ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକପ୍‌‌: କଳିଙ୍ଗ ଷ୍ଟାଡିୟମରେ ଆଜି ମରକ୍କୋ ଟିମକୁ ଟକ୍କର ଦେବ ଭାରତ

The Sakala Picture
Published On

ଭୁବନେଶ୍ୱର: ଚଳିତ ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକ୍‌‌ପରେ ଆୟୋଜକ ଭାରତ ଗ୍ରୁପ୍‌‌ ଏ’ରେ ତା’ର ଦ୍ୱିତୀୟ ମୁକାବିଲାରେ ଆଜି ଉତ୍ତରପୂର୍ବ ଆଫ୍ରିକୀୟ ଦେଶ ମରକ୍କୋକୁ ଭେଟିବ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳାଯିବ। ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମଙ୍ଗଳବାର ଭାରତ ତା’ର ପ୍ରଥମ ମ୍ୟାଚ୍‌‌ରେ ଆମେରିକାଠାରୁ ୦-୮ ଗୋଲରେ ପରାସ୍ତ ହୋଇଥିଲା। ଅନ୍ୟପଟେ […]

ଭୁବନେଶ୍ୱର: ଚଳିତ ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକ୍‌‌ପରେ ଆୟୋଜକ ଭାରତ ଗ୍ରୁପ୍‌‌ ଏ’ରେ ତା’ର ଦ୍ୱିତୀୟ ମୁକାବିଲାରେ ଆଜି ଉତ୍ତରପୂର୍ବ ଆଫ୍ରିକୀୟ ଦେଶ ମରକ୍କୋକୁ ଭେଟିବ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳାଯିବ। ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମଙ୍ଗଳବାର ଭାରତ ତା’ର ପ୍ରଥମ ମ୍ୟାଚ୍‌‌ରେ ଆମେରିକାଠାରୁ ୦-୮ ଗୋଲରେ ପରାସ୍ତ ହୋଇଥିଲା। ଅନ୍ୟପଟେ ମରକ୍କୋ ତା’ର ପ୍ରଥମ ମ୍ୟାଚ୍‌‌ରେ ୦-୧ ଗୋଲରେ ବ୍ରାଜିଲଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌‌ର ବିଫଳତାକୁ ପଛରେ ପକାଇ ଭାରତ ଏବେ ମରକ୍କୋକୁ ହରାଇବା ପାଇଁ ପ୍ରସ୍ତୁତ ରହିଛି ବୋଲି ଭାରତୀୟ ହେଡ୍‌‌ କୋଚ୍‌‌ ଥୋମାସ ଡେନେର୍ବି କହିଛନ୍ତି। ମରକ୍କୋକୁ ହରାଇବା ପାଇଁ ଆମ ପାଖରେ ସୁଯୋଗ ରହିଛି। ଯଦି ଠିକ ଭାବେ ଯୋଜନା ଅନୁଯାୟୀ ଆମେ ଖେଳିବୁ ତାହାଲେ ଗୋଲ ସ୍କୋର କରି ପଏଣ୍ଟ ହାସଲ କରିବୁ। ଠିକ୍‌‌ ସମୟରେ ଠିକ୍‌‌ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ୩୬ ବଲ୍‌ରେ ଶତକ ମାରି ରଚିଲେ ଇତିହାସ, ହେଲେ ଜୟପୁର ଖରାରେ ଟଳିପଡ଼ିଲେ ୧୫ ବର୍ଷର ବୈଭବ

ଖେଳାଳିମାନଙ୍କୁ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି। ଯଦି ଭାରତ ପରାସ୍ତ ହୁଏ ତା’ହେଲ କ୍ୱାର୍ଟର ଦୌଡ଼ରୁ ବାଦ୍‌‌ ପଡ଼ିବ। ଏହି ଦିନ ଏଠାରେ ଗ୍ରୁପ୍‌‌ ଏ’ର ପ୍ରଥମ ମ୍ୟାଚ୍‌‌ରେ ବ୍ରାଜିଲ ଓ ଆମେରିକା ପରସ୍ପରକୁ ଭେଟିବେ। ଅପରପକ୍ଷରେ ଶୁକ୍ରବାର ଗୋଆର ଫାଟୋର୍ଡା ଷ୍ଟାଡିୟମରେ ଗ୍ରୁପ୍‌‌ ବି’ରେ ନ୍ୟୁଜିଲାଣ୍ଡ ଓ ନାଇଜେରିଆ, ଜର୍ମାନୀ ଓ ଚିଲି ପରସ୍ପରକୁ ଭେଟିବେ।

ଆହୁରି ପଢ଼ନ୍ତୁ: ରୋହିତ ଶର୍ମାଙ୍କ ୩୯ତମ ଜନ୍ମଦିନ: ଜଣେ ଭାରତୀୟ କ୍ରିକେଟର ଭାବରେ ଏହା କ'ଣ 'ହିଟମ୍ୟାନ୍'ଙ୍କ ଶେଷ ଜନ୍ମଦିନ?

14 Oct 2022 By The Sakala

ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକପ୍‌‌: କଳିଙ୍ଗ ଷ୍ଟାଡିୟମରେ ଆଜି ମରକ୍କୋ ଟିମକୁ ଟକ୍କର ଦେବ ଭାରତ

ଭୁବନେଶ୍ୱର: ଚଳିତ ଫିଫା ୧୭ ବର୍ଷରୁ କମ୍‌‌ ମହିଳା ବିଶ୍ୱକ୍‌‌ପରେ ଆୟୋଜକ ଭାରତ ଗ୍ରୁପ୍‌‌ ଏ’ରେ ତା’ର ଦ୍ୱିତୀୟ ମୁକାବିଲାରେ ଆଜି ଉତ୍ତରପୂର୍ବ ଆଫ୍ରିକୀୟ ଦେଶ ମରକ୍କୋକୁ ଭେଟିବ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳାଯିବ। ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମଙ୍ଗଳବାର ଭାରତ ତା’ର ପ୍ରଥମ ମ୍ୟାଚ୍‌‌ରେ ଆମେରିକାଠାରୁ ୦-୮ ଗୋଲରେ ପରାସ୍ତ ହୋଇଥିଲା। ଅନ୍ୟପଟେ ମରକ୍କୋ ତା’ର ପ୍ରଥମ ମ୍ୟାଚ୍‌‌ରେ ୦-୧ ଗୋଲରେ ବ୍ରାଜିଲଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌‌ର ବିଫଳତାକୁ ପଛରେ ପକାଇ ଭାରତ ଏବେ ମରକ୍କୋକୁ ହରାଇବା ପାଇଁ ପ୍ରସ୍ତୁତ ରହିଛି ବୋଲି ଭାରତୀୟ ହେଡ୍‌‌ କୋଚ୍‌‌ ଥୋମାସ ଡେନେର୍ବି କହିଛନ୍ତି। ମରକ୍କୋକୁ ହରାଇବା ପାଇଁ ଆମ ପାଖରେ ସୁଯୋଗ ରହିଛି। ଯଦି ଠିକ ଭାବେ ଯୋଜନା ଅନୁଯାୟୀ ଆମେ ଖେଳିବୁ ତାହାଲେ ଗୋଲ ସ୍କୋର କରି ପଏଣ୍ଟ ହାସଲ କରିବୁ। ଠିକ୍‌‌ ସମୟରେ ଠିକ୍‌‌ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।

ଖେଳାଳିମାନଙ୍କୁ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି। ଯଦି ଭାରତ ପରାସ୍ତ ହୁଏ ତା’ହେଲ କ୍ୱାର୍ଟର ଦୌଡ଼ରୁ ବାଦ୍‌‌ ପଡ଼ିବ। ଏହି ଦିନ ଏଠାରେ ଗ୍ରୁପ୍‌‌ ଏ’ର ପ୍ରଥମ ମ୍ୟାଚ୍‌‌ରେ ବ୍ରାଜିଲ ଓ ଆମେରିକା ପରସ୍ପରକୁ ଭେଟିବେ। ଅପରପକ୍ଷରେ ଶୁକ୍ରବାର ଗୋଆର ଫାଟୋର୍ଡା ଷ୍ଟାଡିୟମରେ ଗ୍ରୁପ୍‌‌ ବି’ରେ ନ୍ୟୁଜିଲାଣ୍ଡ ଓ ନାଇଜେରିଆ, ଜର୍ମାନୀ ଓ ଚିଲି ପରସ୍ପରକୁ ଭେଟିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର