ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ଋତୁରାଜଙ୍କ ବିସ୍ଫୋରଣ : ଗୁଜରାଟ ଟାଇଟନ୍ସକୁ ୧୭୯ ରନ୍ ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ

The Sakala Picture
Published On

ଅହମ୍ମଦାବାଦ୍‌‌ : ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌(ଆଇପିଏଲ)ର ଷୋଡଶ ସଂସ୍କରଣ। ଆଜି ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌‌ସ ମଧ୍ୟରେ ଖେଳଯାଉଛି। ପ୍ରଥମ ମ୍ୟାଚରେ ଟସ୍‌ ଜିତି ଗୁଜରାଟ ଟାଇଟନ୍ସର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନିଷ୍ପତ୍ତି ନେଇଥିଲେ। ଯାହା ଫଳରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସକୁ ୧୭୯ […]

ଅହମ୍ମଦାବାଦ୍‌‌ : ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌(ଆଇପିଏଲ)ର ଷୋଡଶ ସଂସ୍କରଣ। ଆଜି ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌‌ସ ମଧ୍ୟରେ ଖେଳଯାଉଛି। ପ୍ରଥମ ମ୍ୟାଚରେ ଟସ୍‌ ଜିତି ଗୁଜରାଟ ଟାଇଟନ୍ସର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନିଷ୍ପତ୍ତି ନେଇଥିଲେ। ଯାହା ଫଳରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସକୁ ୧୭୯ ରନ୍ ବିଜୟ ଲକ୍ଷ୍ୟ ଦେଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅହମ୍ମଦାବାଦ୍‌‌ର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟର ଋତୁରାଜ ଗାଇକ୍ବାଡଙ୍କ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିଛି । ମାତ୍ର ୫୦ ବଲରୁ ସେ ବିସ୍ଫୋରକ ୯୨ ରନ କରିଛନ୍ତି । ଏହା ବଳରେ ହିଁ ଗୁଜରାଟ ଆଗରେ ୧୭୯ ରନର ଏକ ବଡ଼ ସ୍କୋର ଛିଡ଼ା କରିଛି ଚେନ୍ନାଇ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଆଜି ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ସିଏସକେ । ଦଳ ପ୍ରଥମରୁ ହିଁ ନିଜ ଓପନର କନୱେଙ୍କୁ ହରାଇଥିଲା । ହେଲେ ମୋଇନ୍ ଅଲ୍ଲୀ ଓ ଋତୁରାଜ ଗାଏକ୍ୱାଡ ଭଲ ବ୍ୟାଟିଂ କରିଥିଲେ । ମୋଇନ ଅଲ୍ଲି ୨୩ରନ କରିଥିବାବେଳେ ଶୁଭମ ଦୁବେ ୧୯ ରନ କରିଥିଲେ । ଗୁଜରାଟ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିବାବେଳେ, ରସିଦ ଖାନ୍ ଓ ଅଲଜାରି ଜୋସେଫ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର