କ୍ରିକେଟ ଖେଳ ଓ ଖେଳାଳିଙ୍କ ଲାଗି ଶୁଭ ଖବର: ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ !

The Sakala Picture
Published On

ଲୌସାନେ: କ୍ରିକେଟ ଖେଳ ଓ ଖେଳାଳିଙ୍କ ଲାଗି ଏକ ଶୁଭ ଖବର। ବିଶ୍ୱର ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୨୦୨୮ ସଂସ୍କରଣରେ ଏହି ଖେଳକୁ ସାମିଲ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ୨୦୨୮ରେ ଲସଏଞ୍ଜେଲ୍ସ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜିତ ହେବ। ଏହି କ୍ରୀଡ଼ା ଲାଗି କ୍ରିକେଟ ସମେତ ୮ଟି ଖେଳକୁ ସାମିଲ କରିବା ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି ପ୍ରସ୍ତାବ ରଖିଛି। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି (ଆଇସିସି)କୁ ନିଜ ଖେଳ ସମ୍ପର୍କରେ ସବିଶେଷ […]

ଲୌସାନେ: କ୍ରିକେଟ ଖେଳ ଓ ଖେଳାଳିଙ୍କ ଲାଗି ଏକ ଶୁଭ ଖବର। ବିଶ୍ୱର ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୨୦୨୮ ସଂସ୍କରଣରେ ଏହି ଖେଳକୁ ସାମିଲ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ୨୦୨୮ରେ ଲସଏଞ୍ଜେଲ୍ସ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜିତ ହେବ। ଏହି କ୍ରୀଡ଼ା ଲାଗି କ୍ରିକେଟ ସମେତ ୮ଟି ଖେଳକୁ ସାମିଲ କରିବା ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି ପ୍ରସ୍ତାବ ରଖିଛି। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି (ଆଇସିସି)କୁ ନିଜ ଖେଳ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିବାକୁ ଆମନ୍ତ୍ରଣ ଜଣାଇଛି। ଏହି ଖେଳକୁ କାହିଁକି ଅଲିମ୍ପିକ୍ସରେ ସାମିଲ କରାଯିବ ସେ ସମ୍ପର୍କରେ ଆଇସିସି ଏକ ଚିଠା ଆଇଓସିକୁ ଦେବ। କିନ୍ତୁ ଏହି ଖେଳକୁ ଲସ୍‍ଏଞ୍ଜେଲ୍ସ ଅଲିମ୍ପିକ୍ସରେ ସାମିଲ କରାଯିବ କି ନାହିଁ ତାହା ମୁମ୍ବାଇରେ ୨୦୨୩ ମଧ୍ୟଭାଗରେ ହେବାକୁ ଥିବା ଆଇଓସି ସେସନ୍‍ରେ ଘୋଷଣା କରାଯିବ। ଅନ୍ୟ ଯେଉଁ ୮ଟି ଖେଳ ସମ୍ପର୍କରେ ଆଲୋଚନା ହେବ ତାହା ହେଉଛି ବେସ୍‍ବଲ/ ସଫ୍ଟବଲ, ଫ୍ଲାଗ୍‍ ଫୁଟବଲ, ଲାକ୍ରୋସେ, ବ୍ରେକ୍‍ ଡ୍ୟାନ୍ସିଂ, କରାଟେ, କିକ୍‍ ବକ୍ସିଂ, ସ୍କ୍ୱାଶ୍‍ ଓ ମୋଟୋରସ୍ପୋର୍ଷ୍ଟ।

ଆହୁରି ପଢ଼ନ୍ତୁ: ଏସିଆରେ ଭାରତର ଦବଦବା, କିନ୍ତୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଏବେ ଅସଲ ଆହ୍ୱାନ

ଚଳିତବର୍ଷ ଫେବୃଆରୀ ମାସରେ ଲସ୍‍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ୨୮ଟି ଖେଳକୁ ସାମିଲ କରାଯିବ ବୋଲି ଆଇଓସି ଘୋଷଣା କରିଥିଲା। କିନ୍ତୁ ବିଶ୍ୱର ଯୁବ ପିଢ଼ିଙ୍କୁ ଆଖିଆଗରେ ରଖି କିଛି ନୂଆ ଖେଳକୁ ସାମିଲ କରାଯିବାର ସମ୍ଭାବନାକୁ ଏଡ଼ାଇଦେଇ ହେବ ନାହିଁ ବୋଲି ଆଇଓସି ପକ୍ଷରୁ କୁହାଯାଇଥିଲା। ସୂଚନାଯୋଗ୍ୟ ୧୯୦୦ ପ୍ୟାରିସ୍‍ ଅଲିମ୍ପିକ୍ସରେ ଥରେ ମାତ୍ର କ୍ରିକେଟ ଖେଳାଯାଇଥିଲା। ଏଥିରେ କେବଳ ଗ୍ରେଟବ୍ରିିଟେନ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଅଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ବରୁଣ ଚକ୍ରବର୍ତ୍ତୀ, ଏସୀୟ କ୍ରୀଡ଼ା ଖେଳିବା ନେଇ ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର