ଏସୀୟ କ୍ରୀଡ଼ା ୨୦୨୩: ଆଜି ପୁରୁଷ ହକିରୁ ପଦକ ପାଇବ ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଆଜି ପୁରୁଷ ହକିରୁ ପଦକ ପାଇବ ଭାରତ । ଆଜି ଫାଇନାଲରେ ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ । ଅପରାହ୍ମ ୪ଟାରେ ସୁନା ପାଇଁ ଲଢିବ ଭାରତ । ପୁରୁଷ ହକିରୁ ଭାରତର ପଦକ ପକ୍କା ଥିବାବେଳେ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ଖେଳାଳି । ସେମିଫାଇନାଲରେ ଭାରତ ୫-୩ ଗୋଲରେ ଶକ୍ତିଶାଳୀ କୋରିଆକୁ ପରାସ୍ତ କରିଥିଲା । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ […]

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଆଜି ପୁରୁଷ ହକିରୁ ପଦକ ପାଇବ ଭାରତ । ଆଜି ଫାଇନାଲରେ ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ । ଅପରାହ୍ମ ୪ଟାରେ ସୁନା ପାଇଁ ଲଢିବ ଭାରତ । ପୁରୁଷ ହକିରୁ ଭାରତର ପଦକ ପକ୍କା ଥିବାବେଳେ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ଖେଳାଳି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସେମିଫାଇନାଲରେ ଭାରତ ୫-୩ ଗୋଲରେ ଶକ୍ତିଶାଳୀ କୋରିଆକୁ ପରାସ୍ତ କରିଥିଲା । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ଭାରତୀୟ ଦଳର ନଜର ଏବେ ସ୍ୱର୍ଣ୍ଣ ପଦକ ଉପରେ ରହିଛି। ୨୦୧୪ ପରେ ଏସିଆନ ଗେମ୍ସରେ ଭାରତ ଫାଇନାଲକୁ ଯାଇଛି । ୨୦୧୮ରେ ଭାରତ ବ୍ରୋଞ୍ଜ ପଦକ ହାତେଇଥିବାବେଳେ ଚଳିତଥର ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛି ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଗୋଲ୍ଡ ଜିତିଲେ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ । ସେପଟେ ଆଜି ଫାଇନାଲ ପାଇଁ ଲଢେଇ କରିବ ଭାରତୀୟ ପୁରୁଷ କ୍ରିକେଟ ଟିମ୍ । ସେମିଫାଇନାଲରେ ବାଂଲାଦେଶକୁ ଟକ୍କର ଦେବ ଇଣ୍ଡିଆ । କ୍ବାର୍ଟର ଫାଇନାଲରେ ଭାରତ ନେପାଳ ବିରୋଧରେ ସହଜ ବିଜୟ ହାସଲ କରି ସେମିଫାଇନାଲକୁ ଆସିଛି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର