ବିଶ୍ବକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର : ଖୁବ୍‌ ଶୀଘ୍ର ଦଳକୁ ଫେରିବେ ଷ୍ଟାର୍ ପେସର୍ ଜଶପ୍ରୀତ ବୁମରା

The Sakala Picture
Published On

ମୁମ୍ବାଇ: ବିଶ୍ବକପ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଖୁସି ଖବର । ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍‌ ବୋଲର ଜଶପ୍ରୀତ ବୁମରା ଖୁବଶୀଘ୍ର ଦଳକୁ ଫେରିବେ। ବୁମରା ବର୍ତ୍ତମାନ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରହି ଅଭ୍ୟାସ ଜାରି ରଖିଛନ୍ତି। କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ନିକଟରେ ଜାରି କରିଥିବା ମେଡିକାଲ ଅପଡେଟ୍‌ ଅନୁସାରେ ଜଶପ୍ରୀତ ବୁମରା ଫିଟନେସ ହାସଲ କରିବାର ନିକଟତର ହୋଇଛନ୍ତି। ବର୍ତ୍ତମାନ ଅଭ୍ୟାସ ବେଳେ ଜଶପ୍ରୀତ ବୁମରା ପୂରା ଗତି […]

ମୁମ୍ବାଇ: ବିଶ୍ବକପ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଖୁସି ଖବର । ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍‌ ବୋଲର ଜଶପ୍ରୀତ ବୁମରା ଖୁବଶୀଘ୍ର ଦଳକୁ ଫେରିବେ। ବୁମରା ବର୍ତ୍ତମାନ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରହି ଅଭ୍ୟାସ ଜାରି ରଖିଛନ୍ତି। କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ନିକଟରେ ଜାରି କରିଥିବା ମେଡିକାଲ ଅପଡେଟ୍‌ ଅନୁସାରେ ଜଶପ୍ରୀତ ବୁମରା ଫିଟନେସ ହାସଲ କରିବାର ନିକଟତର ହୋଇଛନ୍ତି। ବର୍ତ୍ତମାନ ଅଭ୍ୟାସ ବେଳେ ଜଶପ୍ରୀତ ବୁମରା ପୂରା ଗତି ସହିତ ବୋଲିଂ କରୁଛନ୍ତି। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଅଗ୍ରଗତିରେ ଖୁସି ଅଛନ୍ତି ।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ବିସିସିଆଇ ସଚିବ ଜୟ ଶାହା ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ବୁମରା ସୁସ୍ଥ ଅଛନ୍ତି। ବର୍ତ୍ତମାନ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ରହି ଅଭ୍ୟାସ କରୁଛନ୍ତି। ଅନ୍ୟପଟେ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଫିଟନେସ ହାସଲ କରିବାର ନିକଟତର ହୋଇଛନ୍ତି। ଏହି ଯୋଡି ବର୍ତ୍ତମାନ କିଛି ଅଭ୍ୟାସ ମ୍ୟାଚ୍ ଖେଳିବେ, ଯାହା ଏନସିଏ ଦ୍ୱାରା ଆୟୋଜିତ ହେବ । ବିସିସିଆଇ ଡାକ୍ତରୀ ଦଳ ଅଭ୍ୟାସ ମ୍ୟାଚ୍ ପରେ ତାଙ୍କୁ ମୂଲ୍ୟାଙ୍କନ କରିବା ପରେ ଚୂଡ଼ାନ୍ତ ରିପୋର୍ଟ ଦେବେ।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

ଟିମ୍ ଇଣ୍ଡିଆର ୨୯ ବର୍ଷୀୟ ଷ୍ଟାର୍ ପେସର୍ ଜଶପ୍ରୀତ ବୁମରା ଏକ ବର୍ଷ ହେବ ଦଳରୁ ଆଉଟ ହୋଇଛନ୍ତି।  ବୁମରାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ଟି -20 ବିଶ୍ୱକପ ଖେଳିଥିଲା ​​କିନ୍ତୁ ନିରାଶ ହୋଇଥିଲା। ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍ (ଡବ୍ଲୁଟିସି ଫାଇନାଲ୍ -2023) ମଧ୍ୟ ବୁମରାଙ୍କ ବିନା ଖେଳିଥିଲା  ଯେଉଁଠାରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଦ୍ୱାରା ୨୧୩ ରନରେ ପରାସ୍ତ ହୋଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ବୁମରା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

22 Jul 2023 By The Sakala

ବିଶ୍ବକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର : ଖୁବ୍‌ ଶୀଘ୍ର ଦଳକୁ ଫେରିବେ ଷ୍ଟାର୍ ପେସର୍ ଜଶପ୍ରୀତ ବୁମରା

ମୁମ୍ବାଇ: ବିଶ୍ବକପ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଖୁସି ଖବର । ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍‌ ବୋଲର ଜଶପ୍ରୀତ ବୁମରା ଖୁବଶୀଘ୍ର ଦଳକୁ ଫେରିବେ। ବୁମରା ବର୍ତ୍ତମାନ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରହି ଅଭ୍ୟାସ ଜାରି ରଖିଛନ୍ତି। କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ନିକଟରେ ଜାରି କରିଥିବା ମେଡିକାଲ ଅପଡେଟ୍‌ ଅନୁସାରେ ଜଶପ୍ରୀତ ବୁମରା ଫିଟନେସ ହାସଲ କରିବାର ନିକଟତର ହୋଇଛନ୍ତି। ବର୍ତ୍ତମାନ ଅଭ୍ୟାସ ବେଳେ ଜଶପ୍ରୀତ ବୁମରା ପୂରା ଗତି ସହିତ ବୋଲିଂ କରୁଛନ୍ତି। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଅଗ୍ରଗତିରେ ଖୁସି ଅଛନ୍ତି ।

ବିସିସିଆଇ ସଚିବ ଜୟ ଶାହା ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ବୁମରା ସୁସ୍ଥ ଅଛନ୍ତି। ବର୍ତ୍ତମାନ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ରହି ଅଭ୍ୟାସ କରୁଛନ୍ତି। ଅନ୍ୟପଟେ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଫିଟନେସ ହାସଲ କରିବାର ନିକଟତର ହୋଇଛନ୍ତି। ଏହି ଯୋଡି ବର୍ତ୍ତମାନ କିଛି ଅଭ୍ୟାସ ମ୍ୟାଚ୍ ଖେଳିବେ, ଯାହା ଏନସିଏ ଦ୍ୱାରା ଆୟୋଜିତ ହେବ । ବିସିସିଆଇ ଡାକ୍ତରୀ ଦଳ ଅଭ୍ୟାସ ମ୍ୟାଚ୍ ପରେ ତାଙ୍କୁ ମୂଲ୍ୟାଙ୍କନ କରିବା ପରେ ଚୂଡ଼ାନ୍ତ ରିପୋର୍ଟ ଦେବେ।

ଟିମ୍ ଇଣ୍ଡିଆର ୨୯ ବର୍ଷୀୟ ଷ୍ଟାର୍ ପେସର୍ ଜଶପ୍ରୀତ ବୁମରା ଏକ ବର୍ଷ ହେବ ଦଳରୁ ଆଉଟ ହୋଇଛନ୍ତି।  ବୁମରାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ଟି -20 ବିଶ୍ୱକପ ଖେଳିଥିଲା ​​କିନ୍ତୁ ନିରାଶ ହୋଇଥିଲା। ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍ (ଡବ୍ଲୁଟିସି ଫାଇନାଲ୍ -2023) ମଧ୍ୟ ବୁମରାଙ୍କ ବିନା ଖେଳିଥିଲା  ଯେଉଁଠାରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଦ୍ୱାରା ୨୧୩ ରନରେ ପରାସ୍ତ ହୋଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ବୁମରା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର