ଏସୀୟ କ୍ରୀଡା ୨୦୨୩: କ୍ରିକେଟରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୯୬ ରନ କରିଥିଲା। ଭାରତ ଗୋଟିଏ ୱିକେଟ ହରାଇ ୯.୨ ଓଭରରେ ୯୭ ରନ କରି ସହଜରେ ଏହି ମ୍ୟାଚକୁ ଜିିତି ନେଇଛି।  ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ୪୦ ରନ କରିଥିଲେ। ଟସ୍ ଜିତି ପ୍ରଥମେ […]

ନୂଆଦିଲ୍ଲୀ: ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୯୬ ରନ କରିଥିଲା। ଭାରତ ଗୋଟିଏ ୱିକେଟ ହରାଇ ୯.୨ ଓଭରରେ ୯୭ ରନ କରି ସହଜରେ ଏହି ମ୍ୟାଚକୁ ଜିିତି ନେଇଛି।  ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ୪୦ ରନ କରିଥିଲେ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ଟସ୍ ଜିତି ପ୍ରଥମେ ବୋଲିିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଋତୁରାଜ । ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାସିଂଟନ ସୁନ୍ଦର ୨ଟି, ଅର୍ଶଦୀପ, ତିଲକ ବର୍ମା, ରବି ବିଷ୍ଣୋଇ, ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏହି ମୁକାବିଲାରେ ବିଜେତା ଟିମ୍ ଫାଇନାଲରେ ଭାରତକୁ ଭେଟିବ । ଫାଇନାଲ ଜିତି ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

06 Oct 2023 By The Sakala

ଏସୀୟ କ୍ରୀଡା ୨୦୨୩: କ୍ରିକେଟରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୯୬ ରନ କରିଥିଲା। ଭାରତ ଗୋଟିଏ ୱିକେଟ ହରାଇ ୯.୨ ଓଭରରେ ୯୭ ରନ କରି ସହଜରେ ଏହି ମ୍ୟାଚକୁ ଜିିତି ନେଇଛି।  ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ୪୦ ରନ କରିଥିଲେ।

ଟସ୍ ଜିତି ପ୍ରଥମେ ବୋଲିିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଋତୁରାଜ । ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାସିଂଟନ ସୁନ୍ଦର ୨ଟି, ଅର୍ଶଦୀପ, ତିଲକ ବର୍ମା, ରବି ବିଷ୍ଣୋଇ, ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏହି ମୁକାବିଲାରେ ବିଜେତା ଟିମ୍ ଫାଇନାଲରେ ଭାରତକୁ ଭେଟିବ । ଫାଇନାଲ ଜିତି ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର