ଚାମ୍ପିଅନ୍ସ ଟ୍ରଫି: ବାଂଲାଦେଶକୁ ୬ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

The Sakala Picture
Published On

ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କଲା ଭାରତ । ଦୁବାଇଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦେଇଥିବା ୨୨୯ ରନର ଟାର୍ଗେଟକୁ ୪୬.୩ ଓଭରରେ ୨୩୧/୪ ରନ କରି ଜିତିନେଇଛି ରୋହିତ ବାହିନୀ । ଭାରତ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଶୁବମାନ ଗିଲ୍‌ ଶେଷ ପର୍ଯ୍ୟନ୍ତ ପଡିଆରେ […]

ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କଲା ଭାରତ । ଦୁବାଇଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦେଇଥିବା ୨୨୯ ରନର ଟାର୍ଗେଟକୁ ୪୬.୩ ଓଭରରେ ୨୩୧/୪ ରନ କରି ଜିତିନେଇଛି ରୋହିତ ବାହିନୀ । ଭାରତ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଶୁବମାନ ଗିଲ୍‌ ଶେଷ ପର୍ଯ୍ୟନ୍ତ ପଡିଆରେ ରହି ୧୦୧ ରନ କରିବା ସହ ଟିମ ଇଣ୍ଡିଆର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଅଧିନାୟକ ରୋହିତ ଶର୍ମା ୪୨ରନ କରିଥିବାବେଳେ ଲୋକେଶ ରାହୁଲ ମଧ୍ୟ ୪୧ ରନ କରି ଅପରାଜିତା ରହିଥିଲେ । ବିରାଟ କୋହଲି ୨୨ ରନ କରିଥିଲେ ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନିଂ କରିବାକୁ ଆସିଥିବା ତାନଜିଦ ହାସନ ୨୫ ରନ ଓ ମେହଦୀ ହାସନ ମିରାଜ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବାଂଲାଦେଶ ଟିମ୍ ଭାରତୀୟ ବୋଲିଂରେ ଧରାଶାୟୀ ହୋଇପଡ଼ିଥିଲା। ପରେ ପାରିକୁ ତୋହିଦ ହୃଦୟ ଓ ଜାକିର ଅଲି ଅନିକ ସମ୍ଭାଳିଥିଲେ। ଜାକିର ଅଲି ୧୧୪ ବଲରେ ୬୮ ରନରେ ଆଉଟ ହୋଇଥିଲେ। ରିସାଦ ହୋସେନ ୧୨ ବଲରେ ୧୮ରନ କରି ଆଉଟ ହେଇଥିଲେ। ତୋହିଦ ହୃଦୟ ଏକ ଶତକୀୟ ଇଂଲିସ ଖେଳିଥିଲେ। ୧୧୮ ବଲରେ ୧୦୦ ରନର କରି ତୋହିଦ ଆଉଟ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

20 Feb 2025 By The Sakala

ଚାମ୍ପିଅନ୍ସ ଟ୍ରଫି: ବାଂଲାଦେଶକୁ ୬ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କଲା ଭାରତ । ଦୁବାଇଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦେଇଥିବା ୨୨୯ ରନର ଟାର୍ଗେଟକୁ ୪୬.୩ ଓଭରରେ ୨୩୧/୪ ରନ କରି ଜିତିନେଇଛି ରୋହିତ ବାହିନୀ । ଭାରତ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଶୁବମାନ ଗିଲ୍‌ ଶେଷ ପର୍ଯ୍ୟନ୍ତ ପଡିଆରେ ରହି ୧୦୧ ରନ କରିବା ସହ ଟିମ ଇଣ୍ଡିଆର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଅଧିନାୟକ ରୋହିତ ଶର୍ମା ୪୨ରନ କରିଥିବାବେଳେ ଲୋକେଶ ରାହୁଲ ମଧ୍ୟ ୪୧ ରନ କରି ଅପରାଜିତା ରହିଥିଲେ । ବିରାଟ କୋହଲି ୨୨ ରନ କରିଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନିଂ କରିବାକୁ ଆସିଥିବା ତାନଜିଦ ହାସନ ୨୫ ରନ ଓ ମେହଦୀ ହାସନ ମିରାଜ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବାଂଲାଦେଶ ଟିମ୍ ଭାରତୀୟ ବୋଲିଂରେ ଧରାଶାୟୀ ହୋଇପଡ଼ିଥିଲା। ପରେ ପାରିକୁ ତୋହିଦ ହୃଦୟ ଓ ଜାକିର ଅଲି ଅନିକ ସମ୍ଭାଳିଥିଲେ। ଜାକିର ଅଲି ୧୧୪ ବଲରେ ୬୮ ରନରେ ଆଉଟ ହୋଇଥିଲେ। ରିସାଦ ହୋସେନ ୧୨ ବଲରେ ୧୮ରନ କରି ଆଉଟ ହେଇଥିଲେ। ତୋହିଦ ହୃଦୟ ଏକ ଶତକୀୟ ଇଂଲିସ ଖେଳିଥିଲେ। ୧୧୮ ବଲରେ ୧୦୦ ରନର କରି ତୋହିଦ ଆଉଟ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ।

https://www.thesakala.in/sports/champions-trophy-2025-india-won-by-6-wickets-against-bangladesh/article-38839
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର