ଆଇପିଏଲ ୨୦୨୩ ଦ୍ବିତୀୟ କ୍ବାଲିଫାୟର: ଗିଲଙ୍କ ଦମଦାର ବ୍ୟାଟିଂ, ମୁମ୍ବାଇକୁ ୨୩୪ ରନର ଟାର୍ଗେଟ ଦେଲା ଗୁଜରାଟ
ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲା ଜିତି ଫାଇନାଲ୍ରେ ପ୍ରବେଶ କରିବା ଲକ୍ଷ୍ୟରେ ଦୁଇ ଦଳ ରହିଛନ୍ତି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ ହରାଇ ୨୩୩ ରନ କରିଛି। ଏହି ମ୍ୟଚକୁ ଜିତି ଫାଇନାଲକୁ […]
ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲା ଜିତି ଫାଇନାଲ୍ରେ ପ୍ରବେଶ କରିବା ଲକ୍ଷ୍ୟରେ ଦୁଇ ଦଳ ରହିଛନ୍ତି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ ହରାଇ ୨୩୩ ରନ କରିଛି। ଏହି ମ୍ୟଚକୁ ଜିତି ଫାଇନାଲକୁ ପ୍ରେବଶ କରିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୪୪ ରନର ଆବଶ୍ୟକତା ରହିଛି।
ଗୁଜରାଟ ଟାଇଟନ୍ସ ପକ୍ଷରୁ ଋଦ୍ଧିମାନ ଶାହା ୧୬ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ ସମ୍ଭାଳିଥିଲେ। ଶୁଭମନ ଗିଲ୍ ଏକ ଦମଦାର ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୬୦ ବଲରେ ୧୨୯ ରନ କରି ଆଉଟ ହୋଇଥିଲେ। ଗିଲଙ୍କ ଏହି ଶତକୀୟ ଇଂନିସରେ ୧୦ଟି ଛକା ଓ ୭ଟି ଚୌକା ସାମିଲ ରହିଛି। ପରେ ସାଇ ସୁଦର୍ଶନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଆସି ମ୍ୟାଚକୁ ସମ୍ଭାଳିଥିଲେ। ସାଇ ସୁଦର୍ଶନ ୩୧ ବଲରେ ୪୩ ରନ କରି ରାଟର୍ଡ ଆଉଟ ହୋଇଥିଲେ। ପରେ ରଶିଦ ଖାନ ପାରିକୁ ସମ୍ଭାଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୮ ରନ କରି ଅପରାଜିତ ରହିଥିବା ବେଳେ ରଶିଦ ୨ ଖାନ ବଲରେ ୫ ରନ କରି ଅପରାଜିତ ରହିଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପୀୟୂଷ ଚାଓ୍ଵଲା ଓ ଆକାଶ ମଧବାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।