ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍, ଟି-୨୦ ଫର୍ମାଟକୁ ମିଳିଲା ଅନୁମୋଦନ

The Sakala Picture
Published On

ମୁମ୍ବାଇ: କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ଅଲିମ୍ପିକ୍ସରେ ପୁଣି ଥରେ ସାମିଲ ହେଲା କ୍ରିକେଟ। ୧୨୮ ବର୍ଷ ପରେ ଅଲିମ୍ପିକ୍ ଇତିହାସରେ ପରିବର୍ତ୍ତନ କରାଯାଇ ପୁଣିଥରେ କ୍ରିକେଟକୁ ସାମିଲ କରାଯାଇଛି। ମୁମ୍ବାଇରେ ଆୟୋଜିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ବୈଠକରେ ଏହି ନିଷ୍ପତି ନିଆଯାଇଛି । ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଅଲିମ୍ପିକ୍ସ ପାଇଁ ଟି-୨୦ ଫର୍ମାଟକୁ ଅନୁମୋଦନ ମିଳିଛି । କ୍ରିକେଟ୍ ବ୍ୟତୀତ ସ୍କ୍ୱାସ୍, […]

ମୁମ୍ବାଇ: କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ଅଲିମ୍ପିକ୍ସରେ ପୁଣି ଥରେ ସାମିଲ ହେଲା କ୍ରିକେଟ। ୧୨୮ ବର୍ଷ ପରେ ଅଲିମ୍ପିକ୍ ଇତିହାସରେ ପରିବର୍ତ୍ତନ କରାଯାଇ ପୁଣିଥରେ କ୍ରିକେଟକୁ ସାମିଲ କରାଯାଇଛି। ମୁମ୍ବାଇରେ ଆୟୋଜିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ବୈଠକରେ ଏହି ନିଷ୍ପତି ନିଆଯାଇଛି । ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଅଲିମ୍ପିକ୍ସ ପାଇଁ ଟି-୨୦ ଫର୍ମାଟକୁ ଅନୁମୋଦନ ମିଳିଛି । କ୍ରିକେଟ୍ ବ୍ୟତୀତ ସ୍କ୍ୱାସ୍, ବେସବଲ୍ / ସଫ୍ଟବଲ୍, ଲାକ୍ରୋସ୍ ଏବଂ ଫ୍ଲାଗ୍ ଫୁଟବଲକୁ ମଧ୍ୟ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ଆଇଓସିର ୧୪୧ ତମ ଅଧିବେଶନରେ ନିଷ୍ପତ୍ତି ହୋଇଛି ।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ଲସ୍ ଆଞ୍ଜେଲସ୍ -୨୮ ଆୟୋଜକ କମିଟି ସୁପାରିସ କରିଥିବା ପାଞ୍ଚଟି କ୍ରୀଡାକୁ ସାମିଲ କରିବା ପ୍ରସ୍ତାବ ଉପରେ‌ ସୋମବାର ଭୋଟିଂ ହୋଇଥିଲା । ଆଇଓସିର ୯୯ ସଦସ୍ୟଙ୍କ ମଧ୍ୟରୁ କେବଳ ଦୁଇଜଣ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ଭୋଟିଂ ପରେ ଆଇଓସି ସଭାପତି ଥୋମାସ୍ ବାକ୍ ଅନ୍ୟ କ୍ରୀଡ଼ା ସହିତ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିବା ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

ଏହି ଖବର କ୍ରିକେଟପ୍ରେମୀ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଲାଗି ଖୁସି ଆଣିଦେଇଛି। କ୍ରିକେଟ୍ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସାମିଲ ହୋଇସାରିଛି । ହେଲେ ଅଲିମ୍ପିକ୍ସ ପାଇଁ ଆଇସିସି ଦୀର୍ଘ ଦୁଇବର୍ଷ ହେଲା ଯେଉଁ ପ୍ରଚେଷ୍ଟା କରିଆସୁଥିଲା ତାହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି। ଅଲିମ୍ପିକ୍‌‌ ସହ କ୍ରିକେଟର ସମ୍ପର୍କ ବହୁ ପୁରୁଣା। ୧୯୦୦ ପ୍ୟାରିସ୍‌‌ ଅଲିମ୍ପିକ୍ସରେ ପ୍ରଥମ ତଥା ଶେଷଥର ଲାଗି କ୍ରିକେଟ ଖେଳାଯାଇଥିଲା।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

16 Oct 2023 By The Sakala

ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ୍, ଟି-୨୦ ଫର୍ମାଟକୁ ମିଳିଲା ଅନୁମୋଦନ

ମୁମ୍ବାଇ: କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ଅଲିମ୍ପିକ୍ସରେ ପୁଣି ଥରେ ସାମିଲ ହେଲା କ୍ରିକେଟ। ୧୨୮ ବର୍ଷ ପରେ ଅଲିମ୍ପିକ୍ ଇତିହାସରେ ପରିବର୍ତ୍ତନ କରାଯାଇ ପୁଣିଥରେ କ୍ରିକେଟକୁ ସାମିଲ କରାଯାଇଛି। ମୁମ୍ବାଇରେ ଆୟୋଜିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ବୈଠକରେ ଏହି ନିଷ୍ପତି ନିଆଯାଇଛି । ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଅଲିମ୍ପିକ୍ସ ପାଇଁ ଟି-୨୦ ଫର୍ମାଟକୁ ଅନୁମୋଦନ ମିଳିଛି । କ୍ରିକେଟ୍ ବ୍ୟତୀତ ସ୍କ୍ୱାସ୍, ବେସବଲ୍ / ସଫ୍ଟବଲ୍, ଲାକ୍ରୋସ୍ ଏବଂ ଫ୍ଲାଗ୍ ଫୁଟବଲକୁ ମଧ୍ୟ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ଆଇଓସିର ୧୪୧ ତମ ଅଧିବେଶନରେ ନିଷ୍ପତ୍ତି ହୋଇଛି ।

ଲସ୍ ଆଞ୍ଜେଲସ୍ -୨୮ ଆୟୋଜକ କମିଟି ସୁପାରିସ କରିଥିବା ପାଞ୍ଚଟି କ୍ରୀଡାକୁ ସାମିଲ କରିବା ପ୍ରସ୍ତାବ ଉପରେ‌ ସୋମବାର ଭୋଟିଂ ହୋଇଥିଲା । ଆଇଓସିର ୯୯ ସଦସ୍ୟଙ୍କ ମଧ୍ୟରୁ କେବଳ ଦୁଇଜଣ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ଭୋଟିଂ ପରେ ଆଇଓସି ସଭାପତି ଥୋମାସ୍ ବାକ୍ ଅନ୍ୟ କ୍ରୀଡ଼ା ସହିତ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିବା ଘୋଷଣା କରିଥିଲେ।

ଏହି ଖବର କ୍ରିକେଟପ୍ରେମୀ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଲାଗି ଖୁସି ଆଣିଦେଇଛି। କ୍ରିକେଟ୍ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସାମିଲ ହୋଇସାରିଛି । ହେଲେ ଅଲିମ୍ପିକ୍ସ ପାଇଁ ଆଇସିସି ଦୀର୍ଘ ଦୁଇବର୍ଷ ହେଲା ଯେଉଁ ପ୍ରଚେଷ୍ଟା କରିଆସୁଥିଲା ତାହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି। ଅଲିମ୍ପିକ୍‌‌ ସହ କ୍ରିକେଟର ସମ୍ପର୍କ ବହୁ ପୁରୁଣା। ୧୯୦୦ ପ୍ୟାରିସ୍‌‌ ଅଲିମ୍ପିକ୍ସରେ ପ୍ରଥମ ତଥା ଶେଷଥର ଲାଗି କ୍ରିକେଟ ଖେଳାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର