ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପୁଣି ଏକ ପଦକ, ଭାରୋତ୍ତୋଳନରେ ବ୍ରୋଞ୍ଜ ଜିତିଲେ ଗୁରୁରାଜ ପୂଜାରୀ

The Sakala Picture
Published On

ବର୍ମିଂହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସଫଳତା । ଭାରୋତ୍ତଳନର ପୁରୁଷ ୬୧ କିଲୋ ବର୍ଗରେ ଗୁରୁରାଜ ପୁଜାରୀ ବ୍ରୋଞ୍ଜ ପଦକ ହାସଲ କରି ଭାରତକୁ ଦ୍ୱିତୀୟ ପଦକ ଦେଇଛନ୍ତି । ଭାରୋତ୍ତଳନରେ ପ୍ରଥମେ ଦେଶକୁ ରୌପ୍ୟ ପଦକ ଭେଟିଦେଇଥିଲେ ସଙ୍କେତ ସରଗର । ବ୍ରୋଞ୍ଜ ଭେଟିଦେଲେ ଗୁରୁରାଜ ପୁଜାରୀ । ଗୁରୁରାଜ ୨୬୯ କିଲୋର ଓଜନ ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂଜାରୀ ପ୍ରଥମ ସ୍ନେଚରେ ୧୧୮ କିଲୋ ଓ ଦ୍ୱିତୀୟ […]

ବର୍ମିଂହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସଫଳତା । ଭାରୋତ୍ତଳନର ପୁରୁଷ ୬୧ କିଲୋ ବର୍ଗରେ ଗୁରୁରାଜ ପୁଜାରୀ ବ୍ରୋଞ୍ଜ ପଦକ ହାସଲ କରି ଭାରତକୁ ଦ୍ୱିତୀୟ ପଦକ ଦେଇଛନ୍ତି । ଭାରୋତ୍ତଳନରେ ପ୍ରଥମେ ଦେଶକୁ ରୌପ୍ୟ ପଦକ ଭେଟିଦେଇଥିଲେ ସଙ୍କେତ ସରଗର । ବ୍ରୋଞ୍ଜ ଭେଟିଦେଲେ ଗୁରୁରାଜ ପୁଜାରୀ । ଗୁରୁରାଜ ୨୬୯ କିଲୋର ଓଜନ ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂଜାରୀ ପ୍ରଥମ ସ୍ନେଚରେ ୧୧୮ କିଲୋ ଓ ଦ୍ୱିତୀୟ ଥର ୧୫୧ କିଲୋର ଭାରୋତ୍ତଳନ କରିଥିଲେ । ପୁଜାରୀ କମନ ୱେଲ୍ଥ ଗେମରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପଦକ ଜିତିଛନ୍ତି । ମାଲେଶିଆର ମହମ୍ମଦ ଅଞ୍ଜିଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ନ୍ୟୁ ଗିନିର ମୋରେ ବାୟୁ ରୌପ୍ୟ ପଦକ ହାସଲ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଟବଲରୁ ଲିଓନେଲ୍ ମେସିଙ୍କ ଅବସର ଘୋଷଣା: ୨୦ ବର୍ଷର ଐତିହାସିକ କ୍ୟାରିୟରରେ ପଡିଲା ପୂର୍ଣ୍ଣଚ୍ଛେଦ

୨୯ ବର୍ଷୀୟ ଗୁରୁରାଜ ପୂଜାରୀଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଦ୍ୱିତୀୟ ପଦକ। ୨୦୧୮ର ଗୋଲ୍ଡକୋଷ୍ଟ୍‍ ଗେମ୍ସରେ ମଧ୍ୟ ସେ ପଦକ ନିଜ କାମରେ କରିଥିଲେ। ସେତେବେଳେ ସେ ରୌପ୍ୟ ପଦକ ଜିତିଥିଲେ।

ଆହୁରି ପଢ଼ନ୍ତୁ: ଭାରତରେ 'ଖୋ ଖୋ' ର ପ୍ରଗତିକୁ ସୁଦୃଢ଼ କରୁଛି ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜୁନିଅର ଖୋ ଖୋ ଚାମ୍ପିଅନସିପ ୨୦୨୬

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର