ଏସିଆ କପ୍ ହକି ପାଇଁ ବୀରେନ୍ଦ୍ର ଲାକ୍ରା ହେଲେ ଅଧିନାୟକ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ । ଏସିଆ କପରେ କମାଲ କରିବା ପାଇଁ ଘୋଷଣା ହୋଇସାରିଥିଲା ୧୮ ଜଣିଆ ଦଳ । ଦଳର ଅଧିନାୟକ ଭାବେ ଦାୟିତ୍ୱଭାର ଭାରତୀୟ ହକି ଦଳର ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା । ଏବଂ ଉପ ଅଧିନାୟକ ଭାବେ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ନିଯୁକ୍ତି କରାଯାଇଥିଲା । ହେଲେ ହଠାତ ସବୁ ବଦଳିଯାଇଥିଲା । ଭାରତୀୟ ହକି […]

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ । ଏସିଆ କପରେ କମାଲ କରିବା ପାଇଁ ଘୋଷଣା ହୋଇସାରିଥିଲା ୧୮ ଜଣିଆ ଦଳ । ଦଳର ଅଧିନାୟକ ଭାବେ ଦାୟିତ୍ୱଭାର ଭାରତୀୟ ହକି ଦଳର ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା । ଏବଂ ଉପ ଅଧିନାୟକ ଭାବେ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ନିଯୁକ୍ତି କରାଯାଇଥିଲା । ହେଲେ ହଠାତ ସବୁ ବଦଳିଯାଇଥିଲା । ଭାରତୀୟ ହକି ଦଳ ଉପରେ ଚଡ଼କ ପଡ଼ିଯାଇଥିଲା । ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ଅଭ୍ୟାସ ସମୟରେ ଆହତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ଯାହା ପରେ ଭାରତୀୟ ହକି ଦଳର ପୁରା ଦାୟିତ୍ୱ ଓଡ଼ିଆ ହକି ତାରକା ତଥା ଅଲିମ୍ପିକ ବ୍ରୋଞ୍ଜ୍‌ ପଦକ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯାଇଛି । ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍‌ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବ। ଏଥି ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କ୍ୟାପଟେନ ଲାକ୍ରା ଓ ପୂରା ଭାରତୀୟ ହକି ଟିମକୁ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାରିୟର

୧୯୯୦ ମସିହା ଫେବୃଆରି ୩ରେ ସୁନ୍ଦରଗଡ଼ର ଲାଚଚାଡ଼ା ଗାଁରେ ଜନ୍ମ ହୋଇଥିବା ବୀରେନ୍ଦ୍ର ଲାକ୍ରା ଦେଶ ପାଇଁ ଏପର୍ଯ୍ୟନ୍ତ ୨୦୧ଟି ମ୍ୟାଚ୍ ଖେଳିସାରିଛନ୍ତି । ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସମୟରେ ପୁରୁଷ ହକିରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଖାଲି ସେତିକି ନୁହେଁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଇତିହାସ ରଚିଥିବା ଏହି ଭାରତୀୟ ହକି ଦଳର ଉପ ଅଧିନାୟକ ଭାବରେ ମଧ୍ୟ ବୀରେନ୍ଦ୍ରଙ୍କୁ ମନୋନୀତ କରାଯାଇଥିଲା ।

ଏହାପରେ ହକି ଖେଳରୁ ବୀରେନ୍ଦ୍ରଙ୍କୁ ଓଡ଼ିଶାର ସୁରକ୍ଷା ଭାର ଦିଆଯାଇଥିଲା । ବୀରେନ୍ଦ୍ର ଲାକ୍ରା ୨୦୨୨ ଫେବୃଆରୀ ୧୭ରେ ଓଡ଼ିଶା ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବରେ ନୁଯୁକ୍ତି ପାଇଥିଲେ । ସେ କଟକସ୍ଥିତ ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ସୁନିଲ ବଂସଲଙ୍କ ଉପସ୍ଥିତିରେ ଡିଏସପି ଭାବରେ ଯୋଗ ଦେଇଥିଲେ ।

ସବୁଠାରୁ ବଡ଼ କଥା ହେଉଛି ରୁପିନ୍ଦର ଏବଂ ବିରେନ୍ଦ୍ରଙ୍କ ଯୋଡ଼ି ବିପକ୍ଷ ଦଳକୁ ଚକମା ଦେବା ପାଇଁ ବହୁତ ଭଲ ଯୋଡ଼ି । ବୀରେନ୍ଦ୍ର ଏବଂ ସୁନୀଲ ଅତ୍ୟଧିକ ଅଭିଜ୍ଞ ଏବଂ ବହୁ ବର୍ଷ ଧରି ନେତୃତ୍ୱ ନେଇଆସୁଛନ୍ତି । ତେବେ ରୁପିନ୍ଦରଙ୍କର ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇ ପାରେ ବୋଲି ଖେଳ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।

14 May 2022 By The Sakala

ଏସିଆ କପ୍ ହକି ପାଇଁ ବୀରେନ୍ଦ୍ର ଲାକ୍ରା ହେଲେ ଅଧିନାୟକ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ । ଏସିଆ କପରେ କମାଲ କରିବା ପାଇଁ ଘୋଷଣା ହୋଇସାରିଥିଲା ୧୮ ଜଣିଆ ଦଳ । ଦଳର ଅଧିନାୟକ ଭାବେ ଦାୟିତ୍ୱଭାର ଭାରତୀୟ ହକି ଦଳର ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା । ଏବଂ ଉପ ଅଧିନାୟକ ଭାବେ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ନିଯୁକ୍ତି କରାଯାଇଥିଲା । ହେଲେ ହଠାତ ସବୁ ବଦଳିଯାଇଥିଲା । ଭାରତୀୟ ହକି ଦଳ ଉପରେ ଚଡ଼କ ପଡ଼ିଯାଇଥିଲା । ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ଅଭ୍ୟାସ ସମୟରେ ଆହତ ହୋଇଥିଲେ ।

ଯାହା ପରେ ଭାରତୀୟ ହକି ଦଳର ପୁରା ଦାୟିତ୍ୱ ଓଡ଼ିଆ ହକି ତାରକା ତଥା ଅଲିମ୍ପିକ ବ୍ରୋଞ୍ଜ୍‌ ପଦକ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯାଇଛି । ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍‌ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବ। ଏଥି ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କ୍ୟାପଟେନ ଲାକ୍ରା ଓ ପୂରା ଭାରତୀୟ ହକି ଟିମକୁ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାରିୟର

୧୯୯୦ ମସିହା ଫେବୃଆରି ୩ରେ ସୁନ୍ଦରଗଡ଼ର ଲାଚଚାଡ଼ା ଗାଁରେ ଜନ୍ମ ହୋଇଥିବା ବୀରେନ୍ଦ୍ର ଲାକ୍ରା ଦେଶ ପାଇଁ ଏପର୍ଯ୍ୟନ୍ତ ୨୦୧ଟି ମ୍ୟାଚ୍ ଖେଳିସାରିଛନ୍ତି । ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସମୟରେ ପୁରୁଷ ହକିରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଖାଲି ସେତିକି ନୁହେଁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଇତିହାସ ରଚିଥିବା ଏହି ଭାରତୀୟ ହକି ଦଳର ଉପ ଅଧିନାୟକ ଭାବରେ ମଧ୍ୟ ବୀରେନ୍ଦ୍ରଙ୍କୁ ମନୋନୀତ କରାଯାଇଥିଲା ।

ଏହାପରେ ହକି ଖେଳରୁ ବୀରେନ୍ଦ୍ରଙ୍କୁ ଓଡ଼ିଶାର ସୁରକ୍ଷା ଭାର ଦିଆଯାଇଥିଲା । ବୀରେନ୍ଦ୍ର ଲାକ୍ରା ୨୦୨୨ ଫେବୃଆରୀ ୧୭ରେ ଓଡ଼ିଶା ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବରେ ନୁଯୁକ୍ତି ପାଇଥିଲେ । ସେ କଟକସ୍ଥିତ ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ସୁନିଲ ବଂସଲଙ୍କ ଉପସ୍ଥିତିରେ ଡିଏସପି ଭାବରେ ଯୋଗ ଦେଇଥିଲେ ।

ସବୁଠାରୁ ବଡ଼ କଥା ହେଉଛି ରୁପିନ୍ଦର ଏବଂ ବିରେନ୍ଦ୍ରଙ୍କ ଯୋଡ଼ି ବିପକ୍ଷ ଦଳକୁ ଚକମା ଦେବା ପାଇଁ ବହୁତ ଭଲ ଯୋଡ଼ି । ବୀରେନ୍ଦ୍ର ଏବଂ ସୁନୀଲ ଅତ୍ୟଧିକ ଅଭିଜ୍ଞ ଏବଂ ବହୁ ବର୍ଷ ଧରି ନେତୃତ୍ୱ ନେଇଆସୁଛନ୍ତି । ତେବେ ରୁପିନ୍ଦରଙ୍କର ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇ ପାରେ ବୋଲି ଖେଳ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର