ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ: ସିଡ୍‌ନୀ ଟେଷ୍ଟରେ ଭାରତକୁ ୬ ୱିକେଟରେ ହରାଇ ବିଜୟୀ କଙ୍ଗାରୁ ଦଳ

The Sakala Picture
Published On

ସିଡନୀ: ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ଭାରତ ବିପକ୍ଷରେ ୩-୧ରେ ଟେଷ୍ଟ ସିରିଜ ଜିତିଲା କଙ୍ଗାରୁ ଦଳ । ଏହାସହିତ ଧୂଳିସାତ୍‌ ହୋଇଯାଇଛି ଭାରତର WTC ଫାଇନାଲ ସ୍ୱପ୍ନ। ସିଡନୀ ଟେଷ୍ଟ ଜିତିବା ସହ WTC ଫାଇନାଲରେ ସ୍ଥାନ ପାଇଛି ଅଷ୍ଟ୍ରେଲିଆ। ୧୦ବର୍ଷ ପରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଜିତିଛି ଅଷ୍ଟ୍ରେଲିଆ। ସିଡନୀରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ୬ ୱିକେଟରେ ଭାରତକୁ ଧୂଳି ଚଟାଇଛି କଙ୍ଗାରୁ ଦଳ। ସିଡନୀ ଟେଷ୍ଟରେ ହାରିବା ପରେ କ୍ରମାଗତ […]

ସିଡନୀ: ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ଭାରତ ବିପକ୍ଷରେ ୩-୧ରେ ଟେଷ୍ଟ ସିରିଜ ଜିତିଲା କଙ୍ଗାରୁ ଦଳ । ଏହାସହିତ ଧୂଳିସାତ୍‌ ହୋଇଯାଇଛି ଭାରତର WTC ଫାଇନାଲ ସ୍ୱପ୍ନ। ସିଡନୀ ଟେଷ୍ଟ ଜିତିବା ସହ WTC ଫାଇନାଲରେ ସ୍ଥାନ ପାଇଛି ଅଷ୍ଟ୍ରେଲିଆ। ୧୦ବର୍ଷ ପରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଜିତିଛି ଅଷ୍ଟ୍ରେଲିଆ। ସିଡନୀରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ୬ ୱିକେଟରେ ଭାରତକୁ ଧୂଳି ଚଟାଇଛି କଙ୍ଗାରୁ ଦଳ। ସିଡନୀ ଟେଷ୍ଟରେ ହାରିବା ପରେ କ୍ରମାଗତ ତୃତୀୟ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ ବା(ଡବ୍ଲୁଟିସି) ଫାଇନାଲରେ ପ୍ରବେଶ କରିବାର ସ୍ୱପ୍ନ ଭାରତର ଧୂଳିସାତ୍‌ ହୋଇଯାଇଛି। ଶେଷ ମ୍ୟାଚ୍‌ରେ ଭାରତ କଙ୍ଗାରୁ ଦଳକୁ ୧୬୨ ରନ ଟାର୍ଗେଟ ଦେଇଥିଲା। ଆୟୋଜକ ଦଳ ୪ ୱିକେଟ ହରାଇ ସହଜରେ ସିରିଜ ହାତେଇ ନେଇଛି। ଅଷ୍ଟ୍ରେଲିଆ ପାଂଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ ଜିତିଛି। ଏହା ସହିତ ୧୦ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାରେ କଙ୍ଗାରୁ ଦଳ ସଫଳ ହୋଇଛନ୍ତି। ଡଞଉ ଫାଇନାଲରେ କଙ୍ଗାରୁ ଦଳ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ଇନିଂସରେ ଭାରତ ୧୮୫ ରନ କରିଥିବାବେଳେ ଦ୍ବିତୀୟ ଇନିଂସରେ ୧୫୭ ରନ କରି ଅଷ୍ଟ୍ରେଲିଆକୁ ୧୬୨ରନର ଟାର୍ଗେଟ ଦେଇଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ ରନ କରିଥିଲା । ଦ୍ବିତୀୟ ଇନିଂସରେ ଭାରତ ଦେଇଥିବା ୧୬୨ରନର ଟାର୍ଗେଟକୁ ୪ ୱିକେଟ ହରାଇ ହାସଲ କରି ନେଇଛି । ସିଡନୀ ଟେଷ୍ଟ ଜିତିବା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜକୁ ୩-୧ରେ କବଜା କରି ନେଇଛି । ଏହା ସହିତ ବିଶ୍ବ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରଛି ଅଷ୍ଟ୍ରେଲିଆ । ସିଡନୀ ଟେଷ୍ଟରେ ୧୦ୱିକେଟ ନେଇଥିବା ବୋଲାଣ୍ଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସିଡନୀ ଟେଷ୍ଟର ଦୁଇଟି ପାଳିଲେ ସେ ଯଥାକ୍ରମେ ୬ ଓ ୪ଟି ଲେଖାଏଁ ୱିକେଟ ନେଇଥିଲେ । ଭାରତ ପକ୍ଷରୁ ସିଡନୀ ଟେଷ୍ଟରେ କେବଳ ଋଷବ ପନ୍ତ ୬୧ରନ ପାଳି ଖେଳି ଥିଲେ । ବାକି ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ସିଡନୀରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ଖେଳାଳିମାନେ ପ୍ରଥମରୁ ହିଁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଚଳିତ ସିରିଜରେ ଟିମ ଇଣ୍ଡିଆର ୫ଜଣ ଖେଳାଳି, ବିରାଟ କୋହଲି, ରୋହିତ ଶର୍ମା, ଶୁଭମନଗିଲ, କେ ଏଲ ରାହୁଲ. ମହମ୍ମଦ ସିରାଜଙ୍କ ପ୍ରଦର୍ଶନକୁ ନେଇ ପ୍ରତ୍ୟେକ ଭାରତୀୟ ଆଶା ବାନ୍ଧି ବସିଥିବାବବେଳେ ସେମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଲଜ୍ଜ୍ୟାଜନକ ସାବ୍ୟସ୍ତ ହୋଇଥିଲା। ପ୍ରତ୍ୟେକ ଥର ଦଳକୁ ଖେଳାଳିମାନେ ନିରାଶ କରିଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

05 Jan 2025 By The Sakala

ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ: ସିଡ୍‌ନୀ ଟେଷ୍ଟରେ ଭାରତକୁ ୬ ୱିକେଟରେ ହରାଇ ବିଜୟୀ କଙ୍ଗାରୁ ଦଳ

ସିଡନୀ: ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ଭାରତ ବିପକ୍ଷରେ ୩-୧ରେ ଟେଷ୍ଟ ସିରିଜ ଜିତିଲା କଙ୍ଗାରୁ ଦଳ । ଏହାସହିତ ଧୂଳିସାତ୍‌ ହୋଇଯାଇଛି ଭାରତର WTC ଫାଇନାଲ ସ୍ୱପ୍ନ। ସିଡନୀ ଟେଷ୍ଟ ଜିତିବା ସହ WTC ଫାଇନାଲରେ ସ୍ଥାନ ପାଇଛି ଅଷ୍ଟ୍ରେଲିଆ। ୧୦ବର୍ଷ ପରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଜିତିଛି ଅଷ୍ଟ୍ରେଲିଆ। ସିଡନୀରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ୬ ୱିକେଟରେ ଭାରତକୁ ଧୂଳି ଚଟାଇଛି କଙ୍ଗାରୁ ଦଳ। ସିଡନୀ ଟେଷ୍ଟରେ ହାରିବା ପରେ କ୍ରମାଗତ ତୃତୀୟ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ ବା(ଡବ୍ଲୁଟିସି) ଫାଇନାଲରେ ପ୍ରବେଶ କରିବାର ସ୍ୱପ୍ନ ଭାରତର ଧୂଳିସାତ୍‌ ହୋଇଯାଇଛି। ଶେଷ ମ୍ୟାଚ୍‌ରେ ଭାରତ କଙ୍ଗାରୁ ଦଳକୁ ୧୬୨ ରନ ଟାର୍ଗେଟ ଦେଇଥିଲା। ଆୟୋଜକ ଦଳ ୪ ୱିକେଟ ହରାଇ ସହଜରେ ସିରିଜ ହାତେଇ ନେଇଛି। ଅଷ୍ଟ୍ରେଲିଆ ପାଂଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ ଜିତିଛି। ଏହା ସହିତ ୧୦ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାରେ କଙ୍ଗାରୁ ଦଳ ସଫଳ ହୋଇଛନ୍ତି। ଡଞଉ ଫାଇନାଲରେ କଙ୍ଗାରୁ ଦଳ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବ।

ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ଇନିଂସରେ ଭାରତ ୧୮୫ ରନ କରିଥିବାବେଳେ ଦ୍ବିତୀୟ ଇନିଂସରେ ୧୫୭ ରନ କରି ଅଷ୍ଟ୍ରେଲିଆକୁ ୧୬୨ରନର ଟାର୍ଗେଟ ଦେଇଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ ରନ କରିଥିଲା । ଦ୍ବିତୀୟ ଇନିଂସରେ ଭାରତ ଦେଇଥିବା ୧୬୨ରନର ଟାର୍ଗେଟକୁ ୪ ୱିକେଟ ହରାଇ ହାସଲ କରି ନେଇଛି । ସିଡନୀ ଟେଷ୍ଟ ଜିତିବା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜକୁ ୩-୧ରେ କବଜା କରି ନେଇଛି । ଏହା ସହିତ ବିଶ୍ବ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରଛି ଅଷ୍ଟ୍ରେଲିଆ । ସିଡନୀ ଟେଷ୍ଟରେ ୧୦ୱିକେଟ ନେଇଥିବା ବୋଲାଣ୍ଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସିଡନୀ ଟେଷ୍ଟର ଦୁଇଟି ପାଳିଲେ ସେ ଯଥାକ୍ରମେ ୬ ଓ ୪ଟି ଲେଖାଏଁ ୱିକେଟ ନେଇଥିଲେ । ଭାରତ ପକ୍ଷରୁ ସିଡନୀ ଟେଷ୍ଟରେ କେବଳ ଋଷବ ପନ୍ତ ୬୧ରନ ପାଳି ଖେଳି ଥିଲେ । ବାକି ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ ।

ସିଡନୀରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ଖେଳାଳିମାନେ ପ୍ରଥମରୁ ହିଁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଚଳିତ ସିରିଜରେ ଟିମ ଇଣ୍ଡିଆର ୫ଜଣ ଖେଳାଳି, ବିରାଟ କୋହଲି, ରୋହିତ ଶର୍ମା, ଶୁଭମନଗିଲ, କେ ଏଲ ରାହୁଲ. ମହମ୍ମଦ ସିରାଜଙ୍କ ପ୍ରଦର୍ଶନକୁ ନେଇ ପ୍ରତ୍ୟେକ ଭାରତୀୟ ଆଶା ବାନ୍ଧି ବସିଥିବାବବେଳେ ସେମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଲଜ୍ଜ୍ୟାଜନକ ସାବ୍ୟସ୍ତ ହୋଇଥିଲା। ପ୍ରତ୍ୟେକ ଥର ଦଳକୁ ଖେଳାଳିମାନେ ନିରାଶ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର