ଫୁଟ୍‌ବଲ ମ୍ୟାଚ୍‌ ଦେଖୀବାକୁ ଦଳାଚକଟା, ୧୨ ମୃତ, ୯୦ ଆହତ

The Sakala Picture
Published On

ସାନ୍‌-ସାଲଭାଡର, ୨୧ା୫ (ଏଜେନ୍ସି): ମଧ୍ୟ ଆମେରିକୀୟ ରାଷ୍ଟ୍ର ଅଲ୍‌ ସାଲ୍‌ଭାଡରରେ ଏକ ଫୁଟ୍‌ବଲ ମ୍ୟାଚ୍‌ ସମୟରେ ଦଳାଚକଟା ହୋଇଛି। ଏହି ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଛନ୍ତି। ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୫୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଲ୍‌-ସାଲ୍‌ଭାଡରରେ ଏଲିୟାଞ୍ଜା ଏବଂ ସେଣ୍ଟା ଏନାର ଏଫ୍‌ଏଏସ୍‌ ସବୁଠାରୁ ଲୋକପ୍ରିୟ ଟିମ୍‌। ଶନିବାର କସ୍କଟଲାନ ଷ୍ଟାଡିୟମରେ ଉଭୟ ଟିମ୍‌ର ମ୍ୟାଚ ଚାଲିଥିଲା। […]

ସାନ୍‌-ସାଲଭାଡର, ୨୧ା୫ (ଏଜେନ୍ସି): ମଧ୍ୟ ଆମେରିକୀୟ ରାଷ୍ଟ୍ର ଅଲ୍‌ ସାଲ୍‌ଭାଡରରେ ଏକ ଫୁଟ୍‌ବଲ ମ୍ୟାଚ୍‌ ସମୟରେ ଦଳାଚକଟା ହୋଇଛି। ଏହି ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଛନ୍ତି। ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୫୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଲ୍‌-ସାଲ୍‌ଭାଡରରେ ଏଲିୟାଞ୍ଜା ଏବଂ ସେଣ୍ଟା ଏନାର ଏଫ୍‌ଏଏସ୍‌ ସବୁଠାରୁ ଲୋକପ୍ରିୟ ଟିମ୍‌। ଶନିବାର କସ୍କଟଲାନ ଷ୍ଟାଡିୟମରେ ଉଭୟ ଟିମ୍‌ର ମ୍ୟାଚ ଚାଲିଥିଲା। ଏହି ମ୍ୟାଚ ଦେଖିବା ପାଇଁ ଦକ୍ଷିଣ ଫାଟକ ନିକଟରେ ଲୋକଙ୍କ ଗହଳି ଲାଗିଥିଲା।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଟିକଟ ଚେକିଂ ମେସିନ ଖରାପ ହୋଇଯାଇଥିବାରୁ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଏଥିଯୋଗୁଁ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା। ଏହି ସମୟରେ କିଛି ଲୋକ ଜୋରଜବରଦସ୍ତ ଷ୍ଟାଡିୟମ ଭିତରେ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ। ତେଣୁ ଦଳାଚକଟା ହୋଇଥିଲା। ଏହି ସମୟରେ କିଛି ଲୋକ ତଳେ ପଡି ଯାଇଥିଲେ। ଲୋକେ ତାଙ୍କୁ ଦଳି ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ। ଶ୍ବାସରୁଦ୍ଧ ହେବା ଯୋଗୁଁ ତଳେ ପଡିଥିବା ଲୋକେ ପ୍ରାଣ ହରାଇ ଥିଲେ। ତେବେ ମ୍ୟାଚ୍‌ ପାଇଁ ଧାର୍ଯ୍ୟ ଆସନଠାରୁ ଅଧିକ ଟିକଟ ବିକ୍ରି କରାଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

22 May 2023 By The Sakala

ଫୁଟ୍‌ବଲ ମ୍ୟାଚ୍‌ ଦେଖୀବାକୁ ଦଳାଚକଟା, ୧୨ ମୃତ, ୯୦ ଆହତ

ସାନ୍‌-ସାଲଭାଡର, ୨୧ା୫ (ଏଜେନ୍ସି): ମଧ୍ୟ ଆମେରିକୀୟ ରାଷ୍ଟ୍ର ଅଲ୍‌ ସାଲ୍‌ଭାଡରରେ ଏକ ଫୁଟ୍‌ବଲ ମ୍ୟାଚ୍‌ ସମୟରେ ଦଳାଚକଟା ହୋଇଛି। ଏହି ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଛନ୍ତି। ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୫୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଲ୍‌-ସାଲ୍‌ଭାଡରରେ ଏଲିୟାଞ୍ଜା ଏବଂ ସେଣ୍ଟା ଏନାର ଏଫ୍‌ଏଏସ୍‌ ସବୁଠାରୁ ଲୋକପ୍ରିୟ ଟିମ୍‌। ଶନିବାର କସ୍କଟଲାନ ଷ୍ଟାଡିୟମରେ ଉଭୟ ଟିମ୍‌ର ମ୍ୟାଚ ଚାଲିଥିଲା। ଏହି ମ୍ୟାଚ ଦେଖିବା ପାଇଁ ଦକ୍ଷିଣ ଫାଟକ ନିକଟରେ ଲୋକଙ୍କ ଗହଳି ଲାଗିଥିଲା।

ଟିକଟ ଚେକିଂ ମେସିନ ଖରାପ ହୋଇଯାଇଥିବାରୁ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଏଥିଯୋଗୁଁ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା। ଏହି ସମୟରେ କିଛି ଲୋକ ଜୋରଜବରଦସ୍ତ ଷ୍ଟାଡିୟମ ଭିତରେ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ। ତେଣୁ ଦଳାଚକଟା ହୋଇଥିଲା। ଏହି ସମୟରେ କିଛି ଲୋକ ତଳେ ପଡି ଯାଇଥିଲେ। ଲୋକେ ତାଙ୍କୁ ଦଳି ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ। ଶ୍ବାସରୁଦ୍ଧ ହେବା ଯୋଗୁଁ ତଳେ ପଡିଥିବା ଲୋକେ ପ୍ରାଣ ହରାଇ ଥିଲେ। ତେବେ ମ୍ୟାଚ୍‌ ପାଇଁ ଧାର୍ଯ୍ୟ ଆସନଠାରୁ ଅଧିକ ଟିକଟ ବିକ୍ରି କରାଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ଅଭିଯୋଗ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର