ଆଇପିଏଲ ୨୦୨୨: ଲକ୍ଷ୍ନୌକୁ ୧୪୫ ରନର ଟାର୍ଗେଟ ଦେଲା ଗୁଜୁରାଟ

The Sakala Picture
Published On

ପୁଣେ: ଚଳିତ ଆଇପିଏଲ୍‌ର ୫୭ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ  ମୁହାଁମୁହିଁ  ହୋଇଛନ୍ତି। ଆଜିର ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ଗୁଜରାଟ ୧୪୪ ରନ କରିଛି। ଏହି ମ୍ଯାଚ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ  ୧୪୫ରନର ଆବଶ୍ଯକତା ରହିଛି। ଗୁଜରାଟ ଟାଇଟନ୍ସ ପକ୍ଷରୁ ରିଦ୍ଧିମାନ ସାହା ରିଦ୍ଧିମାନ ସାହା ୧୧ ବଲରେ ୫ ରନ କରି ଆଉଟ […]

ପୁଣେ: ଚଳିତ ଆଇପିଏଲ୍‌ର ୫୭ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ  ମୁହାଁମୁହିଁ  ହୋଇଛନ୍ତି। ଆଜିର ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ଗୁଜରାଟ ୧୪୪ ରନ କରିଛି। ଏହି ମ୍ଯାଚ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ  ୧୪୫ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଗୁଜରାଟ ଟାଇଟନ୍ସ ପକ୍ଷରୁ ରିଦ୍ଧିମାନ ସାହା ରିଦ୍ଧିମାନ ସାହା ୧୧ ବଲରେ ୫ ରନ କରି ଆଉଟ ହୋଇଥିଲେ। ମାଥ୍ୟୁ ୱେଡ ୭ ବଲରେ ୧୦ ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଡେଭିଡ ମିଲର ଓ ଶୁଭମାନ ଗିଲ ସମ୍ଭାଳିଥିଲେ। ଡେଭିଡ ମିଲର  ୨୪ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ପରେ ରାହୁଲ ତେୱତିଆ ଶୁଭମାନ ଗିଲଙ୍କ ସହ ଯୋଗଦେଇଥିଲେ। ଶୁଭମାନ ଗିଲ ୪୯ ବଲରେ ୬୩ ରନ କରି ଅପରାଜିତ ରହିଥିବା ବେଳେ ରାହୁଲ ତେୱତିଆ ୧୫ ବଲରେ ୨୨ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପକ୍ଷରୁ , ଅଭେଶ ଖାନ ୨ଟି ୱିକେଟ ନେଇଥିଲେ।  ଜାସନ ହୋଲ୍ଡର ଓ ମୋହସିନ୍ ଖାନ୍ ଗୋଟିଏ ଲେଖଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp