ବାରବାଟୀରେ କ୍ରିକେଟ କ୍ରେଜ୍‌ ଦେଖି ବିସିସିଆଇ ତାଜୁବ୍‌ : ନେଟ୍ସ ପ୍ରାକ୍ଟିସ୍‌ରେ ବି ଗ୍ୟାଲେରୀ ଫୁଲ୍ ଦେଖି କରିଛି ଏପରି ଟ୍ବିଟ୍‌

The Sakala Picture
Published On

କଟକ : ରାତି ପାହିଲେ ବାରବାଟୀ ଲଢେଇ। ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବିଭିନ୍ନ ଗ୍ୟାଲେରୀରେ ସିଟ ନମ୍ବର ଲେଖାହୋଇ ସାରିଛି, ସ୍ପେସାଲ ଏନକ୍ଲୋଜରରେ ଧାଡ଼ିକି ଧାଡ଼ି ଚେୟାର ପକା ସରିଲାଣି। ପ୍ରସାରଣକାରୀ ସଂସ୍ଥା ପକ୍ଷରୁ ସ୍ପାଇଡର କ୍ୟାମେରା ବନ୍ଧା ସରିଛି। ଅନ୍ୟ କ୍ୟାମେରାମ୍ୟାନ ମାନେ ଆସି ମଧ୍ୟ ନିଜ ନିଜ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ରବିବାର ମୁକାବିଲା ପାଇଁ ଷ୍ଟାଡିୟମ ଭିତର ଚମକୁଛି। ଏହାରି ମଧ୍ୟରେ ଆଜି ଷ୍ଟାଡିୟମରେ ଜୋରଦାର […]

କଟକ : ରାତି ପାହିଲେ ବାରବାଟୀ ଲଢେଇ। ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବିଭିନ୍ନ ଗ୍ୟାଲେରୀରେ ସିଟ ନମ୍ବର ଲେଖାହୋଇ ସାରିଛି, ସ୍ପେସାଲ ଏନକ୍ଲୋଜରରେ ଧାଡ଼ିକି ଧାଡ଼ି ଚେୟାର ପକା ସରିଲାଣି। ପ୍ରସାରଣକାରୀ ସଂସ୍ଥା ପକ୍ଷରୁ ସ୍ପାଇଡର କ୍ୟାମେରା ବନ୍ଧା ସରିଛି। ଅନ୍ୟ କ୍ୟାମେରାମ୍ୟାନ ମାନେ ଆସି ମଧ୍ୟ ନିଜ ନିଜ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ରବିବାର ମୁକାବିଲା ପାଇଁ ଷ୍ଟାଡିୟମ ଭିତର ଚମକୁଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହାରି ମଧ୍ୟରେ ଆଜି ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି କରିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଖେଳାଳିମାନେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ନେଟ୍ ପ୍ରାକ୍ଟିସ୍ କରିଛନ୍ତି । କଡା଼ ସୁରକ୍ଷା ଭିତରେ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ୱରରୁ ବାରବାଟୀ ଯାଇ ଅଭ୍ୟାସ କରିଛନ୍ତି ଦୁଇ ଦେଶର ଖେଳାଳି । ପ୍ରଥମେ ଦକ୍ଷିଣ ଆଫ୍ରିକାର ଖେଳାଳି ଅପରାହ୍ଣ ଗୋଟାଏରୁ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ । ପଡିଆରେ ୨ ଘଣ୍ଟା ଧରି ଅଭ୍ୟାସ କରିଥିଲା ଦକ୍ଷିଣ ଆଫ୍ରିକା ଟିମ୍ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ


ଏହାପରେ ଅପରାହ୍ନ ୫ଟାରେ ଅଭ୍ୟାସ ପାଇଁ ଟିମ୍ ଇଣ୍ଡିଆ ଷ୍ଟାଡିୟମକୁ ଓହ୍ଲାଇଥିଲା, ଆଉ ଜୋରଦାର ଅଭ୍ୟାସ କରିଥିଲେ ଭାରତୀୟ ଖେଳାଳି । ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଦ୍ୱିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ବାରବାଟୀ ‘ପିଚ୍’କୁ ପରଖିବା ସହ ଜୋରଦାର ଅଭ୍ୟାସ କରି ଝାଳ ବୁହାଇଛନ୍ତି ଖେଳାଳି ।


କଟକର ବାରବାଟୀ ଷ୍ଟାଡିୟମକୁ ପାଖାପାଖି ଦୁଇ ବର୍ଷ ପରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଥିବାରୁ ଯୁବଗୋଷ୍ଠୀଙ୍କ ଭିତରେ ଉତ୍ସାହ ଓ ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଚା’ ଦୋକାନର ଖଟିଠାରୁ ନେଇ ସରକାରୀ ଦପ୍ତର ଯାଏଁ, ଏବେ ସବୁଠି ବାରବାଟୀ ମ୍ୟାଚ୍‍କୁ ନେଇ ଚାଲିଛି ଆଲୋଚନା। ମ୍ୟାଚ୍‌ ପାଇଁ ଐତିହାସିକ ସହର କଟକରେ କ୍ରିକେଟର କ୍ରେଜରେ ଭରି ଉଠିଛି। ଏପରି ହୋଇଛି ଯେ କଟକର କ୍ରିକେଟ କ୍ରେଜ୍‌ ଦେଖି ବିସିସିଆଇ ମଧ୍ୟ ତାଜୁବ ହୋଇଯାଇଛି। ଆଜି ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳ ଅଭ୍ୟାସ କରୁଥିବା ସମୟରେ ଷ୍ଟାଡିୟମ ଗ୍ୟାଲେରୀରେ ଖଚାଖଚ୍‌ ଭିଡ ଲାଗିଥିଲା। ଦୁଇ ଦଳର ଅଭ୍ୟାସ ସାଧାରଣ ଦର୍ଶକ ଦେଖିବାପାଇଁ ଷ୍ଟାଡିୟମର ଗ୍ୟାଲେରୀ ନଂ-୬ରେ ବ୍ୟବସ୍ଥା କରାଯାଇଥିଲା। ଆଉ ଏହାର ଫୁଲ୍‌ ଫାଇଦା ଉଠାଇଥିଲେ ଦର୍ଶକ। ଅଭ୍ୟାସ ମ୍ୟାଚରେ ମଧ୍ୟ ଷ୍ଟାଡିୟମରେ ପ୍ରଶଂସକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିସିସିଆଇ ଏକ ମଜାଳିଆ ଟ୍ବିଟ କରିଛି । କଟକ ଷ୍ଟାଡିୟମରେ ଅଭ୍ୟାସ ସମୟରେ ମ୍ୟାଚର ଅନୁଭବ, ଷ୍ଟାଡିୟମ ପ୍ୟାକ୍ ବୋଲି ଟ୍ବିଟ କରିଛି ବିସିସିଆଇ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର