ଶେଷ ବଲରେ ବାଜି ମାରିଲା ଚେନ୍ନାଇ ସୁପର କିଙ୍ଗସ, ୫ମ ଥର ପାଇଁ ଜିତିଲା ଆଇପିଏଲ ଟାଇଟଲ

The Sakala Picture
Published On

ଅହମ୍ମଦାବାଦ: ଆଇପିଏଲ-୨୦୨୩ ର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ । ଶେଷ ବଲରେ ଗୁଜରାଟକୁ ହରାଇ ୫ମ ଥର ଟାଇଟଲ୍ ଜିତିଲା ଚେନ୍ନାଇ ସୁପର କିଙ୍ଗସ । ବର୍ଷା ବାଧାପ୍ରାପ୍ତ ଆଇପିଏଲ ଫାଇନାଲ ମ୍ୟାଚରେ ଗୁଜୁରାଟକୁ ୫ ୱିକେଟରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ ଟାଇଟଲ ଜିତିଛି। ଚେନ୍ନାଇ ଟିମ DLS ନିୟମ ଅନୁଯାୟୀ ଗୁଜରାଟକୁ ହରାଇଛି। ଆଇପିଏଲ ଇତିହାସରେ ସର୍ବାଧିକ ୫ ଥର ଚାମ୍ପିଅନ ହେବାର ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ସହ ସମକକ୍ଷ […]

ଅହମ୍ମଦାବାଦ: ଆଇପିଏଲ-୨୦୨୩ ର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ । ଶେଷ ବଲରେ ଗୁଜରାଟକୁ ହରାଇ ୫ମ ଥର ଟାଇଟଲ୍ ଜିତିଲା ଚେନ୍ନାଇ ସୁପର କିଙ୍ଗସ । ବର୍ଷା ବାଧାପ୍ରାପ୍ତ ଆଇପିଏଲ ଫାଇନାଲ ମ୍ୟାଚରେ ଗୁଜୁରାଟକୁ ୫ ୱିକେଟରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ ଟାଇଟଲ ଜିତିଛି। ଚେନ୍ନାଇ ଟିମ DLS ନିୟମ ଅନୁଯାୟୀ ଗୁଜରାଟକୁ ହରାଇଛି। ଆଇପିଏଲ ଇତିହାସରେ ସର୍ବାଧିକ ୫ ଥର ଚାମ୍ପିଅନ ହେବାର ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ସହ ସମକକ୍ଷ ହୋଇଛି ଚେନ୍ନାଇ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଶେଷ ବଲ ପର୍ଯ୍ୟନ୍ତ ସଂଘର୍ଷ କରି ଅତି ରୋମାଞ୍ଚକର ରୋମାଞ୍ଚକର ମୁକାବିଲାରେ ଗୁଜରାଟକୁ ୫ ବିକେଟରେ ହରାଇ ୫ ଥର ପାଇଁ IPL ଚାମ୍ପିୟନ ହୋଇଛି ଧୋନି ବାହିନୀ । ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ଛକା ଓ ଚୌକା ମାରି ସାର ଜାଡେଜା ଚେନ୍ନାଇକୁ ଆଇପିଏଲ ଟାଇଟଲର ଚାମ୍ପିଅନ ବନାଇଛନ୍ତି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ସାଇ ସୁଦର୍ଶନଙ୍କ ୯୬ ରନ ଏବଂ ଋଦ୍ଧିମାନ ଶାହାଙ୍କ ୫୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୪ ରନ କରିଥିଲା। ଜବାବରେ ଚେନ୍ନାଇ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୧୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶେଷ ୨ଟି ବଲରେ ଛକା ଏବଂ ଚୌକା ମାରି ରବୀନ୍ଦ୍ର ଜାଡେଜା ଚେନ୍ନାଇକୁ ଅବିସ୍ମରଣୀୟ ବିଜୟ ଦେବା ସହ ଦଳକୁ ଚାମ୍ପିଅନ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର