କ୍ରିକେଟର ସବୁ ଫର୍ମାଟରୁ ହରଭଜନ ସିଂଙ୍କ ଅବସର, ଅନ୍ତ ହେଲା ୨୩ ବର୍ଷର କ୍ରିକେଟ କ୍ୟାରିୟର

The Sakala Picture
Published On

ନୂଆଦିଲ୍ଲୀ: ଅନ୍ତ ହେଲା ୨୩ ବର୍ଷର କ୍ରିକେଟ କ୍ୟାରିୟର। କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ ।ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ଶୁକ୍ରବାର କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ମାଧ୍ୟମରେ ହରଭଜନ ସିଂ ଅବସର ଘୋଷଣା କରିଛନ୍ତି। ହରଭଜନ ହେଉଛନ୍ତି ଏମିତି ଏକ ଖେଳାଳି ଯିଏ କି ଦୁଇଟି ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ । ୨୦୦୭ରେ ପ୍ରଥମ ଥର ପାଇଁ ଖେଳାଯାଇଥିବା […]

ନୂଆଦିଲ୍ଲୀ: ଅନ୍ତ ହେଲା ୨୩ ବର୍ଷର କ୍ରିକେଟ କ୍ୟାରିୟର। କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ ।ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ଶୁକ୍ରବାର କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ମାଧ୍ୟମରେ ହରଭଜନ ସିଂ ଅବସର ଘୋଷଣା କରିଛନ୍ତି। ହରଭଜନ ହେଉଛନ୍ତି ଏମିତି ଏକ ଖେଳାଳି ଯିଏ କି ଦୁଇଟି ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ । ୨୦୦୭ରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଭାରତକୁ ବିଶ୍ୱ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ହରଭଜନ। ସେହିପରି ଭାବରେ ୨୦୧୧ ଦିନିକିଆ ବିଶ୍ୱକପରେ ହରଭଜନ ଦମଦାର ପ୍ରଦର୍ଶନ କରିଥିଲେ ।

ଆହୁରି ପଢ଼ନ୍ତୁ: ଭାରତରେ 'ଖୋ ଖୋ' ର ପ୍ରଗତିକୁ ସୁଦୃଢ଼ କରୁଛି ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜୁନିଅର ଖୋ ଖୋ ଚାମ୍ପିଅନସିପ ୨୦୨୬

ଶୁକ୍ରବାର ୪୧ ବର୍ଷୀୟ ହରଭଜନ ସିଂହ ଟ୍ବିଟ୍‌ କରି ଲେଖିଛନ୍ତି, ‘ସବୁ ଭଲର ଦିନେ ନା ଦିନେ ଅନ୍ତ ହୋଇଥାଏ । ଆଜି ମୁଁ ସେହି ଖେଳରୁ ବିଦାୟ ନେଉଛି ଯାହାକି ଜୀବନରେ ମୋତେ ସବୁକିଛି ଦେଇଛି । ମୁଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ଏହି ୨୩ ବର୍ଷ ମଧ୍ୟରେ ମୋର ଲମ୍ବା ଯାତ୍ରାକୁ ସୁନ୍ଦର ଏବଂ ସ୍ମରଣୀୟ କରିଛନ୍ତି । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ।’

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା


ଟର୍ବୋନେଟର ଭାବରେ ଜଣାଶୁଣା ହରଭଜନ ସିଂ ବିଶ୍ୱର ଶ୍ରେଷ୍ଠ ଅଫ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ । ହରଭଜନଙ୍କ ଦମଦାର ବୋଲିଂ ଫଳରେ ଟିମ୍ ଇଣ୍ଡିଆ ବହୁ ମ୍ୟାଚରେ ବିଜୟ ଲାଭ କରିଛି । ସେ ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଡେନ ଗାର୍ଡେନରେ ହ୍ୟାଟ୍ରିକ ଅକ୍ତିଆର କରିଥିଲେ । ସେହି ସମୟରେ ହରଭଜନଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା। ଏବଂ ସେହି ମ୍ୟାଚ୍ ପରେ ହରଭଜନ ସିଂ ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ। ୨୦୦୦ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ହରଭଜନ ଅନିଲ କୁମ୍ବେଲଙ୍କ ସହ ମିଶି ଭାରତୀୟ ଦଳକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତିଇବାରେ ସାହାଯ୍ୟ କରିଥିଲେ।

ପରବର୍ତ୍ତୀ ଆଇପିଏଲ୍ ସିଜନ୍ ପାଇଁ ହରଭଜନ ସିଂ କୋଚ୍ କିମ୍ବା ପରାମର୍ଶଦାତା ଭାବେ କୌଣସି ଦଳରେ ଯୋଗ ଦେଇପାରନ୍ତି । ୟୁଏଇ ବିପକ୍ଷରେ ୨୦୧୬ ଏସିଆ କପ୍ ଟି-୨୦ରେ ହରଭଜନ ସିଂ ଭାରତ ପାଇଁ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଗତ ଆଇପିଏଲ୍ ସିଜନରେ ହରଭଜନ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ଅଫ୍ ସ୍ପିନର ହରଭଜନ ସିଂ ଗତ ଆଇପିଏଲରେ ମାତ୍ର ୩ଟି ମ୍ୟାଚ୍ ଖେଳିଥିଲେ , କିନ୍ତୁ ଗୋଟିଏ ବି ଓ୍ବିକେଟ୍ ପାଇନଥିଲେ। ଖବର ଅନୁଯାୟୀ, ହରଭଜନ ସିଂ ଯେକୌଣସି ଆଇପିଏଲ୍ ଦଳ ସହିତ କୋଚ୍ କିମ୍ବା ମେଣ୍ଟର ଭୂମିକା ଗ୍ରହଣ କରିପାରନ୍ତି। ଏହାଛଡ଼ା ସେ ଆଇପିଏଲର ମେଗା ନିଲାମରେ ସମ୍ପୃକ୍ତ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସମ୍ଭାବନା ରହିଛି । ହରଭଜନ ପୂର୍ବରୁ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ।

୨୫ ମାର୍ଚ୍ଚ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ହରଭଜନ । ସେହିପରି ୧୭ ଏପ୍ରିଲ ୧୯୯୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିଲେ ସେ । ହରଭଜନ ମୋଟ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ୨୮ଟି ଟି-୨୦ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଛନ୍ତି । ଭାରତ ପକ୍ଷରୁ ଶେଷ ଥର ପାଇଁ ହରଭଜନ ୨୦୧୬ ମସିହାରେ ୟୁଏଇ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର