ବିଶ୍ୱକପକୁ ଏ କେମିତିକା ସମ୍ମାନ ! ଜିତିବା ପରେ ଟ୍ରଫି ଉପରେ ଗୋଡ଼ ଥୋଇ ଫଟୋ ଉଠାଇଲେ ମିଚେଲ ମାର୍ଶ

The Sakala Picture
Published On

ଅହମ୍ମଦାବାଦ: ବିଶ୍ୱକପକୁ ଅଷ୍ଟ୍ରେଲିଆର ଅସମ୍ମାନ । ବିଶ୍ୱକପ ଜିତିବା ପରେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ଟ୍ରଫି ଉପରେ ଦୁଇ ଗୋଡ ରଖିଥିବାର ଫଟୋ ଭାଇରାଲ ହେଉଛି । ଚଳିତ ବିଶ୍ୱକପ ଅଭିଯାନରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ଟିମ୍। କିନ୍ତୁ ସ୍ୱପ୍ନର ଏହି ବିଶ୍ୱକପ୍ ଟ୍ରଫିକୁ ଅଷ୍ଟ୍ରେଲିଆର ଜଣେ ଖେଳାଳି ଯେଉଁପରି ଅସମ୍ମାନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ । ମିଚେଲ ମାର୍ଶଙ୍କ ଏହି ଫଟୋକୁ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । […]

ଅହମ୍ମଦାବାଦ: ବିଶ୍ୱକପକୁ ଅଷ୍ଟ୍ରେଲିଆର ଅସମ୍ମାନ । ବିଶ୍ୱକପ ଜିତିବା ପରେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ଟ୍ରଫି ଉପରେ ଦୁଇ ଗୋଡ ରଖିଥିବାର ଫଟୋ ଭାଇରାଲ ହେଉଛି । ଚଳିତ ବିଶ୍ୱକପ ଅଭିଯାନରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ଟିମ୍। କିନ୍ତୁ ସ୍ୱପ୍ନର ଏହି ବିଶ୍ୱକପ୍ ଟ୍ରଫିକୁ ଅଷ୍ଟ୍ରେଲିଆର ଜଣେ ଖେଳାଳି ଯେଉଁପରି ଅସମ୍ମାନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ । ମିଚେଲ ମାର୍ଶଙ୍କ ଏହି ଫଟୋକୁ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖି ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକୃତରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଯୋଗ୍ୟ ନୁହେଁ ବୋଲି କ୍ରିକେଟପ୍ରେମୀ ପ୍ରତିକ୍ରିୟା ଦେଇଛନ୍ତି । ବିଶ୍ବକପ୍ ଟ୍ରଫି ଜିତିବା ଯଦିଓ କୌଣସି ଦଳ ପାଇଁ ଉତ୍ସବଠାରୁ କମ୍ ନୁହେଁ, କିନ୍ତୁ ଏହାକୁ ସମ୍ମାନ ନଦେବା ଖୁବ୍ ଲଜ୍ୟାଜନକ। ଅଷ୍ଟ୍ରେଲିଆ କ୍ରିକେଟର ବୃହତ୍ତ ଟ୍ରଫି ଜିତିପାରନ୍ତି ହେଲେ ସେମାନେ ଏହାକୁ ସମ୍ମାନ ଦେବା ଜାଣନ୍ତିନି ବୋଲି ଅନେକ ଲୋକ ବାର୍ତ୍ତା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସୂଚନାଯୋଗ୍ୟ, ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ICC ୱାର୍ଲଡ କପ ୨୦୨୩ରେ ଅଷ୍ଟ୍ରେଲିଆ ୬ଟି ୱିକେଟ ନେଇ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ୱାର୍ଲଡ କପ ବିଜେତା ହୋଇଯାଇଛି । ବ୍ଲୁ ଜର୍ସିରେ ଭରପୂର ଥିବା ଷ୍ଟାଡିୟମରେ ସମସ୍ତ ଭରାତବାସୀଙ୍କ ହୃଦୟ ଭାଙ୍ଗି ଦେଇ ନିଜ ସହିତ ବିଶ୍ୱକପ ନେଇଯାଇଥିଲା ଅଷ୍ଟ୍ରେଲିଆ । ଏହି ୱାର୍ଲଡ କପ ମ୍ୟାଚ ପାଇଁ ଖୁବ ଏକ୍ସସାଇଟେଡ଼ ଥିଲେ ଭାରତୀୟ କିନ୍ତୁ ସମଗ୍ର ଦେଶବାସୀଙ୍କ ହୃଦୟ ଭାଙ୍ଗିଯାଇଛି ଏହି ମ୍ୟାଚରେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର