ଦୁବାଇରେ ଆଜି ଦମ୍‍ ଦେଖାଇବ ମେନ ଇନ୍ ବ୍ଲୁ; ମଇଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ

The Sakala Picture
Published On

ବିଶ୍ୱ କ୍ରିକେଟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଦେଶ ଭାବେ ଭାରତ ଓ ପାକିସ୍ତାନର ସ୍ୱତନ୍ତ୍ର ପରିଚୟ ରହିଛି। କିନ୍ତୁ ପରିସ୍ଥିତି ଏମାନଙ୍କୁ କେବଳ ଆଇସିସି ଇଭେଣ୍ଟରେ ମୁକାବିଲା କରିବାକୁ ସୁଯୋଗ ଦେଉଛି। ଯେତେ କମ୍‍ ମୁକାବିଲା ହେଉଥିଲେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେତିକି ଅଧିକ ଉତ୍କଣ୍ଠା ବୃଦ୍ଧି ପାଉଛି। ଗତ ବିଶ୍ୱକପ୍‍ରେ ଉଭୟଙ୍କ ମଧ୍ୟରେ ଶେଷଥର ଟି-୨୦ କ୍ରିକେଟରେ ମୁକାବିଲା ହୋଇଥିଲା। ଏଥିରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା ପାକିସ୍ତାନ। ଏହା ପରେ ଏସିଆ କପ୍‍ରେ ରବିବାର […]

ବିଶ୍ୱ କ୍ରିକେଟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଦେଶ ଭାବେ ଭାରତ ଓ ପାକିସ୍ତାନର ସ୍ୱତନ୍ତ୍ର ପରିଚୟ ରହିଛି। କିନ୍ତୁ ପରିସ୍ଥିତି ଏମାନଙ୍କୁ କେବଳ ଆଇସିସି ଇଭେଣ୍ଟରେ ମୁକାବିଲା କରିବାକୁ ସୁଯୋଗ ଦେଉଛି। ଯେତେ କମ୍‍ ମୁକାବିଲା ହେଉଥିଲେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେତିକି ଅଧିକ ଉତ୍କଣ୍ଠା ବୃଦ୍ଧି ପାଉଛି। ଗତ ବିଶ୍ୱକପ୍‍ରେ ଉଭୟଙ୍କ ମଧ୍ୟରେ ଶେଷଥର ଟି-୨୦ କ୍ରିକେଟରେ ମୁକାବିଲା ହୋଇଥିଲା। ଏଥିରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା ପାକିସ୍ତାନ। ଏହା ପରେ ଏସିଆ କପ୍‍ରେ ରବିବାର ଦୁଇ ଦଳ ମଧ୍ୟରେ ପୁଣିଥରେ ମୁକାବିଲା ହେବାକୁ ଯାଉଛି। ଏହି ମୁକାବିଲା ପୂର୍ବରୁ ଭାରତ କିନ୍ତୁ ବେଶ୍‍ ଶକ୍ତିଶାଳୀ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଏହା ମଧ୍ୟରେ ଉଭୟ ଦେଶର ଖେଳ ଶୈଳୀରେ ଅନେକ କିଛି ପରିବର୍ତ୍ତିନ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏକ ଆକ୍ରମଣାତ୍ମକ ଦଳରେ ପରିଣତ ହୋଇଛି। ସେହିପରି ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନର ଉନ୍ନତି ଚମକପ୍ରଦ ହୋଇଛି। ବିଶ୍ୱ ଟି-୨୦ ରାଙ୍କିଙ୍ଗରେ ନଂ-୧ ଭାରତ ଓ ନଂ-୩ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ ତାରିଖ ମୁକାବିଲା ବେଶ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‍। ଏହି ମୁକାବିଲା ପୂର୍ବରୁ କେଉଁ ଦଳ କେଉଁଥିରେ ଶକ୍ତିଶାଳୀ ତାହା ନିମ୍ନରେ ଆଲୋଚନା କରାଗଲା।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ଟପ୍‍ ଅର୍ଡର
ଭାରତ: ଗତ କିଛିବର୍ଷର ଉଭୟଙ୍କ ମଧ୍ୟରେ ଯେଉଁ ମୁକାବିଲା ହୋଇଛି ସେଥିରେ ଭାରତୀୟ ଟପ୍‍ ଅର୍ଡର ଓ ପାକିସ୍ତାନୀ ଫାଷ୍ଟ ବୋଲରଙ୍କ ମଧ୍ୟରେ ଲଢ଼େଇର ଆଖ୍ୟା ଦିଆଯାଇଛି। ଏହା ନିଃସନ୍ଦେହ ଭାରତର ଟପ୍‍ ଅର୍ଡରକୁ ବିଶ୍ୱର ସମସ୍ତ ଦଳ ଭୟ କରିଥାନ୍ତି। ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଗଠିତ ଟପ୍‍ ଅର୍ଡର ଯେ କୌଣସି ବୋଲିଂକୁ ଧୂଳିସାତ କରିବାର ଦକ୍ଷତା ରଖିଛନ୍ତି। ରୋହିତ, କୋହଲି ଓ ରାହୁଲଙ୍କ ରେକର୍ଡ ଓ ରେପୁଟେସନର ତୁଳନା ନାହିଁ। କିନ୍ତୁ ଶେଷ ଦୁଇ ବ୍ୟାଟର ଆହତ ସମସ୍ୟାରୁ ଓ ବିଶ୍ରାମ ନେବା ପରେ ଦଳକୁ ଫେରିଛନ୍ତି। ଏମାନଙ୍କ ଅଭିଜ୍ଞତାକୁ ଅଣଦେଖା କରି ହେବ ନାହିଁ। ଉଭୟଙ୍କୁ ସୁଯୋଗ ଦେବା ଲାଗି ରୋହିତ ଜବରଦସ୍ତ ଫର୍ମରେ ଥିବା ସୂର୍ଯ୍ୟକୁମାର କିମ୍ବା ଋଷଭ ପନ୍ତ୍‍ଙ୍କୁ ପାର୍ଟନର କରି ଇନିଂସ ଓପନ କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ପାକିସ୍ତାନ: ଅଧିନାୟକ ବାବର ଆଜମ ଓ ୱିକେଟକିପର ମହମ୍ମଦ୍‍ ରିଜୱାନ୍‍ ଗତ ସିଜନରେ ଏକ ଭୟଙ୍କର ଓପନିଂ ଯୋଡିରେ ପରିଣତ ହୋଇଛନ୍ତି। ୨୦୨୧ରେ ଆଜମ ୨୬ଟି ମ୍ୟାଚ୍‍ରୁ ୧୩୨୬ ଓ ରିଜୱାନ ସମାନ ସଂଖ୍ୟକ ମ୍ୟାଚ୍‍ ଖେଳି ୯୩୯ ରନ କରି ପ୍ରଥମ ଦୁଇଟି ସ୍ଥାନରେ ରହିଥିଲେ। ଏମାନେ ଭୟ ନକରି ଖେଳିବାର ନଜିର ରହିଛି। ନଂ-୩ରେ ଫକର ଜମାନ ଶକ୍ତିଶାଳୀ ମନେହେଉଥିଲେ ମଧ୍ୟ ତାଙ୍କର ଫର୍ମକୁ ନେଇ ଚିନ୍ତା ରହିଛି।

ମିଡଲ ଅର୍ଡର ଓ ଫିନିସର
ଭାରତ: ସୂର୍ଯ୍ୟକୁମାର, ଋଷଭ ପନ୍ତ୍‍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଗଠିତ ଭାରତୀୟ ମିଡଲ ଅର୍ଡର କ୍ବଚିତ ବିଫଳ ହୋଇଛନ୍ତି। ଭଲରେ ହେଉ କିମ୍ବା ଚାପରେ ସେମାନେ ଆକ୍ରମଣାତ୍ମକ ବ୍ୟାଟିଂ କରିବାରେ ସକ୍ଷମ। ଏମାନଙ୍କ ମଧ୍ୟରୁ କେହି ଜଣେ ଫିନସର ଭୂମିକା ଗ୍ରହଣ କରିଥାନ୍ତି। ଯଦି କେହି ଏଥିରେ ବିଫଳ ହୁଅନ୍ତି, ତେବେ ନୂଆ ଫିନିସର ଆଖ୍ୟା ପାଇଥିବା ଦିନେଶ କାର୍ତ୍ତିକ ଅଛନ୍ତି। ଗତ ଏକବର୍ଷ ମଧ୍ୟରେ ଏମାନଙ୍କ ଷ୍ଟ୍ରାଇକ୍‍ରେଟ ବେଶ ଉତ୍ସାହଜନକ ରହିଛି। ଏଥିରେ ଭାରତ ଖୁବ୍‍ ଶକ୍ତିଶାଳୀ।

ପାକିସ୍ତାନ: ହାଇଦର ଅଲ୍ଲୀ, ଇଫତିକର ଅହମ୍ମଦ୍‍ ଓ ଆସିଫ୍‍ ଅଲ୍ଲୀଙ୍କ ଭଳି ଦକ୍ଷ ବ୍ୟାଟର ଥିଲେ ମଧ୍ୟ ଏମାନଙ୍କ ନିକଟରେ ଅଭିଜ୍ଞତାର ଅଭାବ ରହିଛି। କିନ୍ତୁ ପ୍ରତିପକ୍ଷ ବୋଲରଙ୍କୁ ଏହି ୩ଜଣ ନାକେଦମ କରିବେ ବୋଲି ଅଧିନାୟକ ଆଜମ କହିଛନ୍ତି।

ପେସ୍‍ ବୋଲର
ପାକିସ୍ତାନ: ଦଶନ୍ଧି ଦଶନ୍ଧି ଧରି ବିଶ୍ୱସ୍ତରର ପେସ୍‍ ବୋଲର ସୃଷ୍ଟି କରିବାରେ ପାକିସ୍ତାନର ରେକର୍ଡ ରହିଛି। ଏମାନଙ୍କ ପେସ୍‍ ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ବ୍ୟାଟର ଅସୁବିଧା ଭୋଗିଥାନ୍ତି। ବିଶ୍ୱର ଶ୍ରେଷ୍ଠ ବୋଲର ସାହିନ୍‍ ଶାହ ଆଫ୍ରିଦୀ ଆହତ ଯୋଗୁ ଖେଳୁ ନଥିଲାବେଳେ ହାରିସ୍‍ ରଫ୍‍, ୧୯ ବର୍ଷୀୟ ନସୀମ ଶାହ, ମହମ୍ମଦ୍‍ ହାସନେନ୍‍ ଓ ଶାହନୱାଜ ଦାହନିଙ୍କ ନିକଟରେ ଟି-୨୦ ଖେଳିବାରେ ଅନେକ ଅଭିଜ୍ଞତା ରହିଛି। ଏମାନଙ୍କଠାରୁ ନିୟମିତ ୧୪୦ରୁ ୧୫୦ କିଲୋମିଟର ବେଗରେ ବୋଲିଂ କରିଥାନ୍ତି। କିନ୍ତୁ ଭାରତୀୟ ବ୍ୟାଟରଙ୍କ ଏମାନଙ୍କ ଅପେକ୍ଷା ଅଧିକ ଅଭିଜ୍ଞତା ଥିବାରୁ ମୁକାବିଲା ବେଶ ରୋମାଞ୍ଚକ ହେବ।

ଭାରତ: ଦଳର ନଂ-୧ ବୋଲର ଯଶପ୍ରୀତ୍‍ ବୁମ୍‍ରା, ହର୍ଷଲ ପଟେଲଙ୍କ ଅନୁପସ୍ଥିତିରେ ଅଭିଜ୍ଞ ଭୁବନେଶ୍ୱର କୁମାର ନେତୃତ୍ୱ ନେବେ। ବାମହାତୀ ଅର୍ଶଦୀପ ସିଂ ଓ ଆଭେଷ ଖାନ୍‍ ଟି-୨୦ ଫର୍ମାଟରେ ବେଶ ଅଭିଜ୍ଞ ବୋଲର ଓ ସେମାନଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହିଛି।

ଅଲରାଉଣ୍ଡର
ଟି-୨୦ରେ ଅଲରାଉଣ୍ଡରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଦୀପକ ହୁଦା ଓ ଆର୍‍ ଅଶ୍ୱିନଙ୍କ ପରି ଅଲରାଉଣ୍ଡରଙ୍କୁ ନେଇ ଭାରତ ବେଶ ଶକ୍ତିଶାଳୀ। କିନ୍ତୁ ପାକିସ୍ତାନୀ ଉପଅଧିନାୟକ ସଦାବ ଖାନ୍‍ ଏହି ବିଭାଗରେ ସବୁଠାରୁ ଅଭିଜ୍ଞ। ୱିକେଟ କିପର ମହମ୍ମଦ୍‍ ରିଜୱାନ ମଧ୍ୟ ଦଳର ଆସେଟ।

ସ୍ପିନର ଓ ଫିଲ୍ଡର
ଭାରତ: ଟି-୨୦ କ୍ରିକେଟ ଓ ୟୁଏଇରେ ସ୍ପିନରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଭାରତର ଲେଗ୍‍ ସ୍ପନି ଯୁଜବେନ୍ଦ୍ର ଚହଲ, ଅଶ୍ୱିନ, ଜାଡେଜା ଓ ରବି ବିଷ୍ଣୋଇଙ୍କୁ ନେଇ ଭାରତୀୟ ସ୍ପିନ ବିଭାଗ ବେଶ ଶକ୍ତିଶାଳୀ। ଭାରତ ଏବେ ଏହି ବିଭାଗରେ ବିପଜ୍ଜନକ ଓ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ଅନେକ ବିକଳ୍ପ ରହିଛି।

ପାକିସ୍ତାନ: ଏହି ବିଭାଗରେ ପାକିସ୍ତାନୀ ଅଧିନାୟକ ବାବର ଆଜମଙ୍କ ନିକଟରେ ବିକଳ୍ପ ନାହିଁ। ଲେଗ୍‍ ସ୍ପିନର ସଦାବ ଖାନ୍‍ ଓ କିମ୍ବଦନ୍ତୀ ସ୍ପିନର ଅବ୍‍ଦୁଲ କାଦିରଙ୍କ ସୁପୁତ୍ର ଉସ୍‍ମାନଙ୍କୁ ନେଇ ସ୍ପିନ ବାହିନୀ ଗଠିତ। ଅବଶ୍ୟ ଏମାନେ ଭାରତୀୟ ବ୍ୟାଟିଂକୁ ଧୂଳିସାତ କରିବା ଦକ୍ଷତା ରଖିଛନ୍ତି।

28 Aug 2022 By The Sakala

https://www.thesakala.in/sports/asia-cup2022-two-traditional-rivals-india-pakistan-will-descend-on-the-cricket-field-today/article-14503
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର