ପରିବର୍ତ୍ତନ କରିଥିଲେ। ତେଣୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ସୋମବାର ତଥା ଅକ୍ଟୋବର ୩ରେ ତାଙ୍କର ଫ୍ଲାଇଟ୍ ବୁକ୍ କରିଥିଲେ ​। କିନ୍ତୁ ପରେ ହେଟମିୟର କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଦେଶକ ଜିମି ଆଡାମ୍ସଙ୍କୁ କହିଥିଲେ ଯେ ସେ ଏହି ଫ୍ଲାଇଟରେ ମଧ୍ୟ ଯାଇ ପାରିବେ ନାହିଁ। ଦୁଇ ଦୁଇଥର ଫ୍ଲାଇଟ୍ ମିସ୍ କରିବା ପରେ ୱେଷ୍ଟଇଣ୍ଡିଜ୍ ବୋର୍ଡ଼ ତାଙ୍କୁ ବିଶ୍ୱକପ ଦଳରୁ ବାଦ୍ ଦବାକୁ ନିଷ୍ପତ୍ତି ନେଇଥିଲା ।

ଆହୁରି ପଢ଼ନ୍ତୁ: ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣି ଫସିଲେ ରିୟାନ୍ ପରାଗ, ବିସିସିଆଇ ଲଗାଇଲା ଜୋରିମାନା

ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ କହିଛି ଯେ ହେଟମାୟରଙ୍କ ସ୍ଥାନରେ ଚୟନ କମିଟି ସର୍ବସମ୍ମତି କ୍ରମେ ବ୍ରୁକ୍ସଙ୍କୁ ଟି-୨୦ ବିଶ୍ୱକପ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଏହା ମଧ୍ୟ ଆଇସିସିରେ ଅବଗତ କରାଯାଇଛି । ଫ୍ଲାଇଟ୍ ମିସ୍ କରିବା ନେଇ ହେଟମାୟରଙ୍କୁ ପୂର୍ବରୁ ଜିମି ଆଡାମ୍ସ ଚେତାବନୀ ଦେଇ କହିଥିଲେ ଯେ ଯଦି ଅଷ୍ଟ୍ରେଲିଆ ଯିବାରେ ଅଧିକ ବିଳମ୍ବ ହୁଏ ତେବେ ସେ ଦଳରେ ନିଜର ସ୍ଥାନ ହରାଇ ପାରନ୍ତି।

04 Oct 2022 By The Sakala

ଫ୍ଲାଇଟ୍ ମିସ୍ କରିବା ପଡ଼ିଲା ମହଙ୍ଗା : ସିମରନ ହେଟମାୟରଙ୍କୁ ଟି-୨୦ ବିଶ୍ୱକପ୍ ଦଳରୁ ବାଦ୍ ଦେଲା ୱେଷ୍ଟଇଣ୍ଡିଜ୍ ବୋର୍ଡ଼

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପ୍ ଦଳରୁ ସିମରନ ହେଟମାୟରଙ୍କୁ ବାଦ୍ ଦିଆଯାଇଛି। ତେବେ କୌଣସି ଆଘାତ ସମସ୍ୟା ଯୋଗୁଁ ନୁହେଁ , ଫ୍ଲାଇଟ୍ ମିସ୍ କରିବା ଯୋଗୁଁ ହେଟମାୟରଙ୍କୁ ଏହି ମେଗା ଇଭେଣ୍ଟରୁ ବାଦ୍ ଦେଇଛି ଓ୍ବେଷ୍ଟଇଣ୍ଡିଜ ବୋର୍ଡ । ତାଙ୍କ ସ୍ଥାନରେ ଶାମରା ବ୍ରୁକ୍ସଙ୍କୁ ଦଳରେ ସାମିଲ କରାଯାଇଛି।

ହେଟମାୟରଙ୍କୁ ସର୍ବସମ୍ମତି କ୍ରମେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ ବିଶ୍ବକପ୍ ଦଳରୁ ବାହାର କରିଛି । ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଫ୍ଲାଇଟ୍ ମିସ୍ କରିବା ପାଇଁ ହେଟମାୟରଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା ।

ଶନିବାର କାରିବିୟାନ୍ ପ୍ରିମିୟର ଲିଗ୍ ଶେଷ ହେବା ପରେ ୱେଷ୍ଟଇଣ୍ଡିଜ୍ ଦଳ ଛୋଟ ଛୋଟ ଗ୍ରୁପ୍ ହୋଇ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଥିଲେ। ହେଟମାୟର ପୂର୍ବରୁ ଅକ୍ଟୋବର ୧ରେ ଅଷ୍ଟ୍ରେଲିଆ ଯିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ବ୍ୟକ୍ତିଗତ କାରଣରୁ ସେ ବିମାନର ତାରିଖ ପରିବର୍ତ୍ତନ କରିଥିଲେ। ତେଣୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ସୋମବାର ତଥା ଅକ୍ଟୋବର ୩ରେ ତାଙ୍କର ଫ୍ଲାଇଟ୍ ବୁକ୍ କରିଥିଲେ ​। କିନ୍ତୁ ପରେ ହେଟମିୟର କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଦେଶକ ଜିମି ଆଡାମ୍ସଙ୍କୁ କହିଥିଲେ ଯେ ସେ ଏହି ଫ୍ଲାଇଟରେ ମଧ୍ୟ ଯାଇ ପାରିବେ ନାହିଁ। ଦୁଇ ଦୁଇଥର ଫ୍ଲାଇଟ୍ ମିସ୍ କରିବା ପରେ ୱେଷ୍ଟଇଣ୍ଡିଜ୍ ବୋର୍ଡ଼ ତାଙ୍କୁ ବିଶ୍ୱକପ ଦଳରୁ ବାଦ୍ ଦବାକୁ ନିଷ୍ପତ୍ତି ନେଇଥିଲା ।

ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ କହିଛି ଯେ ହେଟମାୟରଙ୍କ ସ୍ଥାନରେ ଚୟନ କମିଟି ସର୍ବସମ୍ମତି କ୍ରମେ ବ୍ରୁକ୍ସଙ୍କୁ ଟି-୨୦ ବିଶ୍ୱକପ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଏହା ମଧ୍ୟ ଆଇସିସିରେ ଅବଗତ କରାଯାଇଛି । ଫ୍ଲାଇଟ୍ ମିସ୍ କରିବା ନେଇ ହେଟମାୟରଙ୍କୁ ପୂର୍ବରୁ ଜିମି ଆଡାମ୍ସ ଚେତାବନୀ ଦେଇ କହିଥିଲେ ଯେ ଯଦି ଅଷ୍ଟ୍ରେଲିଆ ଯିବାରେ ଅଧିକ ବିଳମ୍ବ ହୁଏ ତେବେ ସେ ଦଳରେ ନିଜର ସ୍ଥାନ ହରାଇ ପାରନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp