‘ମୋ ପରି ଛକ୍କା କେହି ମାରିପାରିବେନି’; ମ୍ୟାଚ ଜିତିବା ପରେ କିଛି ଏପରି କହିଲେ ଭାରତର ଷ୍ଟାର ବ୍ୟାଟର ଇଶାନ କିଷାନ୍‌

The Sakala Picture
Published On

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଶେଷ ହୋଇଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଟିମ୍ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ପଛର ନାୟକ ସାଜିଥିଲେ ଶ୍ରେୟସ ଆୟର ଓ ଇଶାନ କିଷାନ । ଶ୍ରେୟସଙ୍କ ଶତକ ଓ ଇଶାନଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ବିଜୟୀ ହେବା ସହ ସିରିଜରେ କମବ୍ୟାକ୍ କରିଛି […]

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଶେଷ ହୋଇଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଟିମ୍ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ପଛର ନାୟକ ସାଜିଥିଲେ ଶ୍ରେୟସ ଆୟର ଓ ଇଶାନ କିଷାନ । ଶ୍ରେୟସଙ୍କ ଶତକ ଓ ଇଶାନଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ବିଜୟୀ ହେବା ସହ ସିରିଜରେ କମବ୍ୟାକ୍ କରିଛି ।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ତେବେ ମ୍ୟାଚ୍‌ ବିଜୟ ପରେ ଇଶାନ କିଷାନ କହିଛନ୍ତି ଯେ, କିଛି ଖେଳାଳି ଏପରି ଅଛନ୍ତି, ଯେଉଁମାନେ ନିଜ ଷ୍ଟ୍ରାଇକ୍‌କୁ ରୋଟେଟ୍‌ କରି ଚାଲିଥାନ୍ତି । ଷ୍ଟ୍ରାଇକ ରୋଟେଟ କରିବା କିଛି ଖେଳାଳୀଙ୍କର ଶକ୍ତି ହୋଇଥିବା ବେଳେ କିଛି ଖେଳାଳୀଙ୍କର ଛକା ମାରିବା ସବୁଠୁ ବଡ ସାର୍ମଥ୍ୟ । ମୋ ଭଳି ଲଗାତାର ଛକା ମାରିବା ଅନ୍ୟ ମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ କିନ୍ତୁ ବେଶ ସହଜରେ ମୁଁ ଛକା ମାରିଥାଏ । ଛକା ମାରିବା ମୋର ସାର୍ମଥ୍ୟ । କିନ୍ତୁ କୌଣସି ବି ଖେଳାଳି ମୋ ପରି ଛକ୍କା ମାରିପାରିବନାହିଁ । ମୋତେ ଛକ୍କା ମାରିବାକୁ ଭଲ ଲାଗେ ଏବଂ ମୁଁ ଅତି ସହଜରେ ମଧ୍ୟ ସଟ୍‌ ଖେଳିଦିଏ । ଏହା ହିଁ ମୋ ଶକ୍ତି । ଯଦି ମୁଁ ଛକ୍କା ମାରି ରନ୍‌ ରେଟ୍‌କୁ ମେକଅପ୍‌ କରିଦେଉଛି , ତେବେ ମୁଁ ସିଙ୍ଗିଲ୍‌ ସିଙ୍ଗିଲ୍‌ ରନ୍‌ ନେଇ ଷ୍ଟ୍ରାଇକ୍‌ ରୋଟେଟ କରିବା କଥା ଚିନ୍ତା କରେନାହିଁ ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ମେସିଙ୍କ ଅବସର ଚର୍ଚ୍ଚା: ପ୍ରତିକ୍ରିୟା ରଖିଲେ କୋଚ୍ ଲିଓନେଲ୍ ସ୍କାଲୋନି

ଏହାସହ ଇଶାନ କହିଛନ୍ତି, କିଛି ଏମିତି ବି ମ୍ୟାଚ୍ ଆସିଥାଏ ଯେଉଁଠି ଷ୍ଟ୍ରାଇକ ରୋଟେଟ କରିବାର ଆବଶ୍ୟକତା ରହିଥାଏ । ଯେତେବେଳେ ଲଗାତାର ୱିକେଟ ପଡୁଥାଏ ସେତେବେଳେ ଷ୍ଟ୍ରାଇକ ରୋଟେଟ କରିବା ଉଚିତ୍ । କିନ୍ତୁ ଏଥିପାଇଁ ଅଧିକରୁ ଅଧିକ ପ୍ରାକ୍ଟିସର ଆବଶ୍ୟକତା ପଡିଥାଏ । କିନ୍ତୁ ଯଦି ଆପଣ ଛକା ମାରିବାର ସାର୍ମଥ୍ୟ ରଖୁଛନ୍ତି ଏବଂ ସେହିଭଳି ବଲ ପଡୁଥାଏ ତେବେ ଷ୍ଟ୍ରାଇକ ରୋଟେଟ କରିବା ବଦଳରେ ଛକା କାହିଁକି ନ ମାରିବ?

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଇଶାନ କିଷାନ ନିଜ ହୋମଗ୍ରାଉଣ୍ଡ ରାଞ୍ଚିରେ ୮୪ ବଲରୁ ବିସ୍ଫୋରକ ୯୩ ରନର ଇନିଂସ ଖେଳିଥିଲେ । ଯେଉଁଥିରେ ୭ ବିଶାଳ ଛକା ଓ ୪ଟି ଚୌକା ରହିଥିଲା । ତେବେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଇଶାନ । ଘରୋଇ ଗ୍ରାଉଣ୍ଡରେ ଶତକ ମାରିବା ସମସ୍ତଙ୍କର ଇଚ୍ଛା ଥାଏ କିନ୍ତୁ ଏହି ସ୍ୱପ୍ନକୁ ପୂରା କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ଇଶାନ । କ୍ରିଜରେ ଜମିଥିଲେ ମଧ୍ୟ ୭ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ଇଶାନ ।

10 Oct 2022 By The Sakala

‘ମୋ ପରି ଛକ୍କା କେହି ମାରିପାରିବେନି’; ମ୍ୟାଚ ଜିତିବା ପରେ କିଛି ଏପରି କହିଲେ ଭାରତର ଷ୍ଟାର ବ୍ୟାଟର ଇଶାନ କିଷାନ୍‌

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଶେଷ ହୋଇଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଟିମ୍ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ପଛର ନାୟକ ସାଜିଥିଲେ ଶ୍ରେୟସ ଆୟର ଓ ଇଶାନ କିଷାନ । ଶ୍ରେୟସଙ୍କ ଶତକ ଓ ଇଶାନଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ବିଜୟୀ ହେବା ସହ ସିରିଜରେ କମବ୍ୟାକ୍ କରିଛି ।

ତେବେ ମ୍ୟାଚ୍‌ ବିଜୟ ପରେ ଇଶାନ କିଷାନ କହିଛନ୍ତି ଯେ, କିଛି ଖେଳାଳି ଏପରି ଅଛନ୍ତି, ଯେଉଁମାନେ ନିଜ ଷ୍ଟ୍ରାଇକ୍‌କୁ ରୋଟେଟ୍‌ କରି ଚାଲିଥାନ୍ତି । ଷ୍ଟ୍ରାଇକ ରୋଟେଟ କରିବା କିଛି ଖେଳାଳୀଙ୍କର ଶକ୍ତି ହୋଇଥିବା ବେଳେ କିଛି ଖେଳାଳୀଙ୍କର ଛକା ମାରିବା ସବୁଠୁ ବଡ ସାର୍ମଥ୍ୟ । ମୋ ଭଳି ଲଗାତାର ଛକା ମାରିବା ଅନ୍ୟ ମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ କିନ୍ତୁ ବେଶ ସହଜରେ ମୁଁ ଛକା ମାରିଥାଏ । ଛକା ମାରିବା ମୋର ସାର୍ମଥ୍ୟ । କିନ୍ତୁ କୌଣସି ବି ଖେଳାଳି ମୋ ପରି ଛକ୍କା ମାରିପାରିବନାହିଁ । ମୋତେ ଛକ୍କା ମାରିବାକୁ ଭଲ ଲାଗେ ଏବଂ ମୁଁ ଅତି ସହଜରେ ମଧ୍ୟ ସଟ୍‌ ଖେଳିଦିଏ । ଏହା ହିଁ ମୋ ଶକ୍ତି । ଯଦି ମୁଁ ଛକ୍କା ମାରି ରନ୍‌ ରେଟ୍‌କୁ ମେକଅପ୍‌ କରିଦେଉଛି , ତେବେ ମୁଁ ସିଙ୍ଗିଲ୍‌ ସିଙ୍ଗିଲ୍‌ ରନ୍‌ ନେଇ ଷ୍ଟ୍ରାଇକ୍‌ ରୋଟେଟ କରିବା କଥା ଚିନ୍ତା କରେନାହିଁ ।

ଏହାସହ ଇଶାନ କହିଛନ୍ତି, କିଛି ଏମିତି ବି ମ୍ୟାଚ୍ ଆସିଥାଏ ଯେଉଁଠି ଷ୍ଟ୍ରାଇକ ରୋଟେଟ କରିବାର ଆବଶ୍ୟକତା ରହିଥାଏ । ଯେତେବେଳେ ଲଗାତାର ୱିକେଟ ପଡୁଥାଏ ସେତେବେଳେ ଷ୍ଟ୍ରାଇକ ରୋଟେଟ କରିବା ଉଚିତ୍ । କିନ୍ତୁ ଏଥିପାଇଁ ଅଧିକରୁ ଅଧିକ ପ୍ରାକ୍ଟିସର ଆବଶ୍ୟକତା ପଡିଥାଏ । କିନ୍ତୁ ଯଦି ଆପଣ ଛକା ମାରିବାର ସାର୍ମଥ୍ୟ ରଖୁଛନ୍ତି ଏବଂ ସେହିଭଳି ବଲ ପଡୁଥାଏ ତେବେ ଷ୍ଟ୍ରାଇକ ରୋଟେଟ କରିବା ବଦଳରେ ଛକା କାହିଁକି ନ ମାରିବ?

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଇଶାନ କିଷାନ ନିଜ ହୋମଗ୍ରାଉଣ୍ଡ ରାଞ୍ଚିରେ ୮୪ ବଲରୁ ବିସ୍ଫୋରକ ୯୩ ରନର ଇନିଂସ ଖେଳିଥିଲେ । ଯେଉଁଥିରେ ୭ ବିଶାଳ ଛକା ଓ ୪ଟି ଚୌକା ରହିଥିଲା । ତେବେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଇଶାନ । ଘରୋଇ ଗ୍ରାଉଣ୍ଡରେ ଶତକ ମାରିବା ସମସ୍ତଙ୍କର ଇଚ୍ଛା ଥାଏ କିନ୍ତୁ ଏହି ସ୍ୱପ୍ନକୁ ପୂରା କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ଇଶାନ । କ୍ରିଜରେ ଜମିଥିଲେ ମଧ୍ୟ ୭ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ଇଶାନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର