ପ୍ରଥମ ଟି-୨୦: ବର୍ଷା ଯୋଗୁଁ ଡିଏଲ୍‌ଏସ୍ ପ୍ରକ୍ରିୟାରେ ଆୟର୍ଲାଣ୍ଡକୁ ୨ ରନ୍‌ରେ ହରାଇଲା ଭାରତ

The Sakala Picture
Published On

ଡବଲିନ୍‌‌: ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଟି-୨୦ ସିରିଜରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବର୍ଷା ବାଧାପ୍ରାପ୍ତ ଏହି ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଭାରତ ଡିଏଲ୍‌‌ଏସ୍‌ ପଦ୍ଧତିରେ ୨ ରନରେ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏଥିସହ ୩ ମ୍ୟାଚ୍‌‌ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌‌ ରବିବାର ଖେଳାଯିବ। ଏହି ଟି-୨୦ ମ୍ୟାଚ୍‌‌ ମାଧ୍ୟମରେ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍‌‌ ବୁମ୍‌‌ରା ଅନ୍ତର୍ଜାତୀୟ କ୍ରିକେଟ୍‌‌କୁ ପ୍ରତ୍ୟାବର୍ତ୍ତନ […]

ଡବଲିନ୍‌‌: ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଟି-୨୦ ସିରିଜରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବର୍ଷା ବାଧାପ୍ରାପ୍ତ ଏହି ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଭାରତ ଡିଏଲ୍‌‌ଏସ୍‌ ପଦ୍ଧତିରେ ୨ ରନରେ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏଥିସହ ୩ ମ୍ୟାଚ୍‌‌ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌‌ ରବିବାର ଖେଳାଯିବ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଏହି ଟି-୨୦ ମ୍ୟାଚ୍‌‌ ମାଧ୍ୟମରେ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍‌‌ ବୁମ୍‌‌ରା ଅନ୍ତର୍ଜାତୀୟ କ୍ରିକେଟ୍‌‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପିଠି ଯନ୍ତ୍ରଣା ଲାଗି ଦୀର୍ଘ ୧୧ ମାସର ବ୍ୟବଧାନ ପରେ କ୍ରିକେଟ୍‌‌କୁ ଫେରିଥିବା ବୁମ୍‌‌ରା ତାଙ୍କ ପ୍ରଥମ ଓଭରରେ ୨ଟି ୱିକେଟ୍‌‌ ନେଇ ବେଶ୍‌‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଫଳରେ ଘରୋଇ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌‌ରେ ୧୩୯ ରନ କରିବାକୁ ସମର୍ଥ ହୋଇପାରିଛି। ଜବାବରେ ୧୪୦ ରନର ଲକ୍ଷ୍ୟକୁ ପିଛା କରିଥିବା ଭାରତ ୬.୫ ଓଭରରେ ୨ ୱିକେଟ୍‌‌ ହରାଇ ୪୭ ରନ ସଂଗ୍ରହ କରିଥିଲା। ଏହାପରେ ବର୍ଷା ଲାଗି ଖେଳ ଆଉ ସମ୍ଭବପର ହୋଇପାରି ନ ଥିଲା। ଏହି ସମୟରେ ଭାରତକୁ ୪୫ ରନ ଆବଶ୍ୟକ ହେଉଥିବାବେଳେ ଭ୍ରମଣକାରୀ ଦଳ ୪୭ ରନ କରିଥିଲା। ତେଣୁ ଡିଏଲ୍‌‌ ପଦ୍ଧତିରେ ଭାରତକୁ ୨ ରନରେ ବିଜୟୀ ଘୋଷିତ କରାଯାଇଥିଲା। ଭାରତ ପକ୍ଷରୁ ଋତୁରାଜ ଗାଏକ୍ୱାଡ ୧୯ ଓ ସଞ୍ଜୁ ସାମସନ ୧ ରନରେ ଅପରାଜିତ ରହିଥିବାବେଳେ ଅନ୍ୟତମ ଓପନର ଯଶସ୍ୱୀ ଜୟସ୍ୱାଲ ୨୪ ଓ ତିଲକ ବର୍ମା ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଛନ୍ତି। ଆୟର୍ଲାଣ୍ଡର କ୍ରେଗ୍‌‌ ୟଙ୍ଗଙ୍କୁ ୨ଟି ଯାକ ୱିକେଟ୍‌‌ ମିଳିଥିଲା।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସ୍ଥାନୀୟ ଦି ଭିଲେଜ ଗ୍ରାଉଣ୍ଡରେ ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ପ୍ରଥମ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଭାରତୀୟ ଦଳର ଅଧିନାୟକ ବୁମ୍‌‌ରା ଟସ୍‌‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ଏହି ନିଷ୍ପତ୍ତିକୁ ବୁମ୍‌‌ରା ପ୍ରଥମ ଓଭରରେ ହିଁ ଯର୍ଥାଥ ପ୍ରତିପାଦନ କରିଥିଲେ। ଆୟର୍ଲାଣ୍ଡ ପାଳିର ପ୍ରଥମ ଓଭରର ୨ୟ ବଲ୍‌‌ରେ ଆଣ୍ଡ୍ରିଉ ବଲ୍‌‌ବିର୍ଣ୍ଣି (୪ ରନ) ଓ ୫ମ ବଲ୍‌‌ରେ ୱିକେଟ୍‌‌ରକ୍ଷକ ଲୋରାନ ଟକର (୦)ଙ୍କୁ ପ୍ୟାଭିଲିୟନ ପଠାଇ ବୁମ୍‌‌ରା ଡବଲ୍‌‌ ଝଟକା ଦେଇଥିଲେ। ଏହାପରେ ହ୍ୟାରୀ ଟେକ୍ଟର (୯ ରନ), ଅଧିନାୟକ ପଲ୍‌‌ ଷ୍ଟର୍ଲିଂ (୧୧) ଓ ଜର୍ଜ ଡର୍କୱେଲ୍‌‌ (୧) ମଧ୍ୟ ସଅଳ ଆଉଟ୍‌‌ ହେବା ଫଳରେ ଆୟର୍ଲାଣ୍ଡ ମାତ୍ର ୩୧ ରନରେ ଏହାର ଅଧା ବ୍ୟାଟର୍‌‌ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଟେକ୍ଟର ପଦାର୍ପଣକାରୀ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ବନିଥିବାବେଳେ ରବି ବିଷ୍ଣୋଇଙ୍କ ବଲରେ ଷ୍ଟର୍ଲିଂ ବୋଲ୍ଡ ହୋଇଯାଇଥିଲେ। ଏହାପରେ ଡର୍କୱେଲ ମଧ୍ୟ ପ୍ରସିଦ୍ଧଙ୍କ ୨ୟ ଶିକାର ବନିଥିଲେ। ତେବେ ମଧ୍ୟକ୍ରମରେ କର୍ଟିସ କାମ୍ଫର ଓ ନିମ୍ନଭାଗରେ ବ୍ୟାରୀ ମ୍ୟାକ୍‌‌କାର୍ଥୀଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଆୟର୍ଲାଣ୍ଡ ୨୦ ଓଭରରେ ୭ ୱିକେଟ୍‌‌ ହରାଇ ୧୩୯ ରନର ଏକ ସମ୍ମାନଜନକ ସ୍କୋର କରିପାରିଥିଲା। କାମ୍ଫର ୩୯ ରନ କରିଥିବାବେଳେ ବ୍ୟାରୀ ୩୩ ବଲରୁ ୫୧ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍କ ଆଦାୟର ୧୬, କେଗ୍ର ୟଙ୍ଗ ୧* ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ବୁମ୍‌‌ରା, ପ୍ରସିଦ୍ଧ ଓ ବିଷ୍ଣୋଇ ୨ଟି ଲେଖାଏ ୱିକେଟ୍‌‌ ନେଇଥିଲେ। ଏହି ମ୍ୟାଚ ଜରିଆରେ ଭାରତର ଦୁଇ ଖେଳାଳି ପ୍ରସିଦ୍ଧ କ୍ରିଷ୍ଣା ଓ ରିଙ୍କୁ ସିଂ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟର ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ସଂକ୍ଷିପ୍ତ ସ୍କୋର
ଆୟର୍ଲାଣ୍ଡ ପାଳି: ୧୩୯/୭ (ବ୍ୟାରୀ ମ୍ୟାକ୍‌‌କାର୍ଥୀ- ୫୧*, କାମ୍ଫର- ୩୯, ଷ୍ଟର୍ଲିଂ- ୧୧, ମାର୍କ ଆଦାୟର-୧୬, ବଲବିର୍ଣ୍ଣି- ୪, ବୁମ୍‌‌ରା- ୨/୨୪, ବିଷ୍ଣୋଇ- ୨/୨୩, ପ୍ରସିଦ୍ଧ- ୨/୩୨)।

ଭାରତ ପାଳି: ୪୭/୨, ୬.୫ ଓଭର (ଯଶସ୍ୱୀ ଜୟସ୍ୱାଲ- ୨୪, ଋତୁରାଜ ଗାଏକ୍ୱାଡ- ୧୯*, ତିଲକ ବର୍ମା- ୦, ସଞ୍ଜୁ ସାମସନ- ୧*)।

19 Aug 2023 By The Sakala

ପ୍ରଥମ ଟି-୨୦: ବର୍ଷା ଯୋଗୁଁ ଡିଏଲ୍‌ଏସ୍ ପ୍ରକ୍ରିୟାରେ ଆୟର୍ଲାଣ୍ଡକୁ ୨ ରନ୍‌ରେ ହରାଇଲା ଭାରତ

ଡବଲିନ୍‌‌: ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଟି-୨୦ ସିରିଜରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବର୍ଷା ବାଧାପ୍ରାପ୍ତ ଏହି ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଭାରତ ଡିଏଲ୍‌‌ଏସ୍‌ ପଦ୍ଧତିରେ ୨ ରନରେ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏଥିସହ ୩ ମ୍ୟାଚ୍‌‌ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌‌ ରବିବାର ଖେଳାଯିବ।

ଏହି ଟି-୨୦ ମ୍ୟାଚ୍‌‌ ମାଧ୍ୟମରେ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍‌‌ ବୁମ୍‌‌ରା ଅନ୍ତର୍ଜାତୀୟ କ୍ରିକେଟ୍‌‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପିଠି ଯନ୍ତ୍ରଣା ଲାଗି ଦୀର୍ଘ ୧୧ ମାସର ବ୍ୟବଧାନ ପରେ କ୍ରିକେଟ୍‌‌କୁ ଫେରିଥିବା ବୁମ୍‌‌ରା ତାଙ୍କ ପ୍ରଥମ ଓଭରରେ ୨ଟି ୱିକେଟ୍‌‌ ନେଇ ବେଶ୍‌‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଫଳରେ ଘରୋଇ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌‌ରେ ୧୩୯ ରନ କରିବାକୁ ସମର୍ଥ ହୋଇପାରିଛି। ଜବାବରେ ୧୪୦ ରନର ଲକ୍ଷ୍ୟକୁ ପିଛା କରିଥିବା ଭାରତ ୬.୫ ଓଭରରେ ୨ ୱିକେଟ୍‌‌ ହରାଇ ୪୭ ରନ ସଂଗ୍ରହ କରିଥିଲା। ଏହାପରେ ବର୍ଷା ଲାଗି ଖେଳ ଆଉ ସମ୍ଭବପର ହୋଇପାରି ନ ଥିଲା। ଏହି ସମୟରେ ଭାରତକୁ ୪୫ ରନ ଆବଶ୍ୟକ ହେଉଥିବାବେଳେ ଭ୍ରମଣକାରୀ ଦଳ ୪୭ ରନ କରିଥିଲା। ତେଣୁ ଡିଏଲ୍‌‌ ପଦ୍ଧତିରେ ଭାରତକୁ ୨ ରନରେ ବିଜୟୀ ଘୋଷିତ କରାଯାଇଥିଲା। ଭାରତ ପକ୍ଷରୁ ଋତୁରାଜ ଗାଏକ୍ୱାଡ ୧୯ ଓ ସଞ୍ଜୁ ସାମସନ ୧ ରନରେ ଅପରାଜିତ ରହିଥିବାବେଳେ ଅନ୍ୟତମ ଓପନର ଯଶସ୍ୱୀ ଜୟସ୍ୱାଲ ୨୪ ଓ ତିଲକ ବର୍ମା ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଛନ୍ତି। ଆୟର୍ଲାଣ୍ଡର କ୍ରେଗ୍‌‌ ୟଙ୍ଗଙ୍କୁ ୨ଟି ଯାକ ୱିକେଟ୍‌‌ ମିଳିଥିଲା।

ସ୍ଥାନୀୟ ଦି ଭିଲେଜ ଗ୍ରାଉଣ୍ଡରେ ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ପ୍ରଥମ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଭାରତୀୟ ଦଳର ଅଧିନାୟକ ବୁମ୍‌‌ରା ଟସ୍‌‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ଏହି ନିଷ୍ପତ୍ତିକୁ ବୁମ୍‌‌ରା ପ୍ରଥମ ଓଭରରେ ହିଁ ଯର୍ଥାଥ ପ୍ରତିପାଦନ କରିଥିଲେ। ଆୟର୍ଲାଣ୍ଡ ପାଳିର ପ୍ରଥମ ଓଭରର ୨ୟ ବଲ୍‌‌ରେ ଆଣ୍ଡ୍ରିଉ ବଲ୍‌‌ବିର୍ଣ୍ଣି (୪ ରନ) ଓ ୫ମ ବଲ୍‌‌ରେ ୱିକେଟ୍‌‌ରକ୍ଷକ ଲୋରାନ ଟକର (୦)ଙ୍କୁ ପ୍ୟାଭିଲିୟନ ପଠାଇ ବୁମ୍‌‌ରା ଡବଲ୍‌‌ ଝଟକା ଦେଇଥିଲେ। ଏହାପରେ ହ୍ୟାରୀ ଟେକ୍ଟର (୯ ରନ), ଅଧିନାୟକ ପଲ୍‌‌ ଷ୍ଟର୍ଲିଂ (୧୧) ଓ ଜର୍ଜ ଡର୍କୱେଲ୍‌‌ (୧) ମଧ୍ୟ ସଅଳ ଆଉଟ୍‌‌ ହେବା ଫଳରେ ଆୟର୍ଲାଣ୍ଡ ମାତ୍ର ୩୧ ରନରେ ଏହାର ଅଧା ବ୍ୟାଟର୍‌‌ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଟେକ୍ଟର ପଦାର୍ପଣକାରୀ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ବନିଥିବାବେଳେ ରବି ବିଷ୍ଣୋଇଙ୍କ ବଲରେ ଷ୍ଟର୍ଲିଂ ବୋଲ୍ଡ ହୋଇଯାଇଥିଲେ। ଏହାପରେ ଡର୍କୱେଲ ମଧ୍ୟ ପ୍ରସିଦ୍ଧଙ୍କ ୨ୟ ଶିକାର ବନିଥିଲେ। ତେବେ ମଧ୍ୟକ୍ରମରେ କର୍ଟିସ କାମ୍ଫର ଓ ନିମ୍ନଭାଗରେ ବ୍ୟାରୀ ମ୍ୟାକ୍‌‌କାର୍ଥୀଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଆୟର୍ଲାଣ୍ଡ ୨୦ ଓଭରରେ ୭ ୱିକେଟ୍‌‌ ହରାଇ ୧୩୯ ରନର ଏକ ସମ୍ମାନଜନକ ସ୍କୋର କରିପାରିଥିଲା। କାମ୍ଫର ୩୯ ରନ କରିଥିବାବେଳେ ବ୍ୟାରୀ ୩୩ ବଲରୁ ୫୧ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍କ ଆଦାୟର ୧୬, କେଗ୍ର ୟଙ୍ଗ ୧* ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ବୁମ୍‌‌ରା, ପ୍ରସିଦ୍ଧ ଓ ବିଷ୍ଣୋଇ ୨ଟି ଲେଖାଏ ୱିକେଟ୍‌‌ ନେଇଥିଲେ। ଏହି ମ୍ୟାଚ ଜରିଆରେ ଭାରତର ଦୁଇ ଖେଳାଳି ପ୍ରସିଦ୍ଧ କ୍ରିଷ୍ଣା ଓ ରିଙ୍କୁ ସିଂ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟର ଆରମ୍ଭ କରିଛନ୍ତି।

ସଂକ୍ଷିପ୍ତ ସ୍କୋର
ଆୟର୍ଲାଣ୍ଡ ପାଳି: ୧୩୯/୭ (ବ୍ୟାରୀ ମ୍ୟାକ୍‌‌କାର୍ଥୀ- ୫୧*, କାମ୍ଫର- ୩୯, ଷ୍ଟର୍ଲିଂ- ୧୧, ମାର୍କ ଆଦାୟର-୧୬, ବଲବିର୍ଣ୍ଣି- ୪, ବୁମ୍‌‌ରା- ୨/୨୪, ବିଷ୍ଣୋଇ- ୨/୨୩, ପ୍ରସିଦ୍ଧ- ୨/୩୨)।

ଭାରତ ପାଳି: ୪୭/୨, ୬.୫ ଓଭର (ଯଶସ୍ୱୀ ଜୟସ୍ୱାଲ- ୨୪, ଋତୁରାଜ ଗାଏକ୍ୱାଡ- ୧୯*, ତିଲକ ବର୍ମା- ୦, ସଞ୍ଜୁ ସାମସନ- ୧*)।

https://www.thesakala.in/sports/first-t-20-india-won-by-2-runs-against-ireland-by-dls-method-due-to-rain/article-24578
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp