ଅବସର ପରେ ବିଷ ଓଗାଳିଲେ ଭଜି, କହିଲେ ‘ମୋ କ୍ୟାରିଅରରେ ବହୁତ ଭିଲେନ୍‘

The Sakala Picture
Published On

ନୂଆଦିଲ୍ଲୀ : ନିକଟରେ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିଥିବା ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ସ୍ପିନର ହରଭଜନ ସିଂହ (ଭଜି) ବିନା କାରଣରେ ଭାରତୀୟ ଦଳରୁ ବାଦ୍ ପଡ଼ିବା ନେଇ ମୁହଁ ଖୋଲିଛନ୍ତି। ଏଥିନେଇ ସେ ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ଭାରତୀୟ କ୍ରିକେଟ୍ ସର୍ବୋଚ୍ଚ ସଂସ୍ଥା ବିସିସିଆଇକୁ ଦାୟୀ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ୩ଟି (ଟେଷ୍ଟ, ଏକଦିବସୀୟ ଓ ଟି-୨୦) ଯାକ ଫର୍ମାଟ୍ରେ ୩୬୭ ମ୍ୟାଚ୍ ଖେଳି ଭଜି ମୋଟ୍ ଉପରେ ୭୧୧ […]

ନୂଆଦିଲ୍ଲୀ : ନିକଟରେ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିଥିବା ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ସ୍ପିନର ହରଭଜନ ସିଂହ (ଭଜି) ବିନା କାରଣରେ ଭାରତୀୟ ଦଳରୁ ବାଦ୍ ପଡ଼ିବା ନେଇ ମୁହଁ ଖୋଲିଛନ୍ତି। ଏଥିନେଇ ସେ ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ଭାରତୀୟ କ୍ରିକେଟ୍ ସର୍ବୋଚ୍ଚ ସଂସ୍ଥା ବିସିସିଆଇକୁ ଦାୟୀ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ୩ଟି (ଟେଷ୍ଟ, ଏକଦିବସୀୟ ଓ ଟି-୨୦) ଯାକ ଫର୍ମାଟ୍ରେ ୩୬୭ ମ୍ୟାଚ୍ ଖେଳି ଭଜି ମୋଟ୍ ଉପରେ ୭୧୧ ୱିକେଟ୍ ଅକ୍ତିଆର କରି ଦେଶରର ଅନ୍ୟତମ ଶ୍ରେଷ୍ଠ ସ୍ପିନର ମାନ୍ୟତା ପାଇଛନ୍ତି। କ୍ୟାରିୟରରେ ଶେଷ ଭାଗରେ ତାଙ୍କୁ ଦଳରୁ ବାଦ୍ ଦିଆଯିବା ସହିତ ଅବସର ମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ମିଳିପାରି ନ ଥିଲା। ଫଳରେ ୨୩ ବର୍ଷର ଦୀର୍ଘ କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ହରଭଜନ ଗତ ଡିସେମ୍ବର ଶେଷ ସପ୍ତାହରେ କ୍ରିକେଟ୍କୁ ଅଲବିଦା କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଆହୁରି ୧୦୦ରୁ ୧୫୦ ୱିକେଟ୍ ନେଇଥାନ୍ତି

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ଅବସର ପରେ କ୍ୟାରିୟରର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଥିବା ୪୧ ବର୍ଷୀୟ ଭଜି ଭାରତୀୟ କ୍ରିକେଟ୍ରେ ତାଙ୍କର ଯାତ୍ରା ନେଇ ବିସ୍ଫୋରକ ଖୁଲାସା କରିଛନ୍ତି। ଏକ ସାକ୍ଷାତକାର ସମୟରେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ନେଇ ସେ ଧୋନି ଓ ବିସିସିଆଇର କିଛି ଅଧିକାରୀଙ୍କୁ ଦାୟୀ କରିଛନ୍ତି। ‘ଭାଗ୍ୟମୋତେ ସର୍ବଦା ଅନୁଗ୍ରହ କରିଆସିଛି। କେବଳ କିଛି ବାହ୍ୟ କାରଣ ମୋ ସପକ୍ଷରେ ନ ଥିଲା। ବୋଧହୁଏ ସେମାନେ ସମ୍ପୂର୍ଣ୍ଣରୂପେ ମୋ ବିରୁଦ୍ଧରେ ଥିଲେ। ବୋଲିଂରେ ମୁଁ ଯେଉଁଭଳି ହାରରେ ଆଗକୁ ବଢ଼ୁଥିଲି ସେତେବେଳେ ମୋ ବୟସ ୩୧ ଥିଲା। ଯଦି ଜଣେ ୩୧ ବର୍ଷୀୟ ବୋଲର ଟେଷ୍ଟରେ ୪୦୦ ୱିକେଟ୍ ନେଇସାରିଛି, ତାହାଲେ ଆଗାମୀ ୪-୫ ବର୍ଷ ମଧ୍ୟରେ ମୁଁ ଅତିକମ୍ରେ ୧୦୦ରୁ ଦେଢ଼ଶହ ୱିକେଟ୍ ଅକ୍ତିଆର କରିଥାନ୍ତି। କିନ୍ତୁ ଏହାପରେ ମୋତେ ଆଉ ଖେଳିବାକୁ ସୁଯୋଗ ଦିଆଗଲା ନାହିଁ। ଟିମ୍ରେ ମୋତେ ମନୋନୀତ କରାଗଲା ନାହିଁ’ ବୋଲି ହରଭଜନ ଏହି ସାକ୍ଷାତ୍କାରରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘୪୦୦ ୱିକେଟ୍ ନେଇସାରିଥିବା ଖେଳାଳିଙ୍କୁ କିପରି ବାଦ୍ ଦିଆଯାଇପାରିଲା। ଏହା ଏକ ରହସ୍ୟମୟୀ କାହାଣୀ, ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ମୁଁ ତଥାପି ଆଶ୍ଚର୍ଯ୍ୟ ହେଉଛି, କ’ଣ ହେଲା ମୋ ସହ? ଦଳରେ ମୋର ରହିବାରେ କାହାର ଅସୁବିଧା ରହିଲା।’

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଧୋନି ନିରୁତ୍ତର ରହିଥିଲେ

ଏହି ଘଟଣାରେ ତତ୍କାଳୀନ ଅଧିନାୟକ ଧୋନିଙ୍କ ସହ ଯୋଗାଯୋଗ କରିଥିଲେ କି ନାହିଁ ପ୍ରଶ୍ନର ଉତ୍ତରରେ ହରଭଜନ କହିଛନ୍ତି, ‘ମୁଁ ଅଧିନାୟକ (ଧୋନି)ଙ୍କୁ ପଚାରିବାକୁ ଚେଷ୍ଟା କରିଥିଲି। କିନ୍ତୁ ମୋତେ କୌଣସି ଉତ୍ତର ଦିଆଯାଇ ନ ଥିଲା। ମୁଁ ହୃଦୟଙ୍ଗମ କଲି ଯେ ଏହା ପଛର କାରଣ କିମ୍ବା ଏହା ପଛରେ କିଏ ରହିଛି ପଚାରିବାର କୌଣସି ଅର୍ଥ ନାହିଁ। ଯଦି ଆପଣ ପଚାରନ୍ତି ଏବଂ କେହି ଉତ୍ତର ଦିଅନ୍ତି ନାହିଁ ତେବେ ଏହାକୁ ଛାଡ଼ିଦେବା ଭଲ। ଧୋନିଙ୍କ ମୁଣ୍ଡ ଉପରେ ଏହା ଥିଲା। ଏକ ନିର୍ଦ୍ଦିଷ୍ଟ ପରିମାଣରେ କିଛି ବିସିସିଆଇ ଅଧିକାରୀ ମୋ ବାଦ୍ ପଡ଼ିବା ପଛରେ ଜଡ଼ିତ ଥିଲେ। ସେମାନେ ମୋତେ ଚାହୁଁ ନ ଥିଲେ। ଅଧିନାୟକ ହୁଏତ ସମର୍ଥନ କରିଥିବେ, କିନ୍ତୁ କୌଣସି ଅଧିନାୟକ କିମ୍ବା କୋଚ୍ ବିସିସିଆଇଠାରୁ ଊଦ୍ଧ୍ୱର୍ରେ ରହିପାରିବେ ନାହିଁ। ଧୋନିଙ୍କୁ ଅନ୍ୟ ଖେଳାଳିଙ୍କ ଅପେକ୍ଷା ବିସିସିଆଇର ଭଲ ସମର୍ଥନ ମିଳିଥିଲା। ଯଦି ବାକି ଖେଳାଳିମାନେ ସମାନ ପ୍ରକାର ସମର୍ଥନ ପାଇଥାନ୍ତେ ତେବେ ସେମାନେ ମଧ୍ୟ କ୍ୟାରିୟରକୁ ଆଗକୁ ବଢ଼ାଇପାରିଥାନ୍ତେ’ ବୋଲି ଏହି ଭେଟେରାନ ସ୍ପିନର ପ୍ରକାଶ କରିଛନ୍ତି।

02 Jan 2022 By The Sakala

ଅବସର ପରେ ବିଷ ଓଗାଳିଲେ ଭଜି, କହିଲେ ‘ମୋ କ୍ୟାରିଅରରେ ବହୁତ ଭିଲେନ୍‘

ନୂଆଦିଲ୍ଲୀ : ନିକଟରେ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିଥିବା ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ସ୍ପିନର ହରଭଜନ ସିଂହ (ଭଜି) ବିନା କାରଣରେ ଭାରତୀୟ ଦଳରୁ ବାଦ୍ ପଡ଼ିବା ନେଇ ମୁହଁ ଖୋଲିଛନ୍ତି। ଏଥିନେଇ ସେ ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ଭାରତୀୟ କ୍ରିକେଟ୍ ସର୍ବୋଚ୍ଚ ସଂସ୍ଥା ବିସିସିଆଇକୁ ଦାୟୀ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ୩ଟି (ଟେଷ୍ଟ, ଏକଦିବସୀୟ ଓ ଟି-୨୦) ଯାକ ଫର୍ମାଟ୍ରେ ୩୬୭ ମ୍ୟାଚ୍ ଖେଳି ଭଜି ମୋଟ୍ ଉପରେ ୭୧୧ ୱିକେଟ୍ ଅକ୍ତିଆର କରି ଦେଶରର ଅନ୍ୟତମ ଶ୍ରେଷ୍ଠ ସ୍ପିନର ମାନ୍ୟତା ପାଇଛନ୍ତି। କ୍ୟାରିୟରରେ ଶେଷ ଭାଗରେ ତାଙ୍କୁ ଦଳରୁ ବାଦ୍ ଦିଆଯିବା ସହିତ ଅବସର ମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ମିଳିପାରି ନ ଥିଲା। ଫଳରେ ୨୩ ବର୍ଷର ଦୀର୍ଘ କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ହରଭଜନ ଗତ ଡିସେମ୍ବର ଶେଷ ସପ୍ତାହରେ କ୍ରିକେଟ୍କୁ ଅଲବିଦା କରିଥିଲେ।

ଆହୁରି ୧୦୦ରୁ ୧୫୦ ୱିକେଟ୍ ନେଇଥାନ୍ତି

ଅବସର ପରେ କ୍ୟାରିୟରର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଥିବା ୪୧ ବର୍ଷୀୟ ଭଜି ଭାରତୀୟ କ୍ରିକେଟ୍ରେ ତାଙ୍କର ଯାତ୍ରା ନେଇ ବିସ୍ଫୋରକ ଖୁଲାସା କରିଛନ୍ତି। ଏକ ସାକ୍ଷାତକାର ସମୟରେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ନେଇ ସେ ଧୋନି ଓ ବିସିସିଆଇର କିଛି ଅଧିକାରୀଙ୍କୁ ଦାୟୀ କରିଛନ୍ତି। ‘ଭାଗ୍ୟମୋତେ ସର୍ବଦା ଅନୁଗ୍ରହ କରିଆସିଛି। କେବଳ କିଛି ବାହ୍ୟ କାରଣ ମୋ ସପକ୍ଷରେ ନ ଥିଲା। ବୋଧହୁଏ ସେମାନେ ସମ୍ପୂର୍ଣ୍ଣରୂପେ ମୋ ବିରୁଦ୍ଧରେ ଥିଲେ। ବୋଲିଂରେ ମୁଁ ଯେଉଁଭଳି ହାରରେ ଆଗକୁ ବଢ଼ୁଥିଲି ସେତେବେଳେ ମୋ ବୟସ ୩୧ ଥିଲା। ଯଦି ଜଣେ ୩୧ ବର୍ଷୀୟ ବୋଲର ଟେଷ୍ଟରେ ୪୦୦ ୱିକେଟ୍ ନେଇସାରିଛି, ତାହାଲେ ଆଗାମୀ ୪-୫ ବର୍ଷ ମଧ୍ୟରେ ମୁଁ ଅତିକମ୍ରେ ୧୦୦ରୁ ଦେଢ଼ଶହ ୱିକେଟ୍ ଅକ୍ତିଆର କରିଥାନ୍ତି। କିନ୍ତୁ ଏହାପରେ ମୋତେ ଆଉ ଖେଳିବାକୁ ସୁଯୋଗ ଦିଆଗଲା ନାହିଁ। ଟିମ୍ରେ ମୋତେ ମନୋନୀତ କରାଗଲା ନାହିଁ’ ବୋଲି ହରଭଜନ ଏହି ସାକ୍ଷାତ୍କାରରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘୪୦୦ ୱିକେଟ୍ ନେଇସାରିଥିବା ଖେଳାଳିଙ୍କୁ କିପରି ବାଦ୍ ଦିଆଯାଇପାରିଲା। ଏହା ଏକ ରହସ୍ୟମୟୀ କାହାଣୀ, ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ମୁଁ ତଥାପି ଆଶ୍ଚର୍ଯ୍ୟ ହେଉଛି, କ’ଣ ହେଲା ମୋ ସହ? ଦଳରେ ମୋର ରହିବାରେ କାହାର ଅସୁବିଧା ରହିଲା।’

ଧୋନି ନିରୁତ୍ତର ରହିଥିଲେ

ଏହି ଘଟଣାରେ ତତ୍କାଳୀନ ଅଧିନାୟକ ଧୋନିଙ୍କ ସହ ଯୋଗାଯୋଗ କରିଥିଲେ କି ନାହିଁ ପ୍ରଶ୍ନର ଉତ୍ତରରେ ହରଭଜନ କହିଛନ୍ତି, ‘ମୁଁ ଅଧିନାୟକ (ଧୋନି)ଙ୍କୁ ପଚାରିବାକୁ ଚେଷ୍ଟା କରିଥିଲି। କିନ୍ତୁ ମୋତେ କୌଣସି ଉତ୍ତର ଦିଆଯାଇ ନ ଥିଲା। ମୁଁ ହୃଦୟଙ୍ଗମ କଲି ଯେ ଏହା ପଛର କାରଣ କିମ୍ବା ଏହା ପଛରେ କିଏ ରହିଛି ପଚାରିବାର କୌଣସି ଅର୍ଥ ନାହିଁ। ଯଦି ଆପଣ ପଚାରନ୍ତି ଏବଂ କେହି ଉତ୍ତର ଦିଅନ୍ତି ନାହିଁ ତେବେ ଏହାକୁ ଛାଡ଼ିଦେବା ଭଲ। ଧୋନିଙ୍କ ମୁଣ୍ଡ ଉପରେ ଏହା ଥିଲା। ଏକ ନିର୍ଦ୍ଦିଷ୍ଟ ପରିମାଣରେ କିଛି ବିସିସିଆଇ ଅଧିକାରୀ ମୋ ବାଦ୍ ପଡ଼ିବା ପଛରେ ଜଡ଼ିତ ଥିଲେ। ସେମାନେ ମୋତେ ଚାହୁଁ ନ ଥିଲେ। ଅଧିନାୟକ ହୁଏତ ସମର୍ଥନ କରିଥିବେ, କିନ୍ତୁ କୌଣସି ଅଧିନାୟକ କିମ୍ବା କୋଚ୍ ବିସିସିଆଇଠାରୁ ଊଦ୍ଧ୍ୱର୍ରେ ରହିପାରିବେ ନାହିଁ। ଧୋନିଙ୍କୁ ଅନ୍ୟ ଖେଳାଳିଙ୍କ ଅପେକ୍ଷା ବିସିସିଆଇର ଭଲ ସମର୍ଥନ ମିଳିଥିଲା। ଯଦି ବାକି ଖେଳାଳିମାନେ ସମାନ ପ୍ରକାର ସମର୍ଥନ ପାଇଥାନ୍ତେ ତେବେ ସେମାନେ ମଧ୍ୟ କ୍ୟାରିୟରକୁ ଆଗକୁ ବଢ଼ାଇପାରିଥାନ୍ତେ’ ବୋଲି ଏହି ଭେଟେରାନ ସ୍ପିନର ପ୍ରକାଶ କରିଛନ୍ତି।

https://www.thesakala.in/sports/harbhajan-singh-opens-can-of-worms-blames-ms-dhoni-bcci-for-team-india-ouster/article-8077
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର