ଆଇପିଏଲ୍-୨୦୨୩: ଉଦଘାଟନୀ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଗୁଜରାଟ ଟାଇଟନ୍ସ

The Sakala Picture
Published On

ଅହମ୍ମଦାବାଦ: ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇ ବାଜିମାତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍ କରିଥିଲା ଚେନ୍ନାଇ ସୁପରକିଙ୍ଗସ । ୧୭୯ରନର ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ୫ୱିକେଟ୍ ବିନିମୟରେ ହାସଲ କରିନେଇଛି ଗୁଜରାଟ । ଆଇପିଏଲର ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି […]

ଅହମ୍ମଦାବାଦ: ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇ ବାଜିମାତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍ କରିଥିଲା ଚେନ୍ନାଇ ସୁପରକିଙ୍ଗସ । ୧୭୯ରନର ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ୫ୱିକେଟ୍ ବିନିମୟରେ ହାସଲ କରିନେଇଛି ଗୁଜରାଟ । ଆଇପିଏଲର ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଗୁଜରାଟ ଟାଇଟନ୍ସ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଟସ୍ ହାରି ବ୍ୟାଟିଂ ପାଇଁ କ୍ରୀଜକୁ ଓହ୍ଲାଇଥିବା ଚେନ୍ନାଇ ସୁପରକିଙ୍ଗସର ଆରମ୍ଭ ଖରାପ ରହିଥିଲା । ଡେଭୋନ କନୱେ ତୃତୀୟ ଓଭରରେ ହିଁ ମହମ୍ମଦ ସାମୀଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ତାଙ୍କ ପରେ ମୋଇନ ଅଲୀ ଟିମକୁ ଭଲ ଆରମ୍ଭ ଦେଇଥିଲେ । ୧୭ ଟିଲରେ ସେ ୨୩ ରନ୍ ସଂଗ୍ରହ କରିଥିଲେ । ପାୱାର ପ୍ଲେର ଶେଷ ଓଭରରେ ମୋଇନ ଅଲୀ ରଶିଦ ଖାନଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ଏହାପରେ ଦଳ ୬ ଓଭରରେ ୨ ୱିକେଟ ବିନିମୟରେ ୫୧ ରନ୍ ସଂଗ୍ରହ କରଥିଲା । ହେଲେ ଋତୁରାଜ ଗାୟକ୍ୱାଡ ବିସ୍ଫୋରକ ପାରି ଜାରି ରଖିଥିଲେ । ୫୦ ଟି ବଲ୍ ଖେଳି ଗାୟକ୍ୱାଡ ଦ୍ରୁତତମ ୯୨ ରନ୍ ସଂଗ୍ରହ କରିଥିଲେ । ଅଲଜାରିଙ୍କ ଓଭରରେ ସେ କ୍ୟାଚ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ୧୨ ରନ୍ ଏବଂ ଶିଭମ ଦୁବେ ୧୯ ରନ୍ କରିଥିଲେ । ଶେଷରେ ଧୋନୀ ୭ ଟି ବଲରେ ୧୪ ରନ୍ କରି ଅପରାଜିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

୧୭୯ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ପକ୍ଷରୁ ରିଦ୍ଧିମାନ ଶାହା ଏବଂ ଶୁଭମନ ଗିଲ୍ ପ୍ରାରମ୍ଭିକ ବ୍ୟାଟର ଭାବେ କ୍ରୀଜକୁ ଓହ୍ଲାଇଥିଲେ । ଦୁଇ ବ୍ୟାଟ୍ସମ୍ୟାନ ଦଳକୁ ଭଲ ଆରମ୍ଭ ଦେଇଥିଲେ । ୧୬ ଟି ବଲରେ ୨୫ ରନ୍ କରି ଶାହା ରାଜବର୍ଦ୍ଧନଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ତାଙ୍କ ସ୍ଥାନରେ ସାଇ ସୁଦର୍ଶନ ଆସି ଗିଲଙ୍କ ସହ କିଛି ସମୟ ପାଇଁ ପାର୍ଟନସିପ୍ କରିଥିଲେ । ୧୭ ଟି ବଲ୍ ଖେଳି ସେ ୨୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଶୁଭମନ ଗିଲ୍ କିନ୍ତୁ ଦଳୀୟ ସ୍ଥିତିକୁ ଆଗକୁ ବଢ଼ାଇଥଲେ । ୩୬ ଟି ବଲରେ ସେ ଦ୍ରୁତତମ ୬୩ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୧ ଟି ବଲରେ ୨୭ ରନ୍ କରିଥଲେ । ଶେଷ ଭାଗରେ ରାହୁଲ ତେୱାଟିଆ ଏବଂ ରଶିଦ୍ ଖାନ ଚମତ୍କାର ପାର୍ଟନରସିପ୍ କରି ଦଳକୁ ବିଜୟୀ କରାଇଥିଲେ । ରାହୁଲ ତେୱାଟିଆ ୧୪ ଟି ବଲରେ ୧୫ ରନ୍ ଏବଂ ରଶିଦ ଖାନ୍ ୩ ଟି ବଲରେ ୧୦ ରନ୍ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ରାଜବର୍ଦ୍ଧନ ସର୍ବାଧିକ ୩ ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

31 Mar 2023 By The Sakala

ଆଇପିଏଲ୍-୨୦୨୩: ଉଦଘାଟନୀ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଗୁଜରାଟ ଟାଇଟନ୍ସ

ଅହମ୍ମଦାବାଦ: ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇ ବାଜିମାତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍ କରିଥିଲା ଚେନ୍ନାଇ ସୁପରକିଙ୍ଗସ । ୧୭୯ରନର ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ୫ୱିକେଟ୍ ବିନିମୟରେ ହାସଲ କରିନେଇଛି ଗୁଜରାଟ । ଆଇପିଏଲର ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଗୁଜରାଟ ଟାଇଟନ୍ସ ।

ଟସ୍ ହାରି ବ୍ୟାଟିଂ ପାଇଁ କ୍ରୀଜକୁ ଓହ୍ଲାଇଥିବା ଚେନ୍ନାଇ ସୁପରକିଙ୍ଗସର ଆରମ୍ଭ ଖରାପ ରହିଥିଲା । ଡେଭୋନ କନୱେ ତୃତୀୟ ଓଭରରେ ହିଁ ମହମ୍ମଦ ସାମୀଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ତାଙ୍କ ପରେ ମୋଇନ ଅଲୀ ଟିମକୁ ଭଲ ଆରମ୍ଭ ଦେଇଥିଲେ । ୧୭ ଟିଲରେ ସେ ୨୩ ରନ୍ ସଂଗ୍ରହ କରିଥିଲେ । ପାୱାର ପ୍ଲେର ଶେଷ ଓଭରରେ ମୋଇନ ଅଲୀ ରଶିଦ ଖାନଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ଏହାପରେ ଦଳ ୬ ଓଭରରେ ୨ ୱିକେଟ ବିନିମୟରେ ୫୧ ରନ୍ ସଂଗ୍ରହ କରଥିଲା । ହେଲେ ଋତୁରାଜ ଗାୟକ୍ୱାଡ ବିସ୍ଫୋରକ ପାରି ଜାରି ରଖିଥିଲେ । ୫୦ ଟି ବଲ୍ ଖେଳି ଗାୟକ୍ୱାଡ ଦ୍ରୁତତମ ୯୨ ରନ୍ ସଂଗ୍ରହ କରିଥିଲେ । ଅଲଜାରିଙ୍କ ଓଭରରେ ସେ କ୍ୟାଚ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ୧୨ ରନ୍ ଏବଂ ଶିଭମ ଦୁବେ ୧୯ ରନ୍ କରିଥିଲେ । ଶେଷରେ ଧୋନୀ ୭ ଟି ବଲରେ ୧୪ ରନ୍ କରି ଅପରାଜିତ ରହିଥିଲେ ।

୧୭୯ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ପକ୍ଷରୁ ରିଦ୍ଧିମାନ ଶାହା ଏବଂ ଶୁଭମନ ଗିଲ୍ ପ୍ରାରମ୍ଭିକ ବ୍ୟାଟର ଭାବେ କ୍ରୀଜକୁ ଓହ୍ଲାଇଥିଲେ । ଦୁଇ ବ୍ୟାଟ୍ସମ୍ୟାନ ଦଳକୁ ଭଲ ଆରମ୍ଭ ଦେଇଥିଲେ । ୧୬ ଟି ବଲରେ ୨୫ ରନ୍ କରି ଶାହା ରାଜବର୍ଦ୍ଧନଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ତାଙ୍କ ସ୍ଥାନରେ ସାଇ ସୁଦର୍ଶନ ଆସି ଗିଲଙ୍କ ସହ କିଛି ସମୟ ପାଇଁ ପାର୍ଟନସିପ୍ କରିଥିଲେ । ୧୭ ଟି ବଲ୍ ଖେଳି ସେ ୨୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଶୁଭମନ ଗିଲ୍ କିନ୍ତୁ ଦଳୀୟ ସ୍ଥିତିକୁ ଆଗକୁ ବଢ଼ାଇଥଲେ । ୩୬ ଟି ବଲରେ ସେ ଦ୍ରୁତତମ ୬୩ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୧ ଟି ବଲରେ ୨୭ ରନ୍ କରିଥଲେ । ଶେଷ ଭାଗରେ ରାହୁଲ ତେୱାଟିଆ ଏବଂ ରଶିଦ୍ ଖାନ ଚମତ୍କାର ପାର୍ଟନରସିପ୍ କରି ଦଳକୁ ବିଜୟୀ କରାଇଥିଲେ । ରାହୁଲ ତେୱାଟିଆ ୧୪ ଟି ବଲରେ ୧୫ ରନ୍ ଏବଂ ରଶିଦ ଖାନ୍ ୩ ଟି ବଲରେ ୧୦ ରନ୍ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ରାଜବର୍ଦ୍ଧନ ସର୍ବାଧିକ ୩ ଟି ୱିକେଟ୍ ଅକ୍ତିଆର କରିଥିଲେ ।

https://www.thesakala.in/sports/defending-champions-gujarat-titans-beats-csk-in-first-macth-of-ipl-2023/article-20327
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp