ସୁପର-୮ ରେ ଅଷ୍ଟ୍ରେଲିଆକୁ ହରାଇ ସେମିରେ ପ୍ରବେଶ କଲା ଭାରତ

The Sakala Picture
Published On

ସେଣ୍ଟ ଲୁସି: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ହରାଇ ଭାରତ ଏଠାରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଏହି ଗ୍ରୁପ୍‌ରେ ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଉଭୟ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଥିଲା। ଏହା ଫଳରେ ଭାରତ ୩ଟି ମ୍ୟାଚ୍‌ରୁ ୩ଟି ବିଜୟ ସହ ଗ୍ରୁପ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ତୃତୀୟ ଦଳ ଭାବେ ସେମିରେ ସ୍ଥାନ ପକ୍କା କରିଥିଲା। ପୂର୍ବରୁ […]

ସେଣ୍ଟ ଲୁସି: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ହରାଇ ଭାରତ ଏଠାରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଏହି ଗ୍ରୁପ୍‌ରେ ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଉଭୟ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଥିଲା। ଏହା ଫଳରେ ଭାରତ ୩ଟି ମ୍ୟାଚ୍‌ରୁ ୩ଟି ବିଜୟ ସହ ଗ୍ରୁପ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ତୃତୀୟ ଦଳ ଭାବେ ସେମିରେ ସ୍ଥାନ ପକ୍କା କରିଥିଲା। ପୂର୍ବରୁ ସୁପର-୮ ଗ୍ରୁପ୍‌-୨ରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି। ଆସନ୍ତାକାଲି ସକାଳେ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଶେଷ ସୁପର-୮’ ମ୍ୟାଚ୍‌ର ଫଳାଫଳ ପରେ ସେମିରେ କେଉଁ ଦଳ ଖେଳିବ ତାହା ସ୍ଥିର ହେବ। ଅନ୍ୟ ପକ୍ଷରେ ନିୟମ ଅନୁଯାୟୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ମାତ୍ର ୪୧ଟି ବଲ୍‌ରୁ ୭ ଚୌକା ଓ ୮ ଛକା ସହ ବିସ୍ଫୋରକ ୯୨ ରନ୍‌ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଏଠାରେ ସୋମବାର ଅନୁଷ୍ଠିତ ସୁପର-୮ ଗ୍ରୁପ୍‌-୧’ର ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟରେ ୨୦୫ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟରେ ୧୮୧ ରନ୍‌ କରିବା ଫଳରେ ଏହି ମ୍ୟାଚ୍‌କୁ ୨୧ ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। ଦଳ ପକ୍ଷରୁ ଟ୍ରାଭିସ୍‌ ହେଡ ୪୩ ବଲ୍‌ରେ ସର୍ବାଧିକ ୭୬, ମିଚେଲ ମାର୍ଶ ୨୮ ବଲ୍‌ରେ ୩୭ ରନ୍‌ କରିଥିଲେ। ମାର୍ଶଙ୍କୁ ଆଉଟ କରି କୁଲଦୀପ ଯାଦବ ଏହି ଯୋଡି ଭାଙ୍ଗିବା ଓ ତାଙ୍କ ସ୍ପେଲ୍‌ର ଶେଷ ଓଭରରେ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କୁ ଆଉଟ କରିବା ପରେ ଅଷ୍ଟ୍ରେଲିଆ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା। ଭାରତୀୟ ବୋଲରଙ୍କ ଯୋଜନାବଦ୍ଧ ଉଦ୍ୟମ ବଳରେ ଅଷ୍ଟ୍ରେଲିଆ କ୍ରମାଗତ ୱିକେଟ ହରାଇବା ଯୋଗୁଁ ବିଜୟ ସମ୍ଭବ ହୋଇପାରି ନ ଥିଲା। ଭାରତ ପକ୍ଷରୁ ଯଦିଓ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ କୁଲଦୀପ ୨ଟି ୱିକେଟ ଅକ୍ତିଆର କରିଥିଲେ। କୁଲଦୀପ ୪ ଓଭରରେ ୨୧ ରନ୍‌ ବ୍ୟୟ କରିଥିଲେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଏଠାରେ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍‌ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ସୁଯୋଗ ଦେଇଥିଲେ। କିନ୍ତୁ ଦ୍ୱିତୀୟ ଓଭରରେ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ ହେବା ପରେ ଭାରତକୁ ଶକ୍ତ ଧକ୍କା ଲାଗିଥିଲା। ତାଙ୍କ ଆଉଟ ପରେ ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଶିବିରରେ ହଇଚଇ ସୃଷ୍ଟି କରିଥିଲେ। ଏପରିକି ମିଚେଲ ଷ୍ଟାର୍କଙ୍କ ବୋଲିଂ କରିଥିବା ଚତୁର୍ଥ ଓଭରରେ ୪ଟି ଛକା ସହ ୨୯ ରନ୍‌ ଉଠାଇ ଭାରତ ଲାଗି ଏକ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ଅଷ୍ଟ୍ରେଲିଆର ଜୋଶ ହାଜ୍‌ଲେଉଡ୍‌ ପାୱାର ପ୍ଲେ’ରେ ଭଲ ବୋଲିଂ କରିଥିଲେ। ସେ ୩ ଓଭରରେ ମାତ୍ର ୧୦ ରନ୍‌ ଦେଇଥିଲେ। କିନ୍ତୁ ରୋହିତଙ୍କୁ କେହି ଅଟକାଇ ପାରି ନଥିଲେ। ମାତ୍ର ୧୯ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଭାରତୀୟ ଅଧିନାୟକ ରୋହିତ ଦ୍ୱିତୀୟ ୱିକେଟରେ ଋଷଭ ପନ୍ତ (୧୫)ଙ୍କ ସହ ୩୮ ବଲ୍‌ରୁ ୮୭ ରନ୍‌ ଉଠାଇଥିଲେ। ଏହା ପରେ ଆଉ ବଡ଼ ଭାଗୀଦାରି ହୋଇ ନ ଥିଲା କି ଅନ୍ୟ କେହି ବେଶି ସମୟ ତିଷ୍ଠି ପାରି ନ ଥିଲେ। ମିଚେଲ ଷ୍ଟାର୍କଙ୍କ ଏକ ଇନ୍‌ସୁଇଙ୍ଗ ୟର୍କରରେ ବୋଲ୍ଡ ହୋଇଥିବା ହିଟ୍‌ ମ୍ୟାନ୍‌ ରୋହିତ ମାତ୍ର ୪୧ ବଲ୍‌ରୁ ୭ ଚୌକା ଓ ୮ ଛକା ସହ ୯୨ ରନ୍‌ କରିଥିଲେ। ଚମତ୍କାର ବ୍ୟାଟିଂ ସତ୍ତ୍ବେସେ ଶତକ ହାସଲ କରି ପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୧୬ ବଲ୍‌ରେ ୩୧, ଶିବମ ଦୁବେ ୨୨ ବଲ୍‌ରେ ୨୮ ରନ୍‌ କରିଥିଲେ। କିନ୍ତୁ ୧୪ତମ ଓଭର ଶେଷ ବେଳକୁ ଭାରତ ୩ ୱିକେଟରେ ୧୫୫ ରନ୍‌ କରିଥିଲା। ଏହି ସମୟରେ ଅଷ୍ଟ୍ରେଲୀୟ ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ। ଯାହା ଫଳରେ ଭାରତ ଶେଷ ୬ ଓଭରରେ ମାତ୍ର ୫୦ ରନ୍‌ ଉଠାଇଥିଲା। ଏହା ମଧ୍ୟରେ ଷ୍ଟାର୍କ ବୋଲିଂ କରିଥିବା ୧୫ତମ ଓଭରରେ ୭, ୧୬ତମ ଓଭରରେ ହାଜ୍‌ଲେଉଡ୍‌ ୪ ଓ ୧୭ତମ ଓଭରରେ ଜାମ୍ପା ୫ ରନ୍‌ ଦେଇ ଭାରତୀୟଙ୍କୁ ବ୍ୟାକ୍‌ଫୁଟକୁ ଠେଲିଦେଇଥିଲେ। କେବଳ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୧ ଚୌକା ଓ ୨ଛକା ସହ ୨୭ ରନ୍‌ କରିବା ଫଳରେ ଦଳ ୨୦୦ ରନ୍‌ ଅତିକ୍ରମ କରିବାକୁ ସମର୍ଥ ହୋଇଥିଲା।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜ୍‌ଲେଉଡ୍‌ ୪ ଓଭରରେ ମାତ୍ର ୧୪ ରନ୍‌ ନେଇ ଗୋଟିଏ ୱିକେଟ ନେଇଥିଲେ। ଷ୍ଟାର୍କ ଓ ଷ୍ଟୋଇନିସ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୨ଜଣ ଲେଖାଏଁ ଖେଳାଳିଙ୍କୁ ଆଉଟ କରିଥିଲେ।

25 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର