ବାରବାଟୀ ରେକର୍ଡ: ସଚିନଙ୍କ ନାମରେ ସର୍ବାଧିକ ସ୍କୋର, ପାକିସ୍ତାନ ନାମରେ ସର୍ବନିମ୍ନ ସ୍କୋର

The Sakala Picture
Published On

ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ ଦୁଇଦିନ ପରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‍। ବାରବାଟୀରେ ଏହା ହେବ ୩ୟ ଅନ୍ତର୍ଜାତୀୟ ଟି-୨୦ । ସେହିଭଳି ବାରବାଟୀରେ ୨୧ଟି ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଛି। ମୋଟ୍‍ ଉପରେ ୨୩ ଗୋଟି ସୀମିତ ଓଭର ମ୍ୟାଚ୍‍ ଆୟୋଜନ ଏଠାରେ ହୋଇସାରିଛି। ସୀମିତ ଓଭରରେ ଏହି ଗ୍ରାଉଣ୍ଡରେ ରହିଥିବା ରେକର୍ଡ ଉପରେ ସମ୍ୟକ ନଜର ପକାଇବା। ୨୦୧୫ରେ […]

ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ ଦୁଇଦିନ ପରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‍। ବାରବାଟୀରେ ଏହା ହେବ ୩ୟ ଅନ୍ତର୍ଜାତୀୟ ଟି-୨୦ । ସେହିଭଳି ବାରବାଟୀରେ ୨୧ଟି ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଛି। ମୋଟ୍‍ ଉପରେ ୨୩ ଗୋଟି ସୀମିତ ଓଭର ମ୍ୟାଚ୍‍ ଆୟୋଜନ ଏଠାରେ ହୋଇସାରିଛି। ସୀମିତ ଓଭରରେ ଏହି ଗ୍ରାଉଣ୍ଡରେ ରହିଥିବା ରେକର୍ଡ ଉପରେ ସମ୍ୟକ ନଜର ପକାଇବା।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

୨୦୧୫ରେ ଟି-୨୦ ପଦାର୍ପଣ
ବାରବାଟୀ ଗ୍ରାଉଣ୍ଡରେ ଆଜି ପର୍ଯ୍ୟନ୍ତ ୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍ ଖେଳାଯାଇଛି। ଯେଉଁଥିରେ ଭାରତ ଗୋଟିଏ ଲେଖାଏ ବିଜୟ ଓ ପରାଜୟର ସାମ୍ନା କରିଛି। ପ୍ରଥମଥର ଲାଗି ୫ ଅକ୍ଟୋବର ୨୦୧୫ରେ ବାରବାଟୀରେ ଟି-୨୦ ପଦାର୍ପଣ କରିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ସାମ୍ନାସାମ୍ନି ହୋଇଥିଲେ। ତେବେ ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତକୁ ୬ ୱିକେଟ୍‍ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାର ୨ ବର୍ଷ ପରେ ଅର୍ଥାତ୍‍ ୨୦ ଡିସେମ୍ବର ୨୦୧୭ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଉ ଏକ ଟି-୨୦ ମ୍ୟାଚ୍‍ ଏଠାରେ ଆୟୋଜିତ ହୋଇଥିଲା। ରୋହିତ୍‍ ଶର୍ମାଙ୍କ ନେତୃତ୍ୱରେ ଖେଳିଥିବା ଭାରତ ଏହି ମ୍ୟାଚରେ ୯୩ ରନରେ ବୃହତ୍‍ ବ୍ୟବଧାନରେ ବିଜୟୀ ହୋଇଥିଲା। ଲୋକେଶ ରାହୁଲ (୬୧ ରନ)ଙ୍କ ଅର୍ଦ୍ଧଶତକ ଏବଂ ୟୁଜବେନ୍ଦ୍ର ଚହଲ (୪/୨୩) ଓ ହାର୍ଦ୍ଦିକ ପାଣ୍ଡ୍ୟା (୩/୨୯)ଙ୍କ ପ୍ରଭାବୀ ବୋଲିଂ ଭାରତକୁ ବିଜୟରେ ସହାୟକ ହୋଇଥିଲା।

ସର୍ବାଧିକ ଦଳଗତ ସ୍କୋର
ଟି-୨୦ରେ ବାରବାଟୀରେ ସର୍ବାଧିକ ଦଳଗତ ସ୍କୋର ଭାରତ ନାମରେ ରହିଛି। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ୩ ୱିକେଟ୍‍ରେ ୧୮୦ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୮୭ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ଫଳରେ ଏହି ଗ୍ରାଉଣ୍ଡରେ ସର୍ବନିମ୍ନ ସ୍କୋରର ଅଲୋଡ଼ା ରେକର୍ଡ ଶ୍ରୀଲଙ୍କା ନାମରେ ରହିଛି।

ଚହଲ ସ୍ପିନ ଯାଦୁ
ଲେଗ୍‍-ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ନାମରେ ଏଠାରେ ଟି-୨୦ରେ ଶ୍ରେଷ୍ଠ ବୋଲିଂ ଫିଗର୍‍ ରହିଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଚହଲ ୪ ଓଭର ବୋଲିଂ କରି ୨୩ ରନ ବ୍ୟୟରେ ୪ଟି ୱିକେଟ୍‍ ନେଇଥିଲେ। ଦକ୍ଷିଣ ଆଫ୍ରିକାର ଆଲବି ମୋର୍କେଲ (୩/୧୨), ରବିଚନ୍ଦ୍ରନ ଅଶ୍ୱିନ (୩/୨୪) ଓ ହାର୍ଦ୍ଦିକ ପାଣ୍ଡ୍ୟା (୩/୨୯) ମଧ୍ୟ ଏଠାରେ ଭଲ ବୋଲିଂ ଫିଗର ପାଇଛନ୍ତି।

ଧୋନି-ପାଣ୍ଡେଙ୍କ ପାର୍ଟନରସିପ୍‍
ଟି-୨୦ରେ ବାରବାଟୀରେ ଯେକୌଣସି ୱିକେଟ୍‍ରେ ସର୍ବାଧିକ ପାର୍ଟନରସିପ୍‍ ମହେନ୍ଦ୍ର ସିଂ ଧୋନି ଓ ମନୀଷ ପାଣ୍ଡେ ଯୋଡ଼ିଙ୍କ ନାମରେ ରହିଛି। ଧୋନି-ପାଣ୍ଡେ ଯୋଡ଼ି ଶ୍ରୀଲଙ୍କା ବିପକ୍ଷରେ ଅବିଭକ୍ତ ୪ର୍ଥ ୱିକେଟ୍‍ରେ ୬୮ ରନ ସଂଗ୍ରହ କରିଥିଲେ।

ରାହୁଲଙ୍କ ନାମରେ ଏକମାତ୍ର ଅର୍ଦ୍ଧଶତକ
ବାରବାଟୀରେ ଖେଳାଯାଇଥିବା ଦୁଇଟି ଟି-୨୦ ମ୍ୟାଚରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ଦେଖିବାକୁ ମିଳିଛି। ଏହି ଅର୍ଦ୍ଧଶତକ ଲୋକେଶ ରାହୁଲଙ୍କ ନାମରେ ଲିପିବଦ୍ଧ ରହିଛି। ଶ୍ରୀଲଙ୍କା ବିପକ୍ଷରେ ରାହୁଲ ୪୮ ବଲରୁ ୬୧ ରନ୍‍ର ଇନିଂସ ଖେଳି ଦଳକୁ ଜିତାଇଥିଲେ। ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମହେନ୍ଦ୍ର ସିଂ ଧୋନି (୩୯*)ଙ୍କ ନାମରେ ରହିଛି।

ଏକଦିବସୀୟ ରେକର୍ଡ
୨୭ ଜାନୁଆରୀ ୧୯୮୨ରେ ବାରବାଟୀରେ ଏକଦିବସୀୟ କ୍ରିକେଟ୍‍ ପଦାର୍ପଣ କରିଥିଲା। ଏହି ମ୍ୟାଚରେ ଭାରତ ୫ ୱିକେଟ୍‍ରେ ଇଂଲଣ୍ଡକୁ ମାତ୍‍ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ଏଠାରେ ୨୧ଟି ୫୦ ଓଭରବିଶିଷ୍ଟ ମ୍ୟାଚ୍‍ ଖେଳାସରିଛି। ଯେଉଁଥିରେ ଭାରତ ୧୯ ମ୍ୟାଚ୍‍ ଖେଳି ୧୩ ବିଜୟ ଓ ୪ ପରାଜୟବରଣ କରିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟି (୧୯୯୬ ଓ ୨୦୧୩) ଏକଦିବସୀୟ ମ୍ୟାଚ୍‍ ଏଠାରେ ଅନୁପଯୁକ୍ତ ପଡ଼ିଆ ଓ ଖରାପ ପାଗ ଲାଗି ବାତିଲ ହୋଇଛି। ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡରେ ଗୋଟିଏ ହେଲେ ଏକଦିବସୀୟ ମ୍ୟାଚ୍‍ ଖେଳିନାହିଁ।

ଭାରତ କରିଥିଲା ୩୮୧ ରନ
ବାରବାଟୀରେ ଏକଦିବସୀୟ ଫର୍ମାଟ୍‍ରେ ସର୍ବାଧିକ ଦଳଗତ ସ୍କୋର ଭାରତ ନାମରେ ରହିଛି। ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏଠାରେ ୬ ୱିକେଟ୍‍ରେ ୩୮୧ ରନ କରିଥିଲା। ଏହି ମ୍ୟାଚରେ ଯୁବରାଜ ସିଂହ ୧୫୦ ଓ ଧୋନି ୧୩୪ ରନର ଶତକୀୟ ଇନିଂସ ଖେଳିଥିଲେ। ଜବାବରେ ଅଧିନାୟକ ଇଅନ ମୋର୍ଗାନ (୧୦୨)ଙ୍କ ଶତକ ସତ୍ତ୍ବେ ଇଂଲଣ୍‍ଡ ୧୫ ରନରେ ପରାସ୍ତ ହୋଇଥିଲେ।

ପାକିସ୍ତାନ ନାମରେ ସର୍ବନିମ୍ନ ସ୍କୋର
ଏଠାରେ ସର୍ବାନିମ୍ନ ଦଳଗତ ସ୍କୋର ପାକିସ୍ତାନ ନାମରେ ରହିଛି। ୧୯୮୯ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ନେହରୁ କପ୍‍ ମ୍ୟାଚରେ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‍ରେ ୧୪୮ ରନ କରିଥିଲା। ଜବାବରେ ଗ୍ରାହମ ଗୁଚ୍‍ଙ୍କ ଇଂଲଣ୍ଡ ଦଳ ୪୦ ବଲ୍‍ ଓ ୪ ୱିକେଟ୍‍ ବଳକା ଥାଇ ମ୍ୟାଚ୍‍ ଜିତିନେଇଥିଲା।

ସଚିନ ଖେଳିଛନ୍ତି ସର୍ବାଧିକ ମ୍ୟାଚ୍‍
ବ୍ୟାଟିଂ ମହାରାଥୀ ସଚିନ ତେନ୍ଦୁଲକର ବାରବାଟୀରେ ସର୍ବାଧିକ ୧୦ଟି ଏକଦିବସୀୟ ମ୍ୟାଚ୍‍ ଖେଳିଛନ୍ତି। ଯେଉଁଥିରେ ସଚିନ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ୪୬୯ ରନ ସଂଗ୍ରହ କରିଛନ୍ତି। ବାରବାଟୀରେ ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟର୍‍ ତାଲିକାରେ ସଚିନ ସର୍ବାଗ୍ରେ ରହିଛନ୍ତି।

ଆଝାରୁଦ୍ଦିନଙ୍କ ନାମରେ ସର୍ବୋଚ୍ଚ ସ୍କୋର
ବାରବାଟୀରେ ଏକଦିବସୀୟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମହମ୍ମଦ ଆଝାରୁଦ୍ଦିନଙ୍କ ନାମରେ ରହିଛି। ୧୯୯୮ରେ ଏଠାରେ ଖେଳାଯାଇଥିବା ପେପସୀ ତ୍ରିରାଷ୍ଟ୍ରୀୟ ସିରିଜର ଜିମ୍ବାୱେ ବିପକ୍ଷ ମ୍ୟାଚରେ ଆଝାରୁଦ୍ଦିନ ଅଧିନାୟକତ୍ୱ ପାଳି ଖେଳି ୧୫୩ ରନରେ ଅପରାଜିତ ରହିଥିଲେ। ଅଜୟ ଜାଡେଜା ମଧ୍ୟ ଏହି ମ୍ୟାଚରେ ୧୧୬ ରନ କରିଥିଲେ। ଅସମାପ୍ତ ୪ର୍ଥ ୱିକେଟ୍‍ରେ ଉଭୟ ୨୭୫ ରନର ରେକର୍ଡ ଭାଗୀଦାରି କରିଥିଲେ।

10 Jun 2022 By The Sakala

https://www.thesakala.in/sports/barabati-records-highest-score-in-sachin-name-lowest-score-in-pakistan-team/article-12323
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp