ରେକର୍ଡ କଲା ସୁନା ମୂଲ୍ୟ: ଆଉନ୍ସ ପିଛା ମୂଲ୍ୟ ୩୦୦୦ ଡଲାର ପାର୍, ୭୫ ଦିନରେ ୧୪% ବଢ଼ିଲା ମୂଲ୍ୟ
ୱାଶିଂଟନ ଯୁଦ୍ଧ ଯୋଗୁଁ ବିଶ୍ବରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ସୁନା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରଥମ ଥର ପାଇଁ ସୁନା ଆଉନ୍ସ ପିଛା ମୂଲ୍ୟ ୩ ହଜାର ଡଲାର ପାର୍ କରିଯାଇଛି। ଏହା ଗତ ଶୁକ୍ରବାର ୩, ୦୦୪.୮୬ ଡଲାର ଥିଲା। ଚଳିତ ବର୍ଷ ସୁନା ଦାମ ରକେଟ୍ ଗତିରେ ବଢ଼ିବାରେ ଲାଗିଛି। ମାତ୍ର ୭୫ ଦିନରେ ସୁନା ମୂଲ୍ୟ ୧୪ ପ୍ରତିଶତ ବୃଦ୍ଧି ପାଇଛି। ଷ୍ଟାଣ୍ଡାର୍ଡ ଚାଟାର୍ଡର ବିଶ୍ଳେଷକ ସୁକି […]
ୱାଶିଂଟନ ଯୁଦ୍ଧ ଯୋଗୁଁ ବିଶ୍ବରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ସୁନା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରଥମ ଥର ପାଇଁ ସୁନା ଆଉନ୍ସ ପିଛା ମୂଲ୍ୟ ୩ ହଜାର ଡଲାର ପାର୍ କରିଯାଇଛି। ଏହା ଗତ ଶୁକ୍ରବାର ୩, ୦୦୪.୮୬ ଡଲାର ଥିଲା। ଚଳିତ ବର୍ଷ ସୁନା ଦାମ ରକେଟ୍ ଗତିରେ ବଢ଼ିବାରେ ଲାଗିଛି। ମାତ୍ର ୭୫ ଦିନରେ ସୁନା ମୂଲ୍ୟ ୧୪ ପ୍ରତିଶତ ବୃଦ୍ଧି ପାଇଛି। ଷ୍ଟାଣ୍ଡାର୍ଡ ଚାଟାର୍ଡର ବିଶ୍ଳେଷକ ସୁକି କପୁରଙ୍କ ଅନୁଯାୟୀ ଦେଶ ଦେଶ ମଧ୍ୟରେ ଅନିଶ୍ଚିତତା ଏବଂ ଶୁଳ୍କରେ ହେଉଥିବା ପରିବର୍ତ୍ତନ ମଧ୍ୟରେ ସୁନା ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଅନ୍ୟ ଜଣେ ବିଶେଷଜ୍ଞ ଭିକ୍ଟୋରିଆ ହସ୍ଲରଙ୍କ ସୂଚନା ଅନୁଯାୟୀ ଏହି ମୂଲ୍ୟ ବୃଦ୍ଧି ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ଟ୍ରମ୍ପଙ୍କ ଶୁଳ୍କ ଧମକ ତଥା ଏ ସମ୍ବନ୍ଧରେ ସେ ସାମାଜିକ ଗଣମାଧ୍ୟମରେ ଦେଉଥିବା ଟିପ୍ପଣୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନିଶ୍ଚିତତା ବଢ଼ିବାରେ ଲାଗିଛି। ଏ ସବୁ ଯୋଗୁ ସୁନା ମୂଲ୍ୟ ରେକର୍ଡସ୍ତରରେ ପହଞ୍ଚି ଯାଇଛି। ସେହିପରି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୁନା କିଣାଯିବାର ପ୍ରଭାବ ମଧ୍ୟ ପଡୁଛି। ନିକଟ ଭବିଷ୍ୟତରେ ମୂଲ୍ୟ କମ୍ ହେବାର ଆଶଙ୍କା ମଧ୍ୟ ନାହିଁ। ଗତ ବର୍ଷ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିଜ ସ୍ବର୍ଣ୍ଣ ଭଣ୍ଡାରରେ ୧,୦୪୫ ଟନ୍ ସୁନା ସାମିଲ କରିଥିଲେ। କ୍ରମାଗତ ତୃତୀୟ ବର୍ଷ ପାଇଁ ହଜାରେ ଟନ୍ରୁ ଅଧିକ ସୁନା କିଣିଥିଲେ। ସୂଚନାଯୋଗ୍ୟ ଯେ ୨୦୧୮ ଶେଷବେଳକୁ ସୁନା ଆଉନ୍ସ ପିଛା ମୂଲ୍ୟ ୧୨୦୦ ଡଲାରରୁ ତଳକୁ ଖସି ଯାଇଥିଲା। ମାତ୍ର ଏହା ପରଠାରୁ ଦର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। କରୋନା ମହାମାରୀ ପରେ ସୁନା ନିବେଶକଙ୍କୁ ଆକୃଷ୍ଟ କରୁଛି। ଏହାକୁ ସୁରକ୍ଷିତ ସମ୍ପତ୍ତି ଧରାଯାଉଛି। ସାଧାରଣତଃ ଆର୍ଥିକ ଅସ୍ଥିରତା ସମୟରେ ସୁନା ମୂଲ୍ୟ ବୃଦ୍ଧି ପାଇଥାଏ।