ଭାରତୀୟ କ୍ରିକେଟ ଦଳକୁ ବଡ ଝଟକା; ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଲେ ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା

The Sakala Picture
Published On

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଭାରତକୁ ଲାଗିଛି ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଭାରତର କ୍ରିକେଟ ପ୍ରଶଂସକମାନଙ୍କ ଆଶା ଥିଲା ଯେ ବୁମରାହ ସୁସ୍ଥ ହୋଇ ଫେରିବେ ଏବଂ ଟି-୨୦ ବିଶ୍ୱକପରେ ଖେଳିବେ, ମାତ୍ର ସେ ଆଶା ଏବେ ଆଶାରେ ରହିଯାଇଛି । ସବୁଠୁ ଅନୁଭବୀ ଓ […]

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଭାରତକୁ ଲାଗିଛି ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଭାରତର କ୍ରିକେଟ ପ୍ରଶଂସକମାନଙ୍କ ଆଶା ଥିଲା ଯେ ବୁମରାହ ସୁସ୍ଥ ହୋଇ ଫେରିବେ ଏବଂ ଟି-୨୦ ବିଶ୍ୱକପରେ ଖେଳିବେ, ମାତ୍ର ସେ ଆଶା ଏବେ ଆଶାରେ ରହିଯାଇଛି । ସବୁଠୁ ଅନୁଭବୀ ଓ ଶ୍ରେଷ୍ଠ ବୋଲର ଜଶପ୍ରୀତ ବୁମରା ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ପିଠିରେ ସମସ୍ୟା ପାଇଁ ସେ ଏବେ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏନେଇ ଘୋଷଣା କରିଛି । ଖୁବଶୀଘ୍ର ବୁମରାହଙ୍କ ରିପ୍ଲେସମେଣ୍ଟର ଘୋଷଣା କରାଯିବ । ବିସିସିଆଇ ନିଜ ପ୍ରେସ ରିଲିଜରେ ଲେଖିଛି, ବୋର୍ଡର ମେଡିକାଲ ଟିମ୍ ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଆଇସିସି ଟି-୨୦ ବିଶ୍ୱକପରୁ ବାହାର କରିଦେଇଛି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ଏହି ନିଷ୍ପତ୍ତି ବିସ୍ତୃତ ମୂଲ୍ଯାଙ୍କନ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ପରେ ନିଆଯାଇଛି । ବୁମରାଙ୍କୁ ଆରମ୍ଭରେ ପିଠିରେ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଥିଲା । ସେପଟେ ବିଶ୍ୱକପରେ ବୁମରାଙ୍କ ସ୍ଥାନରେ କିଏ ଦଳରେ ସ୍ଥାନ ପାଇବେ ସେନେଇ ଖୁବଶୀଘ୍ର ଘୋଷଣା କରାଯିବ ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଜଶପ୍ରୀତ ଟି-୨୦ ଦଳରୁ ବାଦ୍ ପଡ଼ିବା ନେଇ ଖବର ଆସିଥିଲା । ସମସ୍ତ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇଥିଲା । ହେଲେ ବିସିସିଆଇ ସଭାପତି କହିଥିଲେ ବୁମରାହଙ୍କୁ ଦଳରୁ ବାହାର କରାଯାଇନି, ଚିକିତ୍ସା ଚାଲିଛି, ଶେଷ ସମୟରେ ସୁସ୍ଥ ହୋଇ ଦଳରେ ସାମିଲ ହୋଇପାରନ୍ତି । ଏହାପରେ ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଥିଲା । ହେଲେ ଏବେ ବାଦ୍ ପଡ଼ିବା ପରେ ସବୁ ଆଶା ଭାଙ୍ଗି ଯାଇଛି । ବୁମରାହଙ୍କ ଅନୁପସ୍ଥିତି ଦଳ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି ।

03 Oct 2022 By The Sakala

ଭାରତୀୟ କ୍ରିକେଟ ଦଳକୁ ବଡ ଝଟକା; ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଲେ ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଭାରତକୁ ଲାଗିଛି ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଭାରତର କ୍ରିକେଟ ପ୍ରଶଂସକମାନଙ୍କ ଆଶା ଥିଲା ଯେ ବୁମରାହ ସୁସ୍ଥ ହୋଇ ଫେରିବେ ଏବଂ ଟି-୨୦ ବିଶ୍ୱକପରେ ଖେଳିବେ, ମାତ୍ର ସେ ଆଶା ଏବେ ଆଶାରେ ରହିଯାଇଛି । ସବୁଠୁ ଅନୁଭବୀ ଓ ଶ୍ରେଷ୍ଠ ବୋଲର ଜଶପ୍ରୀତ ବୁମରା ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି ।

ପିଠିରେ ସମସ୍ୟା ପାଇଁ ସେ ଏବେ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏନେଇ ଘୋଷଣା କରିଛି । ଖୁବଶୀଘ୍ର ବୁମରାହଙ୍କ ରିପ୍ଲେସମେଣ୍ଟର ଘୋଷଣା କରାଯିବ । ବିସିସିଆଇ ନିଜ ପ୍ରେସ ରିଲିଜରେ ଲେଖିଛି, ବୋର୍ଡର ମେଡିକାଲ ଟିମ୍ ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଆଇସିସି ଟି-୨୦ ବିଶ୍ୱକପରୁ ବାହାର କରିଦେଇଛି ।

ଏହି ନିଷ୍ପତ୍ତି ବିସ୍ତୃତ ମୂଲ୍ଯାଙ୍କନ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ପରେ ନିଆଯାଇଛି । ବୁମରାଙ୍କୁ ଆରମ୍ଭରେ ପିଠିରେ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଥିଲା । ସେପଟେ ବିଶ୍ୱକପରେ ବୁମରାଙ୍କ ସ୍ଥାନରେ କିଏ ଦଳରେ ସ୍ଥାନ ପାଇବେ ସେନେଇ ଖୁବଶୀଘ୍ର ଘୋଷଣା କରାଯିବ ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଜଶପ୍ରୀତ ଟି-୨୦ ଦଳରୁ ବାଦ୍ ପଡ଼ିବା ନେଇ ଖବର ଆସିଥିଲା । ସମସ୍ତ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇଥିଲା । ହେଲେ ବିସିସିଆଇ ସଭାପତି କହିଥିଲେ ବୁମରାହଙ୍କୁ ଦଳରୁ ବାହାର କରାଯାଇନି, ଚିକିତ୍ସା ଚାଲିଛି, ଶେଷ ସମୟରେ ସୁସ୍ଥ ହୋଇ ଦଳରେ ସାମିଲ ହୋଇପାରନ୍ତି । ଏହାପରେ ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଥିଲା । ହେଲେ ଏବେ ବାଦ୍ ପଡ଼ିବା ପରେ ସବୁ ଆଶା ଭାଙ୍ଗି ଯାଇଛି । ବୁମରାହଙ୍କ ଅନୁପସ୍ଥିତି ଦଳ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର