ଇତିହାସ ରଚିବେ କୋହଲି : ସବୁ ଫର୍ମାଟରେ ଶହେ ଲେଖାଏଁ ମ୍ୟାଚ୍ ଖେଳିବାରେ ହେବେ ପ୍ରଥମ ଭାରତୀୟ

The Sakala Picture
Published On

ନୂଆଦିଲ୍ଲୀ : ଆଜି ମହାମୁକାବିଲା। ସାରା ଦେଶ, ସାରା ବିଶ୍ୱ, ସବୁ କ୍ରିକେଟ୍ ପ୍ରେମୀଙ୍କ ଫେଭରେଟ୍ ମୁକାବିଲା। ଭାରତ ଆଉ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍। ଆଜି ସୁପରସଣ୍ଡେରେ ହେବ ସୁପର ଶୋ’। ଦୁବାଇରେ ଆମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଆଉ କିଛି ସମୟ ମଧ୍ୟରେ ମ୍ୟାଚ ଆରମ୍ଭ ହେବ। ତେବେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ବିରାଟ ଖେଳିବେ ତାଙ୍କ କ୍ୟାରିୟରର […]

ନୂଆଦିଲ୍ଲୀ : ଆଜି ମହାମୁକାବିଲା। ସାରା ଦେଶ, ସାରା ବିଶ୍ୱ, ସବୁ କ୍ରିକେଟ୍ ପ୍ରେମୀଙ୍କ ଫେଭରେଟ୍ ମୁକାବିଲା। ଭାରତ ଆଉ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍। ଆଜି ସୁପରସଣ୍ଡେରେ ହେବ ସୁପର ଶୋ’। ଦୁବାଇରେ ଆମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଆଉ କିଛି ସମୟ ମଧ୍ୟରେ ମ୍ୟାଚ ଆରମ୍ଭ ହେବ। ତେବେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ବିରାଟ ଖେଳିବେ ତାଙ୍କ କ୍ୟାରିୟରର ୧୦୦ତମ ଟି୨୦ ଆଜି ଖେଳିବେ ।

ଆହୁରି ପଢ଼ନ୍ତୁ: ଅଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ବରୁଣ ଚକ୍ରବର୍ତ୍ତୀ, ଏସୀୟ କ୍ରୀଡ଼ା ଖେଳିବା ନେଇ ଆଶଙ୍କା

ବିରାଟ କୋହଲି ଦେଢ଼ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି । ତେଣୁ ଏଥର କ୍ରିକେଟର ମଜା ଦ୍ୱିଗୁଣା ହେବା ଅନୁମାନ କରାଯାଉଛି। ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଜୁଲାଇରେ ଇଂଲଣ୍ଡ ଗସ୍ତ ପରେ ବିଶ୍ରାମ ଦିଆଯାଇଥିଲା । ପ୍ରାୟ ଏସମାସରୁ ଅଧିକ ସମୟ ପରେ ଏସିଆ କପରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫଳରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ ମ୍ୟାଚରେ କ୍ରିକେଟପ୍ରେମୀ ବିରାଟଙ୍କ ଠାରୁ ବଡ ଇଂନିସ ଆଶା ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ସୁଚିକା ତରିୟାଲଙ୍କୁ ଐତିହାସିକ ବ୍ରୋଞ୍ଜ, ଓଜନ ନିୟମ ଯୋଗୁଁ ସେମିଫାଇନାଲରେ ମିଳିଲା ନିରାଶା

ଅନ୍ୟପଟେ ଆଜି ଏସିଆ କପ୍ ଖେଳିି ଇତିହାସ ରଚିବେ ବିରାଟ କୋହଲି, ଦେଶ ପାଇଁ ଶହେତମ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ ବିରାଟ କୋହଲି, ସବୁ ଫର୍ମାଟରେ ଶହେ ଲେଖାଏଁ ମ୍ୟାଚ୍ ଖେଳିବାରେ ହେବେ ପ୍ରଥମ ଭାରତୀୟ। ବିରାଟ ଏଯାଏଁ ୧୦୨ ଟେଷ୍ଟ, ୨୬୨ ଦିନିକିଆ, ୯୯ ଟି-ଟ୍ୱେଣ୍ଟି ଖେଳିଛନ୍ତି। ସେପଟେ ବିଶ୍ବର ଦିତ୍ବୀୟ ଖେଳାଳି ଭାବେ କୋହଲି ସବୁ ଫର୍ମାଟରେ ଶହେ ଲେଖାଏଁ ମ୍ୟାଚ୍ ଖେଳିବେ। କେବଳ ନ୍ୟୁଜିଲାଣ୍ଡର ରସ ଟେଲର ସବୁ ଫର୍ମାଟ୍‌ରେ ୧୦୦ରୁ ଉର୍ଦ୍ଧ୍ବ ମ୍ୟାଚ୍‌ ଖେଳିଛନ୍ତି । କେବଳ ସେତିକି ନୁହେଁ, ରୋହିତ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ସେ ୧୦୦ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛନ୍ତି । ରେହିତ ୧୩୨ଟି ଟି-ଟ୍ୱେଣ୍ଟି ଖେଳିସାରିଛନ୍ତି । ଟି-ଟ୍ୱେଣ୍ଟିରେ କୋହଲି ୯୩ଟି ଛକା ମାରି ସାରିଛନ୍ତି । ସେ ଏସିଆ କପ୍‌ରେ ୧୦୦ ଛକା ପୂରଣ କରିବାର ସୁଯୋଗ ରହିଛି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ାରେ ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ଭାରତ: ଶେଫାଳି, ସ୍ମୃତି ଓ ହରମନପ୍ରୀତଙ୍କ ଉପରେ ନଜର

ଅନ୍ୟପଟେ ଆଜିର ମ୍ୟାଚ ସମ୍ପର୍କରେ ନିଜର ମତ ରଖିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି ଯେ, ଏହାକୁ ସେ ଅନ୍ୟ ମ୍ୟାଚ୍ ପରି ଏକ ସାଧାରଣ ମ୍ୟାଚ ପରି ଦେଖୁଛନ୍ତି ଓ ଏହା ଉପରେ ଫୋକସ କରୁଛନ୍ତି। ଏହି ମ୍ୟାଚକୁ ନେଇ ଟିମର ସଦସ୍ୟମାନେ ଉତ୍ସାହିତ ଅଛନ୍ତି । ପୁରୁଣା ପରାଜୟକୁ ଭୁଲି ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି । ଅତୀତରେ କଣ ହେଲା ତାହା ସଂପର୍କରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆମକୁ ଆଗକୁ ବଢିବାକୁ ହେବ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର