ବାରବାଟୀ ମ୍ୟାଚ୍‌ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା : ଜାଣନ୍ତୁ ଷ୍ଟାଡିୟମ ଭିତରକୁ କ’ଣ ନେବେ, କ’ଣ ନେବେନି

The Sakala Picture
Published On

କଟକ :  ରାତି ପାହିଲେ ବାରବାଟୀ ମୁକାବିଲା। କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି-୨୦ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଏଥି ନିମନ୍ତେ ଷ୍ଟାଡିୟମ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି।  ଦୁଇ ଦଳ ଖେଳାଳି ଗତକାଲି ଭୁବନେଶ୍ୱରରେ ପହଞ୍ଚି ଥିବା ବେଳେ ଆଜି କଟକ ଯାଇ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ଦୁଇ ଦେଶର ଖେଳାଳି।  ଆଜି ପ୍ରଥମେ ଦିନ ୧ଟା ସମୟରେ ଦକ୍ଷିଣଆଫ୍ରିକା ଦଳ ପ୍ରଥମେ […]

କଟକ :  ରାତି ପାହିଲେ ବାରବାଟୀ ମୁକାବିଲା। କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି-୨୦ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଏଥି ନିମନ୍ତେ ଷ୍ଟାଡିୟମ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି।  ଦୁଇ ଦଳ ଖେଳାଳି ଗତକାଲି ଭୁବନେଶ୍ୱରରେ ପହଞ୍ଚି ଥିବା ବେଳେ ଆଜି କଟକ ଯାଇ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ଦୁଇ ଦେଶର ଖେଳାଳି।  ଆଜି ପ୍ରଥମେ ଦିନ ୧ଟା ସମୟରେ ଦକ୍ଷିଣଆଫ୍ରିକା ଦଳ ପ୍ରଥମେ ଭୁବନେଶ୍ବରରୁ କଟକ ଆସି ଅଭ୍ୟାସ କରି ଫେରିଥିଲେ। ତେବେ ଏହାପରେ ସନ୍ଧ୍ୟା ୫ଟାରେ ଋଷଭ ପନ୍ତ୍‍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ କରିଛନ୍ତି। ତେବେ ଦୁଇ ଦଳର ଅଭ୍ୟାସ ସାଧାରଣ ଦର୍ଶକ ଦେଖିବାପାଇଁ ଷ୍ଟାଡିୟମର ଗ୍ୟାଲେରୀ ନଂ-୬ରେ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅନ୍ୟପଟେ ବାରବାଟୀ ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମ୍ୟାଚ ପାଇଁ ନିୟୋଜିତ ହେବେ ମୋଟ୍ ୬୨ ପ୍ଲାଟୁନ ପୁଲିସ ଫୋର୍ସ । ସୁରକ୍ଷା ବ୍ୟବସ୍ଥାରେ ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି , ୩୨ ଜଣ ଏସିପି, ୪୫ ଜଣ ଇନସ୍ପେକ୍ଟର ରାଙ୍କର ଅଫିସର,୨୭୦ ଜଣ ସବଇନସ୍ପେକ୍ଟର ରାଙ୍କର ଅଫିସର, ୧୧୩ ଜଣ ଟ୍ରାଫିକ ପର୍ସୋନେଲ, ୪୩ ଜଣ ମହିଳା କନଷ୍ଟେବଲ, ୧୭୦ ଜଣ ହୋମଗାର୍ଡ ନିୟୋଜିତ ହେବେ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ତେବେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ପୂର୍ବରୁ ଆଜି ପ୍ରେସ ମିଟ୍ କରିଛନ୍ତି କଟକ ଡିସିପି ପିନାକ ମିଶ୍ର । ମ୍ୟାଚ ପାଇଁ ଅପରାହ୍ମ ୩ଟାରୁ ବାରବାଟୀ ଷ୍ଟାଡିୟମ ଗେଟ୍ ଖୋଲିବ । ମ୍ୟାଚ ଦେଖିବାକୁ ଆସିଥିବା ଦର୍ଶକ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିବେ। ତେବେ ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକମାନଙ୍କ ପାଇଁ କଡା କଟକଣା ମଧ୍ୟ କରାଯାଇଛି। ଦର୍ଶକମାନଙ୍କୁ ଭଲ ଭାବେ ଚେକିଂ କରି ଷ୍ଟାଡିୟମ ଭିତରକୁ ଛଡାଯିବ। ତେବେ ଦର୍ଶକମାନଙ୍କ ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଦର୍ଶକମାନଙ୍କ କଣ ରହିଛି କଟକଣା 

ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ । ଏହା ସହ ଦିଆସିଲ, ହେଲମେଟ୍, ବ୍ୟାଗ୍ ମଧ୍ୟ ଷ୍ଟାଡିୟମ ଭିତରକୁ ନେବା ପାଇଁ ଅନୁମତି ନାହିଁ । ସେହିପରି ଖୁଚୁରା ପଇସା ନଆଣିବାକୁ ମଧ୍ୟ କୁହାଯାଇଛି । ଅନ୍ୟପକ୍ଷରେ ଟିକେଟରେ ନୋ ମାସ୍କ, ନୋ ଏଣ୍ଟ୍ରି ଲେଖା ଅଛି । ତେଣୁ ସମସ୍ତେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଷ୍ଟାଡିୟମରେ ମୁତୟନ ପୁଲିସ ମଧ୍ୟ ମାସ୍କ୍ ପିନ୍ଧିବେ । ତେବେ ଶୃଙ୍ଖଳିତ ଭାବେ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ପରାମର୍ଶ ଦେଇଛନ୍ତି କଟକ ଡିସିପି। ଅପରାହ୍ନ ୩ଟାରୁ ଦର୍ଶକଙ୍କ ପାଇଁ ଖୋଲିବ ଷ୍ଟାଡିୟମ ଗେଟ୍ । ଦର୍ଶକ କେବଳ ମୋବାଇଲ ଫୋନ୍, ଚଷମା ନେଇ ଭିତରକୁ ଯାଇପାରିବେ ।

ଅନ୍ୟପଟେ ଖେଳ ଦେଖିବାକୁ ବାରବାଟୀ ଷ୍ଟାଡିୟମକୁ ଆସୁଥିବା ଦର୍ଶକଙ୍କ ପାଇଁ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଷ୍ଟାଡିୟମ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବାକୁ, ସାଙ୍ଗରେ ରୁମାଲ, ଗାମୁଛା ନେବାକୁ, ଧଳା ଓ ହାଲକା ରଙ୍ଗର ଢ଼ିଲା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ପ୍ରଚୁର ପରିମାଣରେ ପାଣି ପିଇବାକୁ କୁହାଯାଇଛି । ଏଥସହ କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ ନକରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର