ଲକ୍ଷ୍ମଣ କିମ୍ବା କୁମ୍ବଲେ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍

The Sakala Picture
Published On

ନୂଆଦିଲ୍ଲୀ: ଅନୀଲ କୁମ୍ବଲେ କିମ୍ବା ଭିଭିଏସ ଲକ୍ଷ୍ମଣ ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଆଗାମୀ ଆଇସିସି ଟି-୨୦ ବିଶ୍ଵକପ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ପୂରିଯାଉଛି। ଶାସ୍ତ୍ରୀଙ୍କ ସ୍ଥାନରେ ଅନ୍ୟଜଣେ ଭାରତୀୟ ଖେଳାଳିଙ୍କୁ କୋଚ୍ ପଦରେ ନିଯୁକ୍ତ କରିବାକୁ ବିସିସିଆଇ ଯୋଜନା କରିଛି | ତେଣୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ବିସିସିଆଇ ଜାତୀୟ ଦଳର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିବାକୁ ଅନୀଲ କୁମ୍ବଲେ ଓ ଭିଭିଏସ ଲକ୍ଷ୍ମଣଙ୍କୁ ଅନୁରୋଧ କରିପାରେ। କୁମ୍ବଲେ ୨୦୧୬ରୁ […]

ନୂଆଦିଲ୍ଲୀ: ଅନୀଲ କୁମ୍ବଲେ କିମ୍ବା ଭିଭିଏସ ଲକ୍ଷ୍ମଣ ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଆଗାମୀ ଆଇସିସି ଟି-୨୦ ବିଶ୍ଵକପ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ପୂରିଯାଉଛି। ଶାସ୍ତ୍ରୀଙ୍କ ସ୍ଥାନରେ ଅନ୍ୟଜଣେ ଭାରତୀୟ ଖେଳାଳିଙ୍କୁ କୋଚ୍ ପଦରେ ନିଯୁକ୍ତ କରିବାକୁ ବିସିସିଆଇ ଯୋଜନା କରିଛି | ତେଣୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ବିସିସିଆଇ ଜାତୀୟ ଦଳର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିବାକୁ ଅନୀଲ କୁମ୍ବଲେ ଓ ଭିଭିଏସ ଲକ୍ଷ୍ମଣଙ୍କୁ ଅନୁରୋଧ କରିପାରେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

କୁମ୍ବଲେ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଭିଏସ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି କୁମ୍ବଲେଙ୍କୁ ମୁଖ୍ୟ କୋଚ୍‌ ଭାବେ ଚୟନ କରିଥିଲା। ତେବେ ଅଧିନାୟକ ବିରାଟ କୋହଲିଙ୍କ ସହ ମନୋମାଳିନ୍ୟ କାରଣରୁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନ ନିକଟରୁ ଭାରତ ହାରିଯିବା ପରେ କୁମ୍ବଲେ କୋଚ୍‌ ପଦରୁ ଇସ୍ତଫା ଦେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅନ୍ୟପକ୍ଷରେ ବିସିସିଆଇ ଭିଭିଏସ ଲକ୍ଷ୍ମଣଙ୍କୁ ଆବେଦନ ପାଇଁ ଅନୁରୋଧ କରିପାରେ । ଲକ୍ଷ୍ମଣ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ ସନରାଇଜର୍ସ ହାଇଦ୍ରାବାଦର ମେଣ୍ଟର ଅଛନ୍ତି। ଉଭୟ କୁମ୍ବଲେ ଓ ଲକ୍ଷ୍ମଣ ୧୦୦ରୁ ଉର୍ଦ୍ଧ୍ବ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏଥ୍‌ସହ ସେମାନଙ୍କର କୋଚିଂ ଅଭିଜ୍ଞତା ରହିଛି। ବିକ୍ରମ ରାଠୋର ମଧ୍ୟ ଅନ୍ୟଏକ ବିକଳ୍ପ । ଯଦି ଏହା ନ ହୁଏ, ତେବେ ବିଦେଶୀ କୋଚ୍‌ଙ୍କୁ ବିଚାର କରାଯାଇପାରେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp