ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ବ୍ୟାଡମିଣ୍ଟନ ଡବଲ୍ସରେ ସାତ୍ୱିକ-ଚିରାଗଙ୍କୁ ସ୍ୱର୍ଣ୍ଣ, ଟିଟିରେ ଅଚନ୍ତା ଜିତିଲେ ସ୍ୱର୍ଣ୍ଣ

The Sakala Picture
Published On

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ବର୍ଷା ହେଉଛି। ଶେଷ ଦିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ଆଜି ଦେଶ ପାଇଁ ଭାରତୀୟ ଖେଳାଳି ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ। ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍‌। ଆଉ ଏହା ପରେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ […]

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ବର୍ଷା ହେଉଛି। ଶେଷ ଦିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ଆଜି ଦେଶ ପାଇଁ ଭାରତୀୟ ଖେଳାଳି ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ। ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍‌। ଆଉ ଏହା ପରେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଯୋଡ଼ି। ଏହା ସହିତ ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବ୍ୟାଡମିଣ୍ଟନରେ ତିନିଟି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ଆଜି ଅନ୍ୟ ଏକ ସ୍ୱର୍ଣ୍ଣ ପଦକ ଆସିଛି ଟେବୁଲ୍ ଟେନିସ୍‌ରୁ। ଏହାକୁ ଜିତିଛନ୍ତି ଦେଶର ଖେଳାଳି ଅଚନ୍ତା ଶରତ କମଳ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ବ୍ୟାଡ଼ମିଣ୍ଟନ ପୁରୁଷ ଡବଲ୍ସରେ  ସାତ୍ୱିକ ଓ ଚିରାଗଙ୍କ ଯୋଡି ଫାଇନାଲରେ ଇଂଲଣ୍ଡର ଲେନ ବେନ ଓ ସିନ ମେଣ୍ଡିଙ୍କୁ ୨୧-୧୫, ୨୧-୧୩ରେ ମାତ ଦେଇଥିଲେ । ସାତ୍ୱିକ ଓ ଚିରାଗଙ୍କ ଯୋଡି ସେମିଫାଇନାଲରେ ମାଲେସିୟାର ଚେନ ପେଙ୍ଗ ସୁନ ଓ ଟେନ କିୟାନ ମେଙ୍ଗଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଥିଲେ ।ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ଦେଶ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ପାଇଛି। ୪୫ ମିନିଟ୍ ପର୍ୟ୍ୟନ୍ତ ଏହି ମୁକାବିଲା ଚାଲିଥିଲା। ଏଥିରେ ସାତ୍ୱିକସାଇରାଜ ଓ ଚିରାଗ ଦମ୍‌ଦାର ପ୍ରଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଅନ୍ୟପକ୍ଷରେ ଟେବୁଲ ଟେନିସ୍‌ ପୁରୁଷ ଏକକ ବର୍ଗରେ ଭାରତର ୪୦ ବର୍ଷୀୟ ଅଚନ୍ତା ଶରତ କମଳ ଇଂଲଣ୍ଡର ଲିୟାମ ପିଚଫୋର୍ଡଙ୍କଠାରୁ ୧୧-୧୩, ୧୧-୭, ୧୧-୨ ଓ ୧୧-୭ରେ ଜିତିଥିଲେ।ଏବେ ଯାଏଁ ଭାରତ ୬୦ ପଦକ ପାଇ ସାରିଲାଣି । ସେଥିରେ ୨୨ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି । ଆଜି ଗୋଟିଏ ଦିନରେ ଭାରତ ମୋଟ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହାସହ ଟେବୁଲ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

08 Aug 2022 By The Sakala

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ବ୍ୟାଡମିଣ୍ଟନ ଡବଲ୍ସରେ ସାତ୍ୱିକ-ଚିରାଗଙ୍କୁ ସ୍ୱର୍ଣ୍ଣ, ଟିଟିରେ ଅଚନ୍ତା ଜିତିଲେ ସ୍ୱର୍ଣ୍ଣ

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ବର୍ଷା ହେଉଛି। ଶେଷ ଦିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ଆଜି ଦେଶ ପାଇଁ ଭାରତୀୟ ଖେଳାଳି ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ। ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍‌। ଆଉ ଏହା ପରେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଯୋଡ଼ି। ଏହା ସହିତ ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବ୍ୟାଡମିଣ୍ଟନରେ ତିନିଟି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ଆଜି ଅନ୍ୟ ଏକ ସ୍ୱର୍ଣ୍ଣ ପଦକ ଆସିଛି ଟେବୁଲ୍ ଟେନିସ୍‌ରୁ। ଏହାକୁ ଜିତିଛନ୍ତି ଦେଶର ଖେଳାଳି ଅଚନ୍ତା ଶରତ କମଳ।

ବ୍ୟାଡ଼ମିଣ୍ଟନ ପୁରୁଷ ଡବଲ୍ସରେ  ସାତ୍ୱିକ ଓ ଚିରାଗଙ୍କ ଯୋଡି ଫାଇନାଲରେ ଇଂଲଣ୍ଡର ଲେନ ବେନ ଓ ସିନ ମେଣ୍ଡିଙ୍କୁ ୨୧-୧୫, ୨୧-୧୩ରେ ମାତ ଦେଇଥିଲେ । ସାତ୍ୱିକ ଓ ଚିରାଗଙ୍କ ଯୋଡି ସେମିଫାଇନାଲରେ ମାଲେସିୟାର ଚେନ ପେଙ୍ଗ ସୁନ ଓ ଟେନ କିୟାନ ମେଙ୍ଗଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଥିଲେ ।ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ଦେଶ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ପାଇଛି। ୪୫ ମିନିଟ୍ ପର୍ୟ୍ୟନ୍ତ ଏହି ମୁକାବିଲା ଚାଲିଥିଲା। ଏଥିରେ ସାତ୍ୱିକସାଇରାଜ ଓ ଚିରାଗ ଦମ୍‌ଦାର ପ୍ରଦର୍ଶନ କରିଥିଲେ।

ଅନ୍ୟପକ୍ଷରେ ଟେବୁଲ ଟେନିସ୍‌ ପୁରୁଷ ଏକକ ବର୍ଗରେ ଭାରତର ୪୦ ବର୍ଷୀୟ ଅଚନ୍ତା ଶରତ କମଳ ଇଂଲଣ୍ଡର ଲିୟାମ ପିଚଫୋର୍ଡଙ୍କଠାରୁ ୧୧-୧୩, ୧୧-୭, ୧୧-୨ ଓ ୧୧-୭ରେ ଜିତିଥିଲେ।ଏବେ ଯାଏଁ ଭାରତ ୬୦ ପଦକ ପାଇ ସାରିଲାଣି । ସେଥିରେ ୨୨ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି । ଆଜି ଗୋଟିଏ ଦିନରେ ଭାରତ ମୋଟ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହାସହ ଟେବୁଲ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର