ସେଞ୍ଚୁରିଅନରେ ଭାରତର ଦମଦାର ବିଜୟ, ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ହରାଇଲା ଟିମ୍ ଇଣ୍ଡିଆ

The Sakala Picture
Published On

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାରେ ଭାରତର ଦମଦାର ବିଜୟ । ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଛି ଭାରତ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଉକ୍ତ ଟେଷ୍ଟରେ ଭାରତ ୧୧୩ ରନରେ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଛି । ଭାରତ ପ୍ରଦତ୍ତ ୩୦୫ ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଦିବସର ଲଞ୍ଚ୍ ବିରତି ପରେ ୧୯୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତୀୟ ବୋଲିଂ ଆଟାକର ସାମ୍ନା କରି […]

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାରେ ଭାରତର ଦମଦାର ବିଜୟ । ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଛି ଭାରତ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଉକ୍ତ ଟେଷ୍ଟରେ ଭାରତ ୧୧୩ ରନରେ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଛି । ଭାରତ ପ୍ରଦତ୍ତ ୩୦୫ ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଦିବସର ଲଞ୍ଚ୍ ବିରତି ପରେ ୧୯୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତୀୟ ବୋଲିଂ ଆଟାକର ସାମ୍ନା କରି ନ ପାରି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ମାତ୍ର ୧୯୧ ରନ କରି ଅଲଆଉଟ ହୋଇଯାଇଥିଲେ । ସେଞ୍ଚୁରିଅନରେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ ବିଜୟ । ଏହି ବିଜୟ ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ସେଞ୍ଚୁରିଅନ ହେଉଛି ୫୬ତମ ଗ୍ରାଉଣ୍ଡ ଯେଉଁଠାରେ ଟିମ୍ ଇଣ୍ଡିଆ ଏକ ଟେଷ୍ଟ ମ୍ୟାଚ୍ ଜିତିଛି । ଏହା ସହ ଭାରତ ସର୍ବାଧିକ ଗ୍ରାଉଣ୍ଡରେ ଟେଷ୍ଟ ଜିତି ଅଷ୍ଟ୍ରେଲିଆର ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ୧୯୭ରେ ଅଲଆଉଟ କରିବା ପରେ ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ କରିଥିଲେ । ଭାରତ ୧୭୪ ରନ କରି ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନର ବିଜୟ ଲକ୍ଷ୍ୟ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ତିନୋଟି ଲେଖାଏଁ ଓ୍ୱିକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଦମଦାର ଶତକ ପାଇଁ କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

30 Dec 2021 By The Sakala

ସେଞ୍ଚୁରିଅନରେ ଭାରତର ଦମଦାର ବିଜୟ, ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ହରାଇଲା ଟିମ୍ ଇଣ୍ଡିଆ

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାରେ ଭାରତର ଦମଦାର ବିଜୟ । ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଛି ଭାରତ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଉକ୍ତ ଟେଷ୍ଟରେ ଭାରତ ୧୧୩ ରନରେ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଛି । ଭାରତ ପ୍ରଦତ୍ତ ୩୦୫ ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଦିବସର ଲଞ୍ଚ୍ ବିରତି ପରେ ୧୯୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତୀୟ ବୋଲିଂ ଆଟାକର ସାମ୍ନା କରି ନ ପାରି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ମାତ୍ର ୧୯୧ ରନ କରି ଅଲଆଉଟ ହୋଇଯାଇଥିଲେ । ସେଞ୍ଚୁରିଅନରେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ ବିଜୟ । ଏହି ବିଜୟ ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ସେଞ୍ଚୁରିଅନ ହେଉଛି ୫୬ତମ ଗ୍ରାଉଣ୍ଡ ଯେଉଁଠାରେ ଟିମ୍ ଇଣ୍ଡିଆ ଏକ ଟେଷ୍ଟ ମ୍ୟାଚ୍ ଜିତିଛି । ଏହା ସହ ଭାରତ ସର୍ବାଧିକ ଗ୍ରାଉଣ୍ଡରେ ଟେଷ୍ଟ ଜିତି ଅଷ୍ଟ୍ରେଲିଆର ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇଛି।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ୧୯୭ରେ ଅଲଆଉଟ କରିବା ପରେ ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ କରିଥିଲେ । ଭାରତ ୧୭୪ ରନ କରି ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନର ବିଜୟ ଲକ୍ଷ୍ୟ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ତିନୋଟି ଲେଖାଏଁ ଓ୍ୱିକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଦମଦାର ଶତକ ପାଇଁ କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

https://www.thesakala.in/sports/centurion-test-ndia-beats-south-africa-by-113-runs/article-8010
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର