ଆଜିଠାରୁ କ୍ରିକେଟ ବିଶ୍ୱକପ୍‌‌: ଅଂଶଗ୍ରହଣ କରିବେ ୧୦ ଦଳ, ୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତର ଅଭିଯାନ

The Sakala Picture
Published On

ଅହମ୍ମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟ ବିଶ୍ୱକପ୍‌‌ର ତ୍ରୟୋଦଶ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମଥର ପାଇଁ ବିଶ୍ୱକପ୍‌‌ କେବଳ ଭାରତରେ ଆୟୋଜନ ହେବ। ତେଣୁ ବିଶ୍ୱକପ୍‌‌ର ସଫଳ ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ପ୍ରକାର ପ୍ରସ୍ତୁତିପର୍ବ ଶେଷ କରିଛି। ୫ରୁ ଆରମ୍ଭ ହୋଇ ବିଶ୍ୱକପ୍‌‌ ଏଥର ନଭେମ୍ବର ୧୯ ତାରିଖରେ ଶେଷ ହେବ। ୪୬ ଦିନ ଧରି ଚାଲିବାକୁ ଥିବା କ୍ରିକେଟର ଏହି ସର୍ବବୃହତ ମହାକୂମ୍ଭରେ ବିଶ୍ୱର […]

ଅହମ୍ମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟ ବିଶ୍ୱକପ୍‌‌ର ତ୍ରୟୋଦଶ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମଥର ପାଇଁ ବିଶ୍ୱକପ୍‌‌ କେବଳ ଭାରତରେ ଆୟୋଜନ ହେବ। ତେଣୁ ବିଶ୍ୱକପ୍‌‌ର ସଫଳ ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ପ୍ରକାର ପ୍ରସ୍ତୁତିପର୍ବ ଶେଷ କରିଛି। ୫ରୁ ଆରମ୍ଭ ହୋଇ ବିଶ୍ୱକପ୍‌‌ ଏଥର ନଭେମ୍ବର ୧୯ ତାରିଖରେ ଶେଷ ହେବ। ୪୬ ଦିନ ଧରି ଚାଲିବାକୁ ଥିବା କ୍ରିକେଟର ଏହି ସର୍ବବୃହତ ମହାକୂମ୍ଭରେ ବିଶ୍ୱର ଶ୍ରେଷ୍ଠ ୧୦ଟି ଦଳ ଅଂଶଗ୍ରହଣ କରିବେ। ୪୮ଟି ମ୍ୟାଚ୍‌‌ ଖେଳାଯିବା ପରେ କେଉଁ ଦଳ ଚାମ୍ପିଅନ ହେବା ତାହା ସ୍ପଷ୍ଟ ହେବ। ସବୁ ୧୦ଟି ଦଳ ଭାରତରେ ପୂର୍ବରୁ ପହଞ୍ଚି କେତୋଟି ଅଭ୍ୟାସ ମ୍ୟାଚ ଖେଳି ପ୍ରସ୍ତୁତି ଜୋରଦାର କରିଛନ୍ତି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କୁହାଯାଉଥିବା ବିସିସିଆଇ ଏହି ବିଶ୍ୱକପ୍‌‌କୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। ବିଶ୍ୱକପ୍‌‌ର ସଫଳ ଆୟୋଜନ କରି ବିସିସିଆଇ ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।

ଆହୁରି ପଢ଼ନ୍ତୁ: ଶୌଚ ହେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ

ରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତର ଅଭିଯାନ
ରାଉଣ୍ଡ ରବିନ ଓ ନକ୍‌‌ଆଉଟ୍‌‌ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଗତ ସଂସ୍କରଣର ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଗୁରୁବାର ଉଦ୍‌‌ଘାଟନୀ ମ୍ୟାଚ୍‌‌ରେ ପରସ୍ପରକୁ ଭେଟିବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌‌ ଖେଳାଯିବ। ଆୟୋଜକ ଭାରତ ୮ ତାରିଖରେ ଚେନ୍ନାଇର ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌‌ ଖେଳି ଅଭିଯାନ ଆରମ୍ଭ କରିବ। ସେହିପରି ଆସନ୍ତା ୧୪ରେ ଅହମ୍ମଦାବାଦରେ ଭାରତ ଓ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ହାଇଭୋଲ୍‌‌ଟେଜ୍‌‌ ମ୍ୟାଚ୍‌‌ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଘରୋଇ ପରିବେଶରୁ ଫାଇଦା ଉଠାଇ ତୃତୀୟଥର ପାଇଁ ଚାମ୍ପିଅନ ହେବାକୁ ପ୍ରୟାସ କରିବ।

ଅଂଶଗ୍ରହଣ କରିବେ ୧୦ ଦଳ
ଏହି ବିଶ୍ୱକପ୍‌‌ରେ ଭାରତ ସମେତ ୧୦ଟି ଦଳ ଅଂଶଗ୍ରହଣ କରିବେ। ଆୟୋଜକ ଦେଶକୁ ବାଦ୍‌‌ ଦେଲେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଟାଇଟଲ ପାଇଁ ଅବତୀର୍ଣ୍ଣ ହେବେ।

୧୦ଟି ଷ୍ଟାଡିୟମରେ ମ୍ୟାଚ୍‌‌ ଖେଳାଯିବ
ଭାରତର ଦଶଟି ସହରର ୧୦ଟି ଷ୍ଟାଡିୟମରେ ମ୍ୟାଚ୍‌‌ଗୁଡିକ ଖେଳାଯିବ। ଫାଇନାଲ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ସେହିପରି ପ୍ରଥମ ଓ ଦ୍ୱିତୀୟ ସେମିଫାଇନାଲ ଯଥାକ୍ରମେ ମୁମ୍ବଇର ୱାଙ୍ଖଡେ ଓ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହି ୩ ଷ୍ଟାଡିୟମକୁ ବାଦ୍‌‌ ଦେଲେ ବେଙ୍ଗାଲୁରୁର ଏମ୍‌‌ ଚିନ୍ନାସ୍ୱାମୀ, ଚେନ୍ନାଇ ଏମ୍‌‌ଏ ଚିଦାମ୍ବରମ, ଦିଲ୍ଲୀର ଅରୁଣ ଜେଟ୍‌‌ଲୀ, ଧର୍ମଶାଳାର ଏଚ୍‌‌ପିସିଏ, ହାଇଦରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ, ଲକ୍ଷ୍ନୌର ଏକନା, ପୁଣେର ମହରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମ୍ୟାଚ୍‌‌ଗୁଡିକ ଖେଳାଯିବ।

ଭାରତ ଏକକ ଆୟୋଜକ
ଭାରତ ପ୍ରଥମଥର ପାଇଁ ଏକକ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଅବଶ୍ୟ ପୂର୍ବରୁ ଅନ୍ୟ ଦେଶଗୁଡିକ ସହ ଭାରତ ୩ଥର ମିଳିତ ଭାବେ ବିଶ୍ୱକପ ଆୟୋଜନ କରିଥିଲା। ୧୯୮୭, ୧୯୯୬ ଓ ୨୦୧୧ରେ ଭାରତ ତାଙ୍କ ପଡୋଶୀ ଦେଶଗୁଡିକ ସହ ମିଳିତ ଭାବେ ବିଶ୍ୱକପ ସଫଳତାର ସହ ଆୟୋଜନ କରିଥିଲା।

ତୃତୀୟ ଟାଇଟଲ ଲକ୍ଷ୍ୟରେ ଭାରତ
ଭାରତ ୨୦୧୧ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଘରୋଇ ପରିବେଶରେ ଟାଇଟଲ ହାସଲ କରି ଦ୍ୱିତୀୟଥର ପାଇଁ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ପୂର୍ବରୁ ୧୯୮୩ରେ କପିଳଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ପାଇଁ ବାଜି ମାରିଥିଲା। ରୋହିତଙ୍କ ନେତୃତ୍ୱରେ ଭାରତ ଏଥର ତୃତୀୟଥର ପାଇଁ ଚାମ୍ପିଅନ ହେବା ଲକ୍ଷ୍ୟରେ ରହିଛି। ସୁପରଷ୍ଟାର ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା କ୍ୟାରିୟରର ଅନ୍ତିମ ବିଶ୍ୱକପ୍‌‌ ଖେଳିବେ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏହି ଦୁଇ ବ୍ୟାଟର ସମସ୍ତଙ୍କ ନଜରରେ ରହିଛନ୍ତି। ସେହିପରି ଭବିଷ୍ୟତର ସୁପରଷ୍ଟାର କୁହାଯାଉଥିବା ଯୁବ ବ୍ୟାଟର ଶୁବମାନ ଗିଲ ମଧ୍ୟ ସମସ୍ତଙ୍କ ନଜରରେ ରହିଛନ୍ତି।

ହାଇସ୍କୋରିଂ ହେବ ବିଶ୍ୱକପ୍‌‌
ଏହି ବିଶ୍ୱକପ୍‌‌ ହାଇସ୍କୋରିଂ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ସବୁ ମ୍ୟାଚ୍‌‌ରେ ଛକା ଓ ଚୌକା ବର୍ଷାରେ ଦର୍ଶକମାନେ ମନୋରଞ୍ଜନର ଭରପୁର ଖୋରାକ ପାଇବେ। ଉପମହାଦେଶୀୟ ପିଚ୍‌‌ ଅବଶ୍ୟ ସ୍ପିନରଙ୍କୁ ସୁହାଇବ। ଦ୍ରୁତ ବୋଲରମାନେ ପରୀକ୍ଷାର ସମ୍ମୁଖୀନ ହେବେ। ଧର୍ମଶାଳା ଭଳି କେତୋଟି ପିଚ୍‌‌କୁ ବାଦ୍‌‌ ଦେଲେ ସବୁମ୍ୟାଚ୍‌‌ରେ ବ୍ୟାଟରଙ୍କ କମାଲ ଦେଖିବାକୁ ମିଳିବ। ତେଣୁ ବ୍ୟାଟିଂରେ ଏଥର କେତୋଟି ବିଶ୍ୱରେକର୍ଡ ସୃଷ୍ଟି ହେବା ନିଶ୍ଚିତ ମନେ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp