ଓଡ଼ିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି, ଆଗାମୀ ସିଜନରେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ

The Sakala Picture
Published On

କଟକ: ଓଡ଼ିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଶୁଭ୍ରାଂଶୁ। OCA ରେ NOC ପାଇଁ ଆବେଦନ କରିଥିଲେ ଶୁଭ୍ରାଂଶୁ। OCA ଶୁଭ୍ରାଂଶୁଙ୍କ NOCକୁ ଗ୍ରହଣ କରିଛି। ଶୁଭ୍ରାଂଶୁ ଓଡ଼ିଶା କ୍ରିକେଟର ଜଣେ ଉଦିୟମାନ ଖେଳାଳି ଥିଲେ। ସେ ଓଡ଼ିଶା କ୍ରିକେଟ ଛାଡିବା ପରେ ମଧ୍ୟପ୍ରଦେଶ ପାଇଁ ଖେଳିବେ। NOC ପାଇବା ପରେ ଗଣମାଧ୍ୟମକୁ ପତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି। ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ମୋ କ୍ୟାରିୟର ପାଇଁ ନିଷ୍ପତ୍ତି ନେଇଛି। ପୂର୍ବରୁ […]

କଟକ: ଓଡ଼ିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଶୁଭ୍ରାଂଶୁ। OCA ରେ NOC ପାଇଁ ଆବେଦନ କରିଥିଲେ ଶୁଭ୍ରାଂଶୁ। OCA ଶୁଭ୍ରାଂଶୁଙ୍କ NOCକୁ ଗ୍ରହଣ କରିଛି। ଶୁଭ୍ରାଂଶୁ ଓଡ଼ିଶା କ୍ରିକେଟର ଜଣେ ଉଦିୟମାନ ଖେଳାଳି ଥିଲେ। ସେ ଓଡ଼ିଶା କ୍ରିକେଟ ଛାଡିବା ପରେ ମଧ୍ୟପ୍ରଦେଶ ପାଇଁ ଖେଳିବେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

NOC ପାଇବା ପରେ ଗଣମାଧ୍ୟମକୁ ପତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି। ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ମୋ କ୍ୟାରିୟର ପାଇଁ ନିଷ୍ପତ୍ତି ନେଇଛି। ପୂର୍ବରୁ କିଛି ଖେଳାଳି ବାହାରକୁ ଯାଇ ସଫଳତା ପାଇଛନ୍ତି। ମୋର ବି ଆଶା ମୁଁ ସଫଳତା ପାଇବି। ମଧ୍ୟପ୍ରଦେଶ କ୍ରିକେଟର କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ମୋତେ ଯୋଗାଯୋଗ କରିଥିଲେ। ଓସିଏର ସପୋର୍ଟ ରହିଛି। ଓସିଏକୁ ଧନ୍ୟବାଦ। ମୋର NOC କୁ ଗ୍ରହଣ କରିଛନ୍ତି। ମୋତେ ଗୋଟେ ସୁଯୋଗ ମିଳିଛି ତେଣୁ ମୁଁ ମୋ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଇଛି। ଭଲ ଟିମ୍ ଓ ଭଲ କୋଚଙ୍କ ପକ୍ଷରୁ ମୋତେ ସୁଯୋଗ ଦେବା ପାଇଁ ବିଶ୍ୱାସ ଦେଇଛନ୍ତି। ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି। ଓସିଏରେ କିଛି ଅଭାବ ତ୍ରୁଟି ନାହିଁ, ସମସ୍ତେ ଏଠି ଖେଳି ଆଗକୁ ଯାଇ ପାରିବେ। ମୋର ଏ ନିଷ୍ପତ୍ତି ବ୍ୟକ୍ତିଗତ ବୋଲି କହିଲେ ଶୁଭ୍ରାଂଶୁ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଶୁଭ୍ରାଂଶୁ ସେନାପତି ଓଡିଶା କ୍ରିକେଟ ଛାଡିବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି,  ଶୁଭ୍ରାଂଶୁ ସେନାପତି ଆମ ରାଜ୍ୟର ଗୋଟେ ଆସେଟ। ମୁଁ ଓ ଓସିଏ ପକ୍ଷରୁ ତାଙ୍କୁ ସବୁବେଳେ ସପୋର୍ଟ ଯୋଗାଇ ଦିଆଯାଇଛି। ଚନ୍ଦ୍ରକାନ୍ତ ପଣ୍ଡିତ ମଧ୍ୟପ୍ରଦେଶ ଓ ଏକ IPL ଟିମର କୋଚ ଅଛନ୍ତି। ଯଦି ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ମାଧ୍ୟମରେ ଶୁଭ୍ରାଂଶୁଙ୍କ କ୍ୟାରିୟର ହେଇ ପାରିବ ତାହାଲେ ଆମେ ଖୁସି ହେବୁ। OCA ସବୁବେଳେ ଖେଳାଳିଙ୍କ ସାଙ୍ଗରେ ଥାଏ। OCA କୁ ମଧ୍ୟ ବାହାର ରାଜ୍ୟର ଖେଳାଳି ଓଡ଼ିଶାରେ ଖେଳିବା ପାଇଁ ଅନୁରୋଧ କରିଛନ୍ତି। କିନ୍ତି ଓସିଏ ଓଡ଼ିଶାର ଖେଳାଳିଙ୍କୁ ଖେଳିବାର ସୁଯୋଗ ଦେଇଛି। ଶୁଭ୍ରାଂଶୁଙ୍କୁ ଅଧିନାୟକ ପଦ ଦିଆଯାଇଥିଲା। ସବୁବେଳେ ଓସିଏ ଶୁଭ୍ରାଂଶୁଙ୍କ ସହିତ ଥିଲା। ଅନ୍ୟ ରାଜ୍ୟ ପାଇଁ ଖେଳିବା, ତାଙ୍କର ବ୍ୟକ୍ତିଗତ ନିଷ୍ପତି। ସେ ମୋତେ ଅନୁରୋଧ କରିଥିଲେ, NOCକୁ ଗ୍ରହଣ କରିବ ପାଇଁ। ଆମେ ଏହାକୁ ଗ୍ରହଣ କରିଛୁ। ସେ ଓଡ଼ିଶାର ପିଲା, ସେ ଓଡ଼ିଶା ପାଇଁ ଖେଳି ସଫଳତା ପାଇଛି, କିନ୍ତୁ ଏବେ ସେ ବାହାର ରାଜ୍ୟ ପାଇଁ ଖେଳିବା ପାଇଁ ଚାହୁଁଛନ୍ତି , ଯଦି ସେ ବାହାରେ ଖେଳି ଅଧିକ ସଫଳତା ପାଇବେ ତାହାଲେ ଆମେ ଖୁସି ହେବୁ।ବିସିସିଆଇ ପକ୍ଷରୁ ଏଭଳି ସିଷ୍ଟମ ରହିଛି। ଖେଳାଳି ନିଜ ରାଜ୍ୟ ପାଇଁ ଖେଳି ପାରିବ ଓ ଅନ୍ୟ ରାଜ୍ୟ ପାଇଁ ବି ଖେଳି ପାରିବ। ଏଥିରେ ଆମେ ପ୍ରତିବନ୍ଧକ ଲଗାଇ ପାରିବୁ ନାହିଁ। ଆଗାମୀ ଦିନରେ ଓଡ଼ିଶା ଟିମ ଭଲ ପଦର୍ଶନ କରିବ ବୋଲି ଆମେ ଆଶା ରଖିଛୁ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର